-+91-9937148622 |
prerana_bgr@rediffmail.com |
Tuesday 11th August 2026 |
R.N.I. Regd No. ODIODI/2010/46693
Breaking News
24-Jan-2025
ସମ୍ବଲପୁର-ଧମା: ( ସଂଜୀବ ପାଣିଗ୍ରାହୀ) : ଆଜି ମା ଝାଡେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ଯୋଜନା ଓ ୟୁଥ ରେଡକ୍ରସ ୟୁନିଟ ପକ୍ଷରୁ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ଅଧ୍ଯକ୍ଷ ଅଶୋକ କୁମାର ପୁରୋହିତଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ମୁଖ୍ୟ ଆଲୋଚକ ଭାବରେ ଅଧ୍ୟାପକ ରବିନ୍ଦ୍ରନାରାୟଣ ଠାକୁର ବୀର ସୁରେନ୍ଦ୍ର ସାଏ ଓ ନେତାଜୀଙ୍କ ଜୀବନୀ ତଥା ଇଂରେଜମାନଙ୍କ ବିରୁଦ୍ଧରେ ସେମାନଙ୍କ ସଂଗ୍ରାମ ବିଷୟରେ ଆଲୋଚନା କରିଥିଲେ। ଡ. ସିଦ୍ଧାର୍ଥ ପଣ୍ଡା,ପଣ୍ଡିତ ବ୍ୟାସଦେବ ପଣ୍ଡା, ମିନତି ଦାଶ,ସଂଗ୍ରାମ କେଶରୀ ମିଶ୍ର ପ୍ରମୁଖ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ମଧ୍ୟ ସଭାରେ ତାଙ୍କ ବକ୍ତବ୍ୟ ରଖିଥିଲେ।ୟୁଥ ରେଡକ୍ରସର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପିକା ସ୍ମାରକୀ ମାହାର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ବନୋଜ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ସଭାରେ ଜୟନ୍ତୀ ଉପଲକ୍ଷେ ହୋଇଥିବା କୁଇଜ ପ୍ରତିଯୋଗିତାର କତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଡ ସ୍ୱାତି ପତି, ମୌସୁମୀ ଷଢଙ୍ଗୀ,ସୁଶୀଲ କୁମାର ବାଗ,ସୁଶ୍ରୀତ ଷଢଙ୍ଗୀ,ଜୀବର୍ଦ୍ଧନ ସେଠ,କୁଶ ଲୁହୁରା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।