-+91-9937148622 |
prerana_bgr@rediffmail.com |
Thursday 20th August 2026 |
R.N.I. Regd No. ODIODI/2010/46693
Breaking News
16-Jan-2025
ବଲାଙ୍ଗିର : ଜନସେବା ଦିବସ ଅବସରରେ ଆୟୋଜିତ ବର୍ଦ୍ଧିତ ଭତ୍ତା ବିତରଣ ସମାରୋହରେ ହିତାଧିକାରୀଙ୍କୁ ବଦ୍ଧିତ ଭତ୍ତା ବିତରଣ ଉତ୍ସବ ଅନୁଷ୍ଠିତ ହୋଇଛି । ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଗୌରୱ ଶୀୱାଜୀ ଇସାଲୱାର ଯୋଗ ଦେଇଥିଲେ । ବୃଦ୍ଧବୃଦ୍ଧା ପରିବାରର ସ୍ତମ୍ଭ ତଥା ସମାଜର ଦମ୍ଭ ବୋଲି କହିବା ସହ ଅବଶିଷ୍ଟ ଯୋଗ୍ୟ ବ୍ୟକ୍ତିମାନଙ୍କୁ ବଦ୍ଧିତ ଭତ୍ତା ପ୍ରଦାନ ଦିଗରେ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ଅସ୍ଵାନ ହଲ ଠାରେ ଆୟୋଜିତ ଏହି ଉତ୍ସବରେ ବର୍ଦ୍ଧିତ ଭତ୍ତା ବିତରଣ ସମାରୋହ
ରେ ଜିଲ୍ଲାର ୧୬୯୯୫ ଜଣଙ୍କୁ ୮୦ ବର୍ଷରୁ ଊର୍ଦ୍ଧ୍ଵ ବୃଦ୍ଧବୃଦ୍ଧା ଓ ୮୦ ପ୍ରତିଶତ ବା ଅଧିକ ଦିବ୍ୟାଙ୍ଗ ହିତାଧୀକାରୀଙ୍କୁ ୩୫୦୦ ଟଙ୍କା ଲେଖାଏଁ ସାମାଜିକ ସୁରକ୍ଷା ଭିନ୍ନକ୍ଷମ ଭତ୍ତା ଦିଆଯିବ ବୋଲି ସୂଚନା ଦିଆ ଯାଇଛି । ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ମଦନଜୀତ ହୋତା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ସୂଚନା ଯୋଗ୍ୟ, ପୂର୍ବରୁ ହିତାଧୁକାରୀ
ମାନେ ୧୨୦୦ ଟଙ୍କା ପାଉଥିବା ବେଳେ ଚଳିତ ଜାନୁଆରୀ ମାସରୁ ଜିଲ୍ଲାର ୧୬୯୯୫ ଜଣ ୮୦ବର୍ଷରୁ ଊର୍ଦ୍ଧ୍ବ ବୃଦ୍ଧବୃଦ୍ଧା ଓ ୮୦ ପ୍ରତିଶତ ବା ଅଧୁକ ଦିବ୍ୟାଙ୍ଗ ହିତାଧିକାରୀ ବର୍ଦ୍ଧିତ ଭଦ୍ଭା ବାବଦକୁ ମାସିକ ୩୫୦୦ ଟଙ୍କା ପାଇବା ଦ୍ଵାରା ଉପକୃତ ହେବେ । ଆଭାସି ମାଧ୍ୟମରେ କେନ୍ଦୁଝର ଠାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଭତ୍ତା ବିତରଣ ଶୁଭାରମ୍ଭ କାର୍ଯ୍ୟକ୍ରମର ସିଧାସଳଖ ପ୍ରସାରଣ କରାଯାଇଥିଲା।