-+91-9937148622 |
prerana_bgr@rediffmail.com |
Tuesday 24th March 2026 |
R.N.I. Regd No. ODIODI/2010/46693
Breaking News
15-Jan-2025
(ମିହିର ଶଙ୍କର ପାତ୍ର,)
ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅଞ୍ଚଳଗୁମା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ମେଟ୍ରିକ ବ୍ୟାଚ ର ବନ୍ଧୁ ମିଳନ ପଡୋଶୀ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ କାମରା ମାଁ ଡଙ୍ଗର୍ ଦେଇ ମନ୍ଦିର ଠାରେ ଅନୁଷ୍ଠିତ ହୋଇଛି | ଦୀର୍ଘ ୩୫ ବର୍ଷ ପରେ ବାଲ୍ୟ ବନ୍ଧୁମାନେ ଏକାଠି ମିଶିଥିବାରୁ ହସଖୁସି, ଆନନ୍ଦ ରେ ଦିନ ଟି କାଟିଥିଲେ | କର୍ମମୟ ଜୀବନ ରୁ ଗୋଟିଏ ଦିନ ବାହାର କରି ସାଙ୍ଗ ସାଥି ମେଳ ରେ ସମସ୍ତେ ମିଶିଥିବା ରୁ ମେଟ୍ରିକ ପରେ ନିଜ ନିଜ ଜୀବନ ର ଗତି ପଥ ଉପରେ ଆଲୋଚନା କରିଥିଲେ |ଏହି ମସିହା ରେ ମୋଟ ୭୦ ଜଣ ପାଠ ପଢୁଥିବା ବେଳେ ୫୦ ଜଣ ଉପସ୍ଥିତ ଥିଲେ | ଏକ whatsapp ଗ୍ରୁପ ମାଧ୍ୟମରେ ସମସ୍ତେ ଏକତ୍ରିତ ହୋଇ ଆଜି ବନ୍ଧୁ ମିଳନ କରିଥିଲେ | ଆଗାମୀ ଦିନ ରେ ସମସ୍ତେ ସୁଖ ଦୁଃଖ ରେ ସାମିଲ ହେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ | ଏବଂ ମୁଖ୍ୟ ଅତିଥି ଭାବେ ସେଇ ବିଦ୍ୟାଳୟ ର ଶିକ୍ଷକ ବନମାଳୀ ରଥ ଯୋଗ ଦେଇଥିଲେ | ଶେଷରେ ଆଗାମୀ ଦିନ ବନ୍ଧୁ ପାଇଁ ର ଭାବନା ରେ ଦୁଃଖ ସୁଖର ସାଥୀ ହେବାପାଇଁ ହାତକୁ ହାତ ମିଲାଇ ଆଗକୁ ଯିବା ନିଷ୍ପତି ହୋଇଥିଲା |