-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
26-Feb-2025
ଯାଜପୁର/ବରୀ(ରଞ୍ଜିତ ମହାନ୍ତି): ଜିଲ୍ଲାର ଦ୍ଵିତୀୟ ପୁରାତନ ମହାବିଦ୍ୟାଳୟ ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟ । ବରୀ ବ୍ଲକ ରାମଚନ୍ଦ୍ରପୁର ସ୍ଥିତ ଏହି ମହାବିଦ୍ୟାଳୟର ବିଭିନ୍ନ ବିଭାଗରେ ଶତାଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଏହି କଲେଜକୁ ପ୍ରବେଶ କରିବାକୁ ଥିବା ଏକମାତ୍ର ରାସ୍ତା ଏବେ ଶୋଚନୀୟ ହୋଇ ପଡିଛି । ଏହି ରାସ୍ତାକୁ ବିଗତ ଦିନରେ ବିଭିନ୍ନ ସମୟରେ ମରାମତି ଉଦ୍ଦେଶ୍ୟରେ ଢ଼ଳେଇ କରା ଯାଇଛି । ହେଲେ ନିମ୍ନ ମାନର କାମ ଯୋଗୁ ରାସ୍ତା ଅବସ୍ଥା ଦିନ କେଇଟାରେ ଶୋଚନୀୟ ହୋଇ ପଡୁଛି । ଏବେ ରାସ୍ତାରୁ ଢ଼ଳେଇ ଉଠି ଗୋଡି ସବୁ ବିଛାଡି ହୋଇ ପଡିଛି । ଏହା ସହିତ ବର୍ଷା ହେଲେ ବିଭିନ୍ନ ସ୍ଥାନରେ ପାଣି ଜମି ରହୁଛି । ଏ ନେଇ ବ୍ଲକ ପ୍ରଶାସନ ପଦକ୍ଷେପ ନେବା ସହିତ ରାସ୍ତାକୁ ପୁନଃ ନିର୍ମାଣ କରିବାକୁ ବୁଦ୍ଧିଜୀବି ମାନଙ୍କ ସହିତ ଛାତ୍ରଛାତ୍ରୀ ଦାବି କରିଛନ୍ତି ।