-+91-9937148622 |

prerana_bgr@rediffmail.com |

  Tuesday 11th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   (11-Aug-2026)       ||      ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   (11-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   (11-Aug-2026)       ||      ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (11-Aug-2026)       ||      ଲିଟିସର୍ଗି ପଞ୍ଚାୟତରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ   (11-Aug-2026)       ||      ସିନ୍ଧେକେଲାରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା   (11-Aug-2026)       ||      ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା    (11-Aug-2026)       ||      ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା (ଭା.ପ୍ର.ସେ)   (10-Aug-2026)       ||      ପତିତପାବନ ଏକାଡେମୀ ର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ବର୍ଗତଃ ବାଙ୍କା ବିହାରୀ ପଣ୍ଡା ଙ୍କ ଦ୍ଵାଦଶାହା କାର୍ଯ୍ୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ରାଜନେତାଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି    (10-Aug-2026)       ||      କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସଂଯୁକ୍ତ କିଶାନ ମୋର୍ଚ୍ଚା ଡାକରାରେ ବଲାଙ୍ଗିର ଏଆଇଟିୟୁସି ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (10-Aug-2026)       ||      ପଦ୍ମପୁର ଉପଖଣ୍ଡ ପାଇଁ କେବିକେ ଢାଞ୍ଚାରେ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଦାବି   (10-Aug-2026)       ||      *ଭୁବନେଶ୍ୱରର କୁଖ୍ୟାତ ଅପରାଧୀ ଗ୍ୟାଙ୍ଗକୁ ଗିରଫ କଲା ସୁବର୍ଣ୍ଣପୁର ଜିଲ୍ଲା ପୋଲିସ*   (10-Aug-2026)       ||      ତ୍ରିରଙ୍ଗା ମୟ ବିନିକା ସହର(ଶୋଭାଯାତ୍ରାରେ କମ୍ପିଲା ଦେଶାତ୍ମକବୋଧକ ସ୍ଲୋଗାନ)   (10-Aug-2026)       ||      *କେଲିଆ ଶୈବପୀଠ ରେ ବଲବୋମ ଭକ୍ତ ଙ୍କ ଭିଡ଼*   (10-Aug-2026)       ||      ବିନିକା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର (୬୩ଟିରୁ ୧୨ସମାଧାନ)   (10-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ବଲାଙ୍ଗୀର ଜିଲ୍ଲାରେ ‘ହର ଘର ତ୍ରିରଙ୍ଗା’ ଓ ‘ବନ୍ଦେ ମାତରମ୍’ ଅଭିଯାନକୁ ବ୍ୟାପକ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ    (10-Aug-2026)       ||      ନଦୀ କୂଳରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ   (10-Aug-2026)       ||      ସୁବର୍ଣ୍ଣପୁର ରେ ସଂରକ୍ଷଣ ବିରୋଧି ଆନ୍ଦୋଳନ ର ଜରୁରୀ ବୈଠକ   (10-Aug-2026)       ||      *ପଞ୍ଜୀକରଣ ପ୍ରକ୍ରିୟା ରେ ଜଟିଳତା ର ପ୍ରତିବାଦ କରି ସୁବର୍ଣ୍ଣପୁର ରେ ଚାଷୀ ଙ୍କ ଆନ୍ଦୋଳନ ଧମକ*-   (10-Aug-2026)       ||      ହଳ ଚାଷ ପାଇଁ ବଳଦ ନେଇ ଯାଉଥୁଲେ, ବାଟରେ ଚାଲିଗଲା ଜୀବନ ବିଜୁ ଏକ୍ସପ୍ରେସ୍ ୱେରେ ୧୦୮ ଆମ୍ବୁଲାନ୍ସ ଧକା ରେ ଚାଷୀ ମୃତ   (10-Aug-2026)       ||     

HOME   ଜିଲ୍ଲା

ମୁକ୍ତ ବିଚାର ମଞ୍ଚ, ଖଡ଼ିଆଳ ର ଆଲୋଚନା ସଭା ଅନୁଷ୍ଠିତ

24-Jan-2025



ସିନାପାଲି  (ଚିନ୍ତାମଣି ନେତାମ )
ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ  ଗଣ୍ଡାବାହାଳି ଗ୍ରାମର ଉପ୍ରା ପ୍ରାଥମିକ ବିଦ୍ୟାଳୟ ପରିସରରେ ଗତ ଗୁରୁବାର ଦିନ ମୁକ୍ତ ବିଚାର ମଞ୍ଚ  ଖଡ଼ିଆଳ ଆନୁକୂଲ୍ୟରେ  "ଶକ୍ତି ଉପାସନା ଓ ଦେବଦେବୀ ପୂଜନ ବିଧିରେ  ବଳି ପ୍ରଥା ଯଥାର୍ଥ କି ?" ଶୀର୍ଷକ ଏକ ଆଲୋଚନା ସଭା ଅବସର ପ୍ରାପ୍ତ  ମୁଖ୍ୟ ଆୟକର କମିଶନର ଶ୍ରୀଯୁକ୍ତ ଶ୍ରୀକାନ୍ତ ଚଟର୍ଜି ଙ୍କ  ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ମୁଖ୍ୟ ସପକ୍ଷବାଦୀ ଆଲୋଚ କ ଭାବରେ ପ୍ରାକ୍ତନ ଖଡ଼ିଆଳ  ମହାବିଦ୍ୟାଳୟର ଅଧକ୍ଷ ଶ୍ରୀଯୁକ୍ତ ଫାବୀନ୍ଦ୍ରମ ସିଂ ଦେଓ, ସହ ଆଲୋଚକ ଭାବରେ ଶ୍ରୀଯୁକ୍ତ  ଆଦିତ୍ୟ ନାରାୟଣ ପଣ୍ଡା ତଥା ବିପକ୍ଷ ବାଦୀ ଆଲୋଚକ ଭାବରେ କର୍ମକାଣ୍ଡ ବିଶାରଦ ଶ୍ରୀଯୁକ୍ତ ତାରାପ୍ରସାଦ ଆଚାର୍ଯ୍ୟ ଓ ଅଧ୍ୟାପକ ଶ୍ରୀଯୁକ୍ତ ଧ୍ରୁବଚରଣ ପ୍ରଧାନ ଯୋଗଦାନ କରି ପ୍ରସଙ୍ଗ ଟିର ତାତ୍ତ୍ୱିକ ଆଲୋଚନା କରିଥିଲେ । ପ୍ରଥମେ ଗଣ୍ଡାବାହାଳି ସ୍ଥିତ ଜାଗୃତି ମଣ୍ଡଳର ବରିଷ୍ଠ ଉପଦେଷ୍ଟା ଶ୍ରୀଯୁକ୍ତ ସତ୍ୟବ୍ରତ ଗହୀର ସଭାର ସଭାପତି ଏବଂ ଅତିଥି ଗଣଙ୍କୁ ମଞ୍ଚକୁ ସ୍ୱାଗତ କରିବା ସହିତ  ପରିଚୟ ପ୍ରଦାନ କରିଥିଲେ।ଗ୍ରାମର ବିଶିଷ୍ଟ ନାଗରିକ ଶ୍ରୀଯୁକ୍ତ ଦିବାକର ଖମାରୀ, ଶ୍ରୀଯୁକ୍ତ ରାସବିହାରୀ ମେହେର, ଶ୍ରୀଯୁକ୍ତ ଜଗନ୍ନାଥ ସେଠି, ଶ୍ରୀ ବନମାଳୀ ମେହେର, ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ଦାସ ଅତିଥିଗଣଙ୍କୁ ଫୁଲ ଚନ୍ଦନ ଓ ଉପଢୌକନ ଦେଇ ସମ୍ମର୍ଦ୍ଧିତ କରିଥିଲେ। ଅତିଥିଗଣ ବିଦ୍ୟାଦାତା ଗଣେଷ ମହାପ୍ରଭୁଙ୍କ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ସିନ୍ଦୁର ଚନ୍ଦନ ଦେଇ ପୂଜନ କରିଥିଲେ। ଶ୍ରୀ ଅର୍ଜୁନ ଦେବଗୁରୁ ଓ ସାଥି ବୀଣା ବାଦନ ସହ ମହାଲକ୍ଷ୍ମୀ  ଦେବୀଙ୍କର ସ୍ତୁତିଗାନ କରିଥିଲେ ।ଭକ୍ତିମୟ  ପରିବେଶ ଭିତରେ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶିଶୁ ଭଉଣୀ ମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ।ଏହାପରେ ବିତର୍କ ସଭା  ସଭାପତି ମହୋଦୟଙ୍କ ଦ୍ୱାରା ସୁଚାରୁ ରୂପରେ  ପରିଚାଳିତ ହୋଇଥିଲା। ଉଭୟ ପକ୍ଷ ନିଜ ନିଜ ସପକ୍ଷ ରେ ଐତିହାସିକ, ପୌରାଣିକ, ଆଧ୍ୟାତ୍ମିକ ଓ ଦର୍ଶନ ଶାସ୍ତ୍ର ସମ୍ବଳିତ ତଥ୍ୟ,ମହାମାନବଙ୍କ  ବାଣୀ  ଉଦ୍ଧୃତ କରି  ଉପସ୍ଥାପନା କରିଥିଲେ।ବିଷୟ ବସ୍ତୁର ଆଲୋଚନା ଅତି ମାର୍ମିକ,ଜ୍ଞାନ ଦୀପ୍ତ ଓ ଶିକ୍ଷଣୀୟ ହୋଇଥିଲା। ସଭାପତିଙ୍କ  ପ୍ରମାଣ ସିଦ୍ଧ ସମୀକ୍ଷା ପରେ ପ୍ରସଙ୍ଗ ଭିତ୍ତିକ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଅବସରପ୍ରାପ୍ତ ଅଧ୍ୟାପକ ଶ୍ରୀଯୁକ୍ତ ଲୋ ହିତାକ୍ଷ ଯୋଶୀ,କଣ୍ଟାବାଞ୍ଜି ଭୋକେଶନାଲ କଲେଜ ର ଅଧକ୍ଷ୍ୟ ଶ୍ରୀଯୁକ୍ତ ପଦ୍ମଲୋଚନ ବର୍ମା, ଶ୍ରୀଯୁକ୍ତ ନନ୍ଦଲାଲ ବାରିକ, ଖଡ଼ିଆଳ ସାହିତ୍ୟ ସମିତିର ସମ୍ପାଦକ ଶ୍ରୀଯୁକ୍ତ ଗୌରାଙ୍ଗ କୁମାର ସା ଓ ଶ୍ରୀଯୁକ୍ତ ଛନ୍ଦାଚରଣ ଦଣ୍ଡସେନା ପ୍ରମୁଖ ସଦସ୍ୟ ଅଂଶ ଗ୍ରହଣ କରିଥିଲେ । ପରେ  ଜାଗୃତି ଏମ ରାମଗଡ଼ ର ପ୍ରତିଷ୍ଠା ସମ୍ପାଦକ ଶ୍ରୀଯୁକ୍ତ ଭୀଷ୍ମରାଜ ମେହେରଙ୍କ ଦ୍ୱାରା ରଚିତ କ୍ଷୁଦ୍ର ଚଳଚିତ୍ର ଉପଯୋଗୀ  ନାଟକ ପୁସ୍ତକ "ଭାରତ ଆମର ଜଗତଗୁରୁ " ଅତିଥିଗଣଙ୍କ କରକମଳରେ ଉନ୍ମୋଚିତ ତଥା ସୁଟିଂ ର ଶୁଭ ମହୁରତ ଅନୁଷ୍ଠିତ ହୋଇଥିଲା । ଏହି ଶୁଭବେଳାରେ ଅନୁଷ୍ଠାନର ଉପଦେଷ୍ଠା ଅବଧୂତ ରବୀନ୍ଦ୍ର ବାବା, ବରିଷ୍ଠ କଳାକାର ନରହରି ମେହେର, ନାଟ୍ୟକାର  ଓ କ୍ୟାମେରା ମେନ ଉପସ୍ଥିତ ଥିଲେ।ସଭା ଶେଷରେ ଶିକ୍ଷାବିତ ଶ୍ରୀଯୁକ୍ତ ଚତୁର୍ଭୁଜ ସେଠି  ମଂଚାସୀନ ଅତିଥିଗଣ ଙ୍କୁ  ଧନ୍ୟବାଦ ଅର୍ପଣ କରିଥିଲେ। ଅଂଚଳର ବିଶିଷ୍ଟ ବୁଦ୍ଧି ଯିବି ଶ୍ରୀଯୁକ୍ତ ତପନ ସା,ସିନାପାଲି ଗଙ୍ଗାଧର ସାହିତ୍ୟ ସମିତିର ସଭାପତି ଶ୍ରୀଯୁକ୍ତ ବୈଷ୍ଣବ ମେହେର, ଶ୍ରୀଯୁକ୍ତ  ପ୍ରଦ୍ୟୁମ୍ନ ସିଂ ଚିନ୍ଦା,ଶ୍ରୀଯୁକ୍ତ ମୋହନ ଚରଣ ଦାସ,ବଂଶୀଧର ଜଗତ,ସମାଜସେବି ସନ୍ୟାସୀ ଦାସ, ଭଗବାନ ଚଳାନ, ଦିଶମ୍ବର ମେହେର, ଶ୍ରୀଯୁକ୍ତ  ଦୀନବନ୍ଧୁ ଗୁଆଲ  ତଥା ଖଡ଼ିଆଳ ମୁକ୍ତବିଚାରମଞ୍ଚର ସଦସ୍ୟ  ସଦସ୍ୟା ଓ ଅଂଚଳ ବାସୀ ଉପସ୍ଥିତ ଥିଲେ। ସଭାକାର୍ଯ୍ୟ ଆୟୋଜନରେ ଜାଗୃତି ଏମ ରାମଗଡ଼ର ସଦସ୍ୟ ଗଣ ସାହାଯ୍ୟ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   11-Aug-2026
  ଜିଲ୍ଲା  
ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   11-Aug-2026
  ଜିଲ୍ଲା  
ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   11-Aug-2026
  ଜିଲ୍ଲା  
ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   11-Aug-2026
  ଜିଲ୍ଲା  
ଲିଟିସର୍ଗି ପଞ୍ଚାୟତରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ   11-Aug-2026
  ଜିଲ୍ଲା  
ସିନ୍ଧେକେଲାରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା   11-Aug-2026
  ଜିଲ୍ଲା  
ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା   11-Aug-2026
  ଜିଲ୍ଲା  
ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା (ଭା.ପ୍ର.ସେ)   10-Aug-2026
  ଜିଲ୍ଲା  
ପତିତପାବନ ଏକାଡେମୀ ର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ବର୍ଗତଃ ବାଙ୍କା ବିହାରୀ ପଣ୍ଡା ଙ୍କ ଦ୍ଵାଦଶାହା କାର୍ଯ୍ୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ରାଜନେତାଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି   10-Aug-2026
  ଜିଲ୍ଲା  
କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସଂଯୁକ୍ତ କିଶାନ ମୋର୍ଚ୍ଚା ଡାକରାରେ ବଲାଙ୍ଗିର ଏଆଇଟିୟୁସି ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   10-Aug-2026
  ରାଜ୍ୟ  
ପଦ୍ମପୁର ଉପଖଣ୍ଡ ପାଇଁ କେବିକେ ଢାଞ୍ଚାରେ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଦାବି   10-Aug-2026
  ଜିଲ୍ଲା  
*ଭୁବନେଶ୍ୱରର କୁଖ୍ୟାତ ଅପରାଧୀ ଗ୍ୟାଙ୍ଗକୁ ଗିରଫ କଲା ସୁବର୍ଣ୍ଣପୁର ଜିଲ୍ଲା ପୋଲିସ*   10-Aug-2026

You Might Also Like