-+91-9937148622 |

prerana_bgr@rediffmail.com |

  Thursday 20th August 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଶ୍ୱ ଫୋଟୋଗ୍ରାଫି ଦିବସରେ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଫଟୋ ପ୍ରଦର୍ଶନୀ ll ପ୍ରଦର୍ଶିତ ହୋଇଛି ସଂସ୍କୃତି, ପରମ୍ପରା ଓ ଐତିହ୍ୟ ର ଅନେକ ଫଟୋ ll   (19-Aug-2026)       ||      ଆରପାରିରେ ବିଶିଷ୍ଟ କୀର୍ତ୍ତନ ଗାୟକ ମକ୍ତାରି ସାହୁ। କୀର୍ତ୍ତନ ଜଗତର ଏକ ସ୍ୱର୍ଣ୍ଣିମ ଅଧ୍ୟାୟର ଅବସାନ।   (19-Aug-2026)       ||      ନାକଟିଦେଉଳ ମାଟିର ଝିଅ କୁମୁଦିନୀଙ୍କୁ ଡିଜିପି ଡିସ୍କ କର୍ତ୍ତବ୍ୟନିଷ୍ଠା ଓ ଉଲ୍ଲେଖନୀୟ ସେବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ମଧ୍ୟ ସମ୍ବର୍ଦ୍ଧନା   (19-Aug-2026)       ||      ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ୍ ଲିଗ ଦ୍ୱିତୀୟ ଦିବସ, ଖୁର୍ଡିଆବାହଲ,ସିଲାଟି, କଦଳିପାଳି,ଖଇରମାଲ ବିଜୟୀ।   (19-Aug-2026)       ||      *ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଲାଗି ସମୀକ୍ଷା ବୈଠକ*-   (19-Aug-2026)       ||      ଗୁଣ୍ଡା ସାହୁ ଅପହରଣ କାଣ୍ଡ ♦️ତଥାପି ଅପହରଣର କାରଣ ଅସ୍ପଷ୍ଟ !   (19-Aug-2026)       ||      ଭୀମପାହାଡରେ ସହିଦ ଧରମସିଂମାଝୀ ମାନଧାତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଦାବି   (19-Aug-2026)       ||      ସୁମାନବ ଗଢ଼ିବାର ଶ୍ରେଷ୍ଠ ସମୟ ଛାତ୍ର ଜୀବନ: ନୀଳଜି ସରସ୍ବତୀ ଶିଶୁ ମନ୍ଦିରର ସ୍ୱାଧୀନତା ଦିବସ ପାଳନ ଅବସରରେ ରେ ବାର୍ତ୍ତା ଦେଲେ ମୁଖ୍ୟ ଅତିଥି   (18-Aug-2026)       ||      ବଲାଙ୍ଗୀରରେ ବିଜେଡି ପକ୍ଷରୁ ବିଶାଳ ଶିକ୍ଷାବଞ୍ଚାଅ ଶୋଭାଯାତ୍ରା,ଗଣଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ   (18-Aug-2026)       ||      ରାମମନ୍ଦିର କମିଟି ତୋରଣ ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କୁ ଲିଖିତ ଅଭିଯୋଗ   (18-Aug-2026)       ||      ଲୋକଙ୍କୁ ହସାଉଥିବା କଳାକାର ବିଶ୍ୱ ବଗର୍ତ୍ତୀ ଆରପାରିରେ   (18-Aug-2026)       ||      ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀଙ୍କୁ ବି ଏମ ଏସର ସ୍ମାରକ ପତ୍ର .ଶ୍ରମିକଙ୍କ ବିଭିନ୍ନ ଦାବୀର ତୁରନ୍ତ ସମାଧାନ .୧୧ ଦଫା ଦାବୀର ସ୍ମାରକ ପତ୍ର ପ୍ରଦାନ .ଉଦ୍ୟୋଗରେ ବେଆଇନ ଛଟେଇ ପ୍ରତ୍ୟାହାର   (18-Aug-2026)       ||      ବରୀ ରେ ବନ୍ୟା   (18-Aug-2026)       ||      *ଭାରତ ବିକାଶ ପରିଷଦ ସୋନପୁର ଶାଖା ପକ୍ଷରୁ ମେଗା ବୃକ୍ଷ ରୋପଣ କାର୍ଯକ୍ରମ*   (18-Aug-2026)       ||      କଣ୍ଟାବାଞ୍ଜି ରେ ସ୍ବାଧୀନତା ଦିବସରେ ସମ୍ବିଧାନ ହତ୍ୟା!    (18-Aug-2026)       ||      ନିଶାମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସାମୂହିକ ଶପଥ ପାଠ   (18-Aug-2026)       ||      *ରାସ୍ତା ଖାଳିବା ଘଟଣାକୁ କେନ୍ଦ୍ର କରି କେରଣ୍ଡୀ ଗ୍ରାମବାସୀ ଏବଂ ଜମି ମଲିକଙ୍କ ମଧ୍ୟରେ ସୃଷ୍ଟି ହେଲା ବିବାଦ*   (18-Aug-2026)       ||      ରାମମନ୍ଦିର କମିଟି ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କ ଦ୍ୱାରସ୍ଥ   (18-Aug-2026)       ||      କଟକ ମହାନଗର ଶାନ୍ତି କମିଟିର ନବୀକରଣ କର୍ଯ୍ୟାଳୟ ଉଦଘାଟିତ   (18-Aug-2026)       ||      ବିଶ୍ରା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (17-Aug-2026)       ||     

HOME   ଜିଲ୍ଲା

ଆଗଲପୁର ବ୍ଲକ ବାରିକ ସମାଜ ଭବନର ଶୁଭ ଉଦଘାଟନ :

17-Jan-2025



ଆଗଲପୁର:(ପ୍ରେରଣା ନିଉଜ) ବଲାଙ୍ଗୀର ଜିଲ୍ଲା ଆଗଲପୁର ଅନ୍ତର୍ଗତ ଭରସୁଜାସ୍ଥିତ କଲେଜ ଛକରେ ନିର୍ମିତ ବାରିକ ସମାଜ ଭବନର ପ୍ରତିଷ୍ଠା ଓ ଶୁଭ ଉଦଘାଟନ ହୋଇଯାଇଅଛି।ଏହି ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ବଲାଙ୍ଗୀର ଜିଲ୍ଲା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ, ସମ୍ମାନୀତ ଅତିଥି ଆଗଲପୁର ପଞ୍ଚାୟତ ସମିତିର ଅଧ୍ୟକ୍ଷା ଶ୍ରୀମତୀ ଗୀତାଞ୍ଜଳି ଦାସ,ଆଗଲପୁର ବ୍ଲକ ଦ୍ଵିତୀୟ ଜୋନର ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ବୀଣାପାଣି ଦାସ,ଆଗଲପୁର ବ୍ଲକର ଉପାଧ୍ୟକ୍ଷା ଶ୍ରୀମତୀ ନିରୁପମା ପଧାନ, ଭରସୁଜା ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀମତୀ ପ୍ରମିଳା ସାହୁ, ସମାଜ ସେବୀ ପଞ୍ଚୁ ପଧାନ, ବଶିଷ୍ଠ ଆଇନଜିବୀ ବିଜୟ ଦାସ,ଲୋଇସିଂହା ବାରିକ ସମାଜ ସଭାପତି ଶ୍ରୀଯୁକ୍ତ କିଶୋର ବାରିକ,ଶିକ୍ଷାବିତ୍  ଶ୍ରୀଯୁକ୍ତ ଆନନ୍ଦ ପଶାୟତ, ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ସନ୍ତୋଷ ପଶାୟତ ମଞ୍ଚାସୀନ ଥିବାବେଳେ ବଲାଙ୍ଗିର ଜିଲ୍ଲା ବାରିକ ସମାଜ ସଭାପତି ଶ୍ରୀଯୁକ୍ତ କଙ୍ଗାଲୁ ବାରିକ ସଭାରେ ସଭାପତିତ୍ବ କରିଥିଲେ ଓ ଶ୍ରୀ ସଞ୍ଜୟ ବାରିକ ମଞ୍ଚ ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଶ୍ରୀମତୀ ସାହୁ ଭବନର ଶୁଭ ଉଦଘାଟନ କରି ମାନବ ସମାଜରେ ବାରିକ ସମାଜ ଏକ ପ୍ରଭାବଶାଳୀ ଓ ଜନ ପ୍ରିୟ ଜାତି ବୋଲି ମତ ରଖିଥିଲେ। ଆଗଲପୁର ପଞ୍ଚାୟତ ସମିତିର ଅଧ୍ୟକ୍ଷା ଶ୍ରୀମତୀ ଦାସ ବାରିକ ସମାଜ ଆମ ମାନବ ସମାଜର ପ୍ରତ୍ୟେକ ସ୍ଥାନରେ ଆବଶ୍ୟକ ହୁଏ ଓ ତାଙ୍କ ଉନ୍ନତି ପାଇଁ ଯଥାସାଧ୍ୟ ସହଯୋଗ ରହିବ ବୋଲି ମତ ଦେଇଥିଲେ। ଆଗଲପୁର ବ୍ଲକ ଦ୍ଵିତୀୟ ଜୋନର ଜିଲ୍ଲା ପରିଷଦ ସଦସ୍ୟା ବାରିକ ସମାଜର ବିଶିଷ୍ଟ ପ୍ରତିଷ୍ଠିତ ସମାଜ ବୋଲି କହିଥିବା ବେଳେ ସରପଞ୍ଚ ଶ୍ରୀମତୀ ସାହୁ ବାରିକ ସମାଜର ଭାଇମାନେ ସମସ୍ତଙ୍କ ପ୍ରିୟ ଓ ଘନିଷ୍ଠ ବୋଲି ମତ ରଖିଥିଲେ। ମୁଖ୍ୟବକ୍ତା ଶ୍ରୀଯୁକ୍ତ ପଶାୟତ ବାରିକ ସମାଜର ଇତିହାସ ସମ୍ପର୍କରେ ନିଖୁଣ ଭାବରେ ବର୍ଣ୍ଣନା କରିଥିଲେ। ନିମନ୍ତ୍ରଣ   ରକ୍ଷାକରି ବଲାଙ୍ଗିର ଜିଲ୍ଲାର ସମସ୍ତ ବ୍ଲକରୁ ଆସିଥିବା ସଭାପତି ଓ ସଂପାଦକ ମାନଙ୍କୁ ଆଗଲପୁର ବ୍ଲକ ସମାଜର ସଂପାଦକ ଶ୍ରୀଯୁକ୍ତ ବିବେକାନନ୍ଦ ବାରିକ ସମ୍ବର୍ଦ୍ଧିତ କରିଥିଲେ। ଏହି ଉପଲକ୍ଷେ ବ୍ୟାସ ପିତାମ୍ବର ପଶାୟତଙ୍କ ଦ୍ଵାରା ସୁନ୍ଦରା କାଣ୍ଡ ପାରାୟଣ ହୋଇଥିଲା।ଶେଷରେ ଆଗଲପୁର ବାରିକ ସମାଜ ସଭାପତି ଶ୍ରୀଯୁକ୍ତ ମିତ୍ରଭାନୁ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। ବାରିକ ସମାଜର ଡାକ୍ତର ବାରିକ,ପ୍ରେମକାନ୍ତ ବାରିକ,ରାଜ ବାରିକ, କନ୍ଦର୍ପ ବାରିକ,ସଦାନନ୍ଦ ବାରିକ, ରମେଶ ବାରିକ, ଜେହେରୁ ବାରିକ,ଦିଲେଶ୍ୱର ବାରିକ, ଇନ୍ଦ୍ରଜିତ ବାରିକ,ମୁକେଶ ବାରିକ, ସୁପାଲ ବାରିକ,ବିଭୂତି ବାରିକ, ଅମିତ ପଶାୟତ,ସରୋଜ ବାରିକ, ଦ୍ଵିତୀୟା ପଶାୟତ,ରମେଶ ପଶାୟତ,ନିମେଈ ପଶାୟତ, କୃପାସିନ୍ଧୁ ପଶାୟତ,ନରେଶ ପଶାୟତ , ହିମାଂଶୁ ବାରିକ, ତୁଳସୀ ବାରିକ, ହଳଧର ବାରିକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ବାରିକ ସମାଜର ଏହି ଭବନ ପ୍ରତିଷ୍ଠା ଏ ଅଞ୍ଚଳ ପାଇଁ ଆଲୋଚନାର ବିଷୟ ହୋଇଥିବା ବେଳେ ଏହି ଭବନ ନିର୍ମାଣ ଓ ଏହି ଭବ୍ୟ ସମାରୋହରେ ଗୁରୁ ଦାୟିତ୍ବ ତୁଲାଇଥିବାରୁ  ଡାକ୍ତର ବାରିକ, ସଞ୍ଜୟ ବାରିକ ଓ ପ୍ରେମାକାନ୍ତ ବାରିକଙ୍କୁ ଅଞ୍ଚଳବାସୀ ଭୂୟସୀ ପ୍ରଶଂସା କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଶ୍ୱ ଫୋଟୋଗ୍ରାଫି ଦିବସରେ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଫଟୋ ପ୍ରଦର୍ଶନୀ ll ପ୍ରଦର୍ଶିତ ହୋଇଛି ସଂସ୍କୃତି, ପରମ୍ପରା ଓ ଐତିହ୍ୟ ର ଅନେକ ଫଟୋ ll   19-Aug-2026
  ଜିଲ୍ଲା  
