-+91-9937148622 |

prerana_bgr@rediffmail.com |

  Friday 21st August 2026 |

| | | |

R.N.I. Regd No. ODIODI/2010/46693

Breaking News

ରିଜିଓନାଲ କରାଟେ ପ୍ରତିଯୋଗିତାରେ ଅଭିଳାଶାଙ୍କୁ ସ୍ୱର୍ଣ୍ଣ ପଦକ ସିଆଇଏସ୍‌ସିଇ ନେସନାଲ ଯିବେ ଅଭିଳାଶା   (21-Aug-2026)       ||      ଡିଏନ୍‌ଏ କଲେଜରେ ପରିବେଶ ସଚେତନତା କାର୍ଯ୍ୟକ୍ରମ   (21-Aug-2026)       ||      ରେଙ୍ଗାଲି ପୁଲିସର ବଡ଼ ସଫଳତା: ୧୩ ଚୋରି ବାଇକ୍ ଉଦ୍ଧାର, ୫ ଅଭିଯୁକ୍ତ ଗିରଫ   (20-Aug-2026)       ||      ପାର୍ବତୀ ଗିରି ଡିଗ୍ରୀ ମହାବିଦ୍ୟାଳୟରେ ନିଶାମୁକ୍ତ ଯୁବା ,ବିକଶିତ ଭାରତ କାର୍ଯ୍ୟକ୍ରମ    (20-Aug-2026)       ||      ସ୍ୱାସ୍ଥ୍ୟସେବାରୁ ସ୍ୱାସ୍ଥ୍ୟ ନ୍ୟାୟ : ସ୍ୱାସ୍ଥ୍ୟ ଅଧିକାରର ନୂତନ ପରିକଳ୍ପନା ଶୀର୍ଷକ ଆଲୋଚନା ସମାନ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ମାନବାଧିକାରର ଅବିଚ୍ଛିନ୍ନ ଅଂଶ କରିବାକୁ ଆହ୍ୱାନ ସୁସ୍ଥ ପରିବେଶ ଓ ସାମାଜିକ ସୁରକ୍ଷା ଭଳି ବିଷୟ ସ୍ୱାସ୍ଥ୍ୟ ସହ ଗଭୀର ଭାବେ ଜଡ଼ିତ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସ୍ୱାସ୍ଥ୍ୟ ଅଧିକାର ହେଲେ ଏହା ନ୍ୟାୟରେ ପରିଣତ ହେବ    (20-Aug-2026)       ||      ଅତ୍ୟାବଶ୍ଯକ ସାମଗ୍ରୀର ଦର ବୃଦ୍ଧି ର ପ୍ରତିବାଦ ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ।   (20-Aug-2026)       ||      ବିଶିପାଲି ରେ କୋଶଲି ନାଟ୍ୟ ମହର୍ଷି ଭଗବାନ ସାହୁଙ୍କ ଜୟନ୍ତୀ ପାଳିତ   (20-Aug-2026)       ||      ଆଶ୍ରା ବୃଦ୍ଧାଶ୍ରମର ପ୍ରଥମ ବାର୍ଷିକୋତ୍ସବ ପାଳିତ   (20-Aug-2026)       ||      ମୁଖ୍ୟମନ୍ତ୍ରୀ ସଡକ ଯୋଜନାର ରାସ୍ତା କାମ ନିମ୍ନମାନ, ମାସ ନପୁରୁଣୁ ପିଚୁ ଉଠିଲା   (20-Aug-2026)       ||      ରାଜ୍ୟ ସ୍ତରୀୟ ଶିକ୍ଷା ସେବା ସମ୍ମାନରେ ସମ୍ମାନିତ,ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡଃ କିଶୋର କୁମାର କର୍ଣ୍ଣ   (20-Aug-2026)       ||      ଗୌରଗୋଠ ପ୍ୟାକ୍ସ ପରିଦର୍ଶନ କଲେ ନରସିଂହ♦️ ଚାଷୀଙ୍କୁ ପର୍ଯ୍ୟାପ୍ତ ସାର ପ୍ରଦାନ କରୁ ବିଭାଗ - ନରସିଂହ   (20-Aug-2026)       ||      ସମଲେଶ୍ୱରୀ ମନ୍ଦିର ପାର୍ଶ୍ୱରେ ଥିବା ଦୋକାନ ଗୃହ ଉଛେଦ ପରେ ଏବେ ଦେବୋତ୍ତର ବିଭାଗର ଜମି କୁ ନେଇ ପ୍ରଶ୍ନବାଚୀ ♦️ ମନ୍ଦିରର ନିୟମିତ ଆୟ କେଉଁଠୁ ଆସିବ ଏହାକୁ ନେଇ ଚିନ୍ତାରେ ଭକ୍ତବୃନ୍ଦ    (20-Aug-2026)       ||      ଜିଲ୍ଲାସ୍ତରୀୟ ରେଡକ୍ରସ କାଉନସେଲର ତାଲିମ ଶିବିର ଉଦ୍‌ଯାପିତ   (30-Jul-2026)       ||      ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ପାଳିତ   (20-Aug-2026)       ||      ପବିତ୍ର ଶ୍ରାବଣରେ ଦୁଇ ବେସାହାରା ଭିକ୍ଷୁକଙ୍କ ଶେଷ ସାହାରା ସାଜିଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ   (20-Aug-2026)       ||      *ଲେହିଡି ଗାଁରେ ଗୋଶାଳା ପାଇଁ ଭୁମି ପୂଜନ ଓ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ*-   (20-Aug-2026)       ||      ବଗଡ଼ାରେ ଗ୍ରୀନ୍ ଇଗଲ୍ ଆର୍ମି ପକ୍ଷରୁ ବନମହୋତ୍ସବ   (20-Aug-2026)       ||      ରାଷ୍ଟ୍ରୀୟ ପ୍ରବାସୀ ଓଡିଆ ପରିବାର ଦ୍ୱାରା ସ୍ୱାସ୍ଥ୍ୟ ଶିବିର ଆୟୋଜନ   (20-Aug-2026)       ||      ସୁବର୍ଣ୍ଣପୁର ଠାରେ ବିଜେଡି ପକ୍ଷରୁ ଶିକ୍ଷା ବଞ୍ଚାଅ ଆନ୍ଦୋଳନ   (20-Aug-2026)       ||      ନବରଙ୍ଗପୁର ଜିଲ୍ଲାର ନୀରିହ ଆଦିବାସୀ ଯୁବକର ୧ ଲକ୍ଷ ୨୦ହଜାର ଟଙ୍କା ଖାଇଗଲେ କେନ୍ଦୁଝର ର ଝିଅ   (20-Aug-2026)       ||     

HOME   ଜିଲ୍ଲା

ପାଟଣାଗଡ଼ ଅଞ୍ଚଳରେ ପୁଣି ଏକ ଦାଦନ ଶ୍ରମିକ ର ମୃତ

15-Jan-2025



ପାଟଣାଗଡ଼ (ପୁର୍ଣ୍ଣ ଶଶୀ ଶେଖର ରାଓ)ଚଳିତ ବର୍ଷ ବଲାଙ୍ଗିର ଜିଲ୍ଲାରେ ସର୍ବାଧିକ ବେଆଇନ ଦାଦନ ଶ୍ରମିକ ଚାଲାଣ ହୋଇଥିବା ଶୁଣିବାକୁ ମିଳୁଛି। ହେଲେ ବେଆଇନ ଦାଦନ ଶ୍ରମିକ ଚାଲାଣ ରୋକିବାକୁ ଚେଷ୍ଟା କଲେ ନାହିଁ କିଛି ପୋଲିସ ଅଧିକାରୀ। ସର୍ଦ୍ଦାର ପୀରତି ରେ ଭାସି ଭୁଲିଗଲେ ନିଜ ଦାୟିତ୍ବ ଓ କର୍ତ୍ତବ୍ୟ। ଯାହାକି ଏବେ ନିରିହ ଦାଦନ ଶ୍ରମିକ ଉପରେ କୁପ୍ରଭାବ ପଡ଼ିଛି। ବଲାଙ୍ଗିର ଜିଲ୍ଲାର ଅନେକ ଗୁଡ଼ିଏ ଦାଦନ ଶ୍ରମିକ ଅମାନବୀୟ ନିର୍ଯାତନା ପାଇବା ସହ ମୃତ୍ୟୁବରଣ କରୁଥିବା ଖବର ଦିନକୁ ଦିନ ବୃଦ୍ଧି ପାଉଛି। ଏହି ବେଆଇନ ଦାଦନ ଚାଲାଣ ଉପରେ ରୋକ୍ ଲଗାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଟାକ୍ସଫୋର୍ସ ଗଠନ କରାଯାଇଥିଲା ଓ‌ ତା'ର ଦାୟିତ୍ବ ନିଜେ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ର ବିଧାୟକ ତଥା ଓଡ଼ିଶାର ଉପମୁଖ୍ୟ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମହୋଦୟ ନେଇଥିଲେ। କିନ୍ତୁ ତାଙ୍କ ନିର୍ବାଚନ ମଣ୍ଡଳୀରେ ଅଧିକାଂଶ ସର୍ଦ୍ଦାର ବେଆଇନ ଦାଦନ ଶ୍ରମିକ ଚାଲାଣ କରିଥିବା କଥା ସବୁଆଡେ ଚର୍ଚ୍ଚା ହେଉଛି। ଚଳିତ ବର୍ଷ ପାଟଣାଗଡ଼ ପୋଲିସ ମାତ୍ର ଦୁଇ ଥର ଦାଦନ ଶ୍ରମିକ ଉଦ୍ଧାର କରିଛନ୍ତି ହେଲେ ଲରମ୍ଭା ପୋଲିସ ଦାଦନ ଶ୍ରମିକ ଉଦ୍ଧାର କୁ ଶୂନ୍ୟ କରିଦେଲେ। ହେଲେ ଅନେକ ଗୁଡ଼ିଏ ଲରମ୍ଭା ଅଞ୍ଚଳର ଦାଦନ ଶ୍ରମିକ ନିର୍ଯାତନା ପାଉଥିବା ବେଳେ ମୃତ୍ୟୁବରଣ କରୁଥିବା ଦେଖିବାକୁ ମିଳିଛି।ଗତକିଛି ