-+91-9937148622 |
prerana_bgr@rediffmail.com |
Tuesday 10th March 2026 |
R.N.I. Regd No. ODIODI/2010/46693
Breaking News
24-Jan-2025
ମା ଝାଡେଶ୍ୱରି ଡିଗ୍ରୀ କଲେଜ ଧମାରେ ଅଧ୍ୟକ୍ଷ ଅନିଲ ପ୍ରଧାନଙ୍କ ଅଧ୍ୟକ୍ଷତାରେ ୧୫ ତମ ଜାତୀୟ ମତଦାତା ଦିବସ -୨୦୨୫ ପାଳିତ ହୋଇଯାଇଛି। ଅଧ୍ୟାପକ ସଂଜୟ କୁମାର ସାହୁ ଜାତୀୟ ମତଦାତା ଦିବସର ଗୁରୁତ୍ୱ ବୁଝାଇଥିଲେ । ଏହି ଅବସରରେ ଏକ ବକ୍ତୃତା ପ୍ରତିଯୋଗିତା ଆୟୋଜିତ
ହୋଇଥିଲା । ଏଥିରେ କୃତି ପ୍ରତିଯୋଗୀ ଶ୍ୟାମ ମେହେର, ପ୍ରଭାସିନୀ ମେହେର ଓ ସୃତି ବେହେରାଙ୍କୁ ପୁରସ୍କୃତ କରାଯାଇଥିଲା । ସଂସାର ପଧାନ, ବଳଦେବ ମହାକୁର, ସୁଶ୍ରୀ ପାଢ଼ୀ, ସୁନୀତା ସେଠ୍, ଲମ୍ବୋଦର ପାଢ଼ୀ, ଚିନ୍ମୟ ପାଣିଗ୍ରାହୀ, ରତନ ଲୁହୁରା ପ୍ରମୁଖ ଅଧ୍ୟାପକ - ଅଧ୍ୟାପିକା ଓ କର୍ମଚାରୀବୃନ୍ଦ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ସହଯୋଗ କରିଥିଲେ। ଶେଷରେ ଅଧ୍ୟାପକ ପ୍ରମୋଦ ଦେହେରି ଧନ୍ୟବାଦ ଅର୍ପଣ କରିଥିଲେ ।