-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
15-Jan-2025
ବୋଡେ଼ନ (ଚିନ୍ତାମଣି ନେତାମ )
ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ ବାବେବିର ପଂଚାୟତ ଧରଣୀମାଳ ଗ୍ରାମରେ ମାଁ ପାଟ୍ଟରାଣୀ କ୍ରିକେଟ୍ କପ୍ ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥିଭାବରେ ଖରସେଲ ଗ୍ରାମ ପଂଚାୟତ ସରପଞ୍ଚ ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର ଖମାରୀ ଯୋଗଦେଇ ଫିତାକାଟି ଶୁଭ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥିଭାବେ ଶ୍ରୀଯୁକ୍ତ ହେରାମ୍ବ ସିଂ ପୁଝାରୀ,ଶ୍ରୀଯୁକ୍ତ ଲିଙ୍ଗରାଜ କଟା ( ପ୍ରଧାନ ଶିକ୍ଷକ ଧରଣୀମାଳ ଉଚ୍ଚ ବିଦ୍ୟାଳୟ ) ଯୋଗ ଦେଇଥିବା ବେଳେ କମିଟିର ସଭାପତି ଶ୍ରୀଯୁକ୍ତ ରାଜେନ୍ଦ୍ର ପ୍ରସାଦ ଜଗତ, ସମ୍ପାଦକ ଶ୍ରୀଯୁକ୍ତ ମକରଧ୍ୱଜ ଜଗତ, ଭାଷ୍ୟକାର ଶ୍ରୀଯୁକ୍ତ ନିରଞ୍ଜନ ବେମାଲ ଓ ବସନ୍ତ ବାଗ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।ଏହି ଉଦଘାଟନୀ ମ୍ୟାଚରେ
ଜୟବାହାଲ ବନାମ କାମପୁର ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା ।ଜୟବାହାଲ ଦଳ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିଥିଲେ ଓ ନିର୍ଦ୍ଧାରିତ ୧୨ ଓଭର୍ ରେ ୭ ୱିକେଟ ହରାଇ ୭୯ ରନ କରିଥିଲା ତାହାର ଜବାବରେ କାମପୁର ଦଳ ନିର୍ଦ୍ଧାରିତ ୧୦ ଓଭରେ ୩ ୱେକେଟ ହରାଇ ୮୦
ରନ ସଂଗ୍ରହ କରି ବିଜୟ ହୋଇଥିଲା ।ଏହି ଖେଳକୁ ଶ୍ରୀଯୁକ୍ତ ସୌରଭ ଯୋଶୀ ଓ ଧନଞ୍ଜୟ ମେହେର ଖେଳ ପରିଚାଳନା କରିଥିଲେ। କମିଟିର ବାସୁଦେବ ସାହୁ, ମନୋଜ କୁମାର ବାଗ, ମନୋରଞ୍ଜନ ବେହେରା, ମହେନ୍ଦ୍ର ଭୋଇ, ସୋନୁ ସିଂ,ଅଶୋକ କୁମାର ସା, ଗୋବର୍ଧନ ତାଣ୍ଡି,ଧାରାବିବରଣୀ କରିଥିଲେ। ଏହି ଖେଳ ଜାନୁୟାରୀ ୩୧ ତାରିଖ ଦିନ ଶେଷ ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି |