-+91-9937148622 |
prerana_bgr@rediffmail.com |
Thursday 20th August 2026 |
R.N.I. Regd No. ODIODI/2010/46693
Breaking News
17-Jan-2025
(ଡୋଲେଶ୍ୱର ବାଗ )
ନୂଆପଡ଼ା ନେସନାଲ କଲେଜ ବାଳିକାମାନଙ୍କ ଆତ୍ମ ସୁରକ୍ଷା ତାଲିମ୍ ଶିବିର ଉଦଯାପିତ ହୋଇଯାଇଅଛି। କଲେଜ୍ ଅଧ୍ୟକ୍ଷ ହିତେଶ କୁମାର ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ବାଳିକାଙ୍କୁ ଆତ୍ମ ସୁରକ୍ଷା ନେଇ ତାଲିମ ନିଶ୍ଚିତ ରୂପେ ମନୋବଳ ବୃଦ୍ଧି କରିଛି ବୋଲି କହିଥିଲେ। ଗଣିତ ବିଭାଗ ର ମୁଖ୍ୟ ଶ୍ରୀମତୀ ନନ୍ଦିନୀ ମଞ୍ଜରୀ ହୋତା ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ। +୨ ପ୍ରଥମ ବର୍ଷ ପାଇଁ ଉଦ୍ଦିଷ୍ଟ ଆତ୍ମ ସୁରକ୍ଷା ଶିବିର ଶାରୀରିକ ସୁରକ୍ଷା ପାଇଁ ଜ୍ଞାନ ଆହରଣ କରିଛନ୍ତି। ଛାତ୍ରୀମାନଙ୍କୁ ମାନପତ୍ର ପ୍ରଦାନ୍ କରାଯାଇଥିଲା। ଜିଲ୍ଲା ସଂଯୋଜକ ଶ୍ରୀ ପ୍ରକାଶ କୁମାର ସାହୁ ଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଶିବିରରେ ମାଷ୍ଟର ଟ୍ରେନର ଫୁଲେଶ୍ୱରି ସାହୁ ତାଲିମ୍ ଦେଇଥିଲେ। ଛାତ୍ରୀ ମାନେ ତାଙ୍କର ଶିଖିଥିବା କୌଶଳ ପ୍ରଦର୍ଶନ କରିଥିଲେ। ଶିବିର ଗତ ୦୬ ଜାନୁଆରୀ ରୁ ଆରମ୍ଭ ହୋଇ ଆଜି ୧୬ ଜାନୁୟlରୀ ପର୍ଯ୍ୟନ୍ତ ଚାଲିଥିଲା।