ଆରପାରିରେ ବିଶିଷ୍ଟ କୀର୍ତ୍ତନ ଗାୟକ ମକ୍ତାରି ସାହୁ। କୀର୍ତ୍ତନ ଜଗତର ଏକ ସ୍ୱର୍ଣ୍ଣିମ ଅଧ୍ୟାୟର ଅବସାନ।   19-Aug-2026
  ଜିଲ୍ଲା  
ନାକଟିଦେଉଳ ମାଟିର ଝିଅ କୁମୁଦିନୀଙ୍କୁ ଡିଜିପି ଡିସ୍କ କର୍ତ୍ତବ୍ୟନିଷ୍ଠା ଓ ଉଲ୍ଲେଖନୀୟ ସେବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ମଧ୍ୟ ସମ୍ବର୍ଦ୍ଧନା   19-Aug-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ୍ ଲିଗ ଦ୍ୱିତୀୟ ଦିବସ, ଖୁର୍ଡିଆବାହଲ,ସିଲାଟି, କଦଳିପାଳି,ଖଇରମାଲ ବିଜୟୀ।   19-Aug-2026
  ଜିଲ୍ଲା  
*ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଲାଗି ସମୀକ୍ଷା ବୈଠକ*-   19-Aug-2026
  ଜିଲ୍ଲା  
ଗୁଣ୍ଡା ସାହୁ ଅପହରଣ କାଣ୍ଡ ♦️ତଥାପି ଅପହରଣର କାରଣ ଅସ୍ପଷ୍ଟ !   19-Aug-2026
  ଜିଲ୍ଲା  
ଭୀମପାହାଡରେ ସହିଦ ଧରମସିଂମାଝୀ ମାନଧାତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଦାବି   19-Aug-2026
  ଜିଲ୍ଲା  
ସୁମାନବ ଗଢ଼ିବାର ଶ୍ରେଷ୍ଠ ସମୟ ଛାତ୍ର ଜୀବନ: ନୀଳଜି ସରସ୍ବତୀ ଶିଶୁ ମନ୍ଦିରର ସ୍ୱାଧୀନତା ଦିବସ ପାଳନ ଅବସରରେ ରେ ବାର୍ତ୍ତା ଦେଲେ ମୁଖ୍ୟ ଅତିଥି   18-Aug-2026
  ଜିଲ୍ଲା  
ବଲାଙ୍ଗୀରରେ ବିଜେଡି ପକ୍ଷରୁ ବିଶାଳ ଶିକ୍ଷାବଞ୍ଚାଅ ଶୋଭାଯାତ୍ରା,ଗଣଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ   18-Aug-2026
  ଜିଲ୍ଲା  
ରାମମନ୍ଦିର କମିଟି ତୋରଣ ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କୁ ଲିଖିତ ଅଭିଯୋଗ   18-Aug-2026
  ଜିଲ୍ଲା  
ଲୋକଙ୍କୁ ହସାଉଥିବା କଳାକାର ବିଶ୍ୱ ବଗର୍ତ୍ତୀ ଆରପାରିରେ   18-Aug-2026
  ଜିଲ୍ଲା  
ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀଙ୍କୁ ବି ଏମ ଏସର ସ୍ମାରକ ପତ୍ର .ଶ୍ରମିକଙ୍କ ବିଭିନ୍ନ ଦାବୀର ତୁରନ୍ତ ସମାଧାନ .୧୧ ଦଫା ଦାବୀର ସ୍ମାରକ ପତ୍ର ପ୍ରଦାନ .ଉଦ୍ୟୋଗରେ ବେଆଇନ ଛଟେଇ ପ୍ରତ୍ୟାହାର   18-Aug-2026

You Might Also Like