-+91-9937148622 |
prerana_bgr@rediffmail.com |
Friday 20th March 2026 |
R.N.I. Regd No. ODIODI/2010/46693
Breaking News
18-Jan-2025
(ଡୋଲେଶ୍ୱର ବାଗ )
ନୂଆପଡ଼ା ଜିଲ୍ଲା ଖଡିଆଳ ବନଖଣ୍ଡ ବିଭାଗ ପକ୍ଷ ରୁ ଜଳ ଉତ୍ସ ରେ ପକ୍ଷୀ ଗଣନା ଆରମ୍ଭ ହୋଇଯାଇଅଛି। ଖଡିଆଳ ରେଞ୍ଜ ଅଧିନସ୍ଥ ତିଖାଲି ଜଳରାଶି ରେ ପକ୍ଷୀ ଗଣନା କାର୍ଯ୍ୟ ଆଜି ଆରମ୍ଭ ହୋଇଥିବା ବେଳେ ଆଜି ଖଡିଆଳ ଡିଏଫଓ ଅଜିଜ ଖାନ ଙ୍କ ସମେତ ତାଙ୍କ କର୍ମଚାରୀ ମାନେ ଏହି ପକ୍ଷୀ ଗଣାନ କାର୍ଯ୍ୟ ରେ ଯୋଗ ଦେଇଥିଲେ। ୯ ଗୋଟି ଦଳ ପକ୍ଷୀ ଗଣନା ରେ ନିୟୋଜିତ ହୋଇଥିବା ବେଳେ ପକ୍ଷୀ ମାନେ ଏକ ସୁସ୍ଥ ଏବଂ ନିର୍ମଳ ପରିବେଶ ରେ ନିଜ ବାସସ୍ଥାନ ବନାଇଛନ୍ତି। ତେଣୁ ଜଳ ପକ୍ଷୀ, ସ୍ଥଳ ପକ୍ଷୀ ଏବଂ ବିଦେଶୀ ପକ୍ଷୀ ଗଣନା କରୁଛନ୍ତି। ଗୋଟିଏ ଦଳ ରେ ପାଞ୍ଚ ଜଣ କର୍ମଚାରୀ ନିୟୋଜିତ ହୋଇଥିବା ବେଳେ ଜଳ ଉତ୍ସ ରେ ତିନି ଗୋଟି ସମୟ ପ୍ରାତଃ, ସକାଳ, ମଧ୍ୟାର୍ଣ୍ଣ ଏବଂ ସନ୍ଧ୍ୟା ରେ ତାଙ୍କ ଆଶ୍ରୟ ସ୍ଥଳୀ, ପକ୍ଷୀ ର ବାସସ୍ଥାନ ରେ ଗଣନା କାର୍ଯ୍ୟ ଚାଲୁ ରହିଅଛି। ଜଳ ରାଶିରେ ପକ୍ଷୀ ଯାତାୟତ କରୁଥିବା ବେଳେ ଉତ୍ତମ ପରିବେଶ, ଜଳ ଏବଂ ଖାଦ୍ୟ ପ୍ରଚୁର ଥିବା ସ୍ଥାନ ରେ ଦେଖାଯାଇଥାନ୍ତି।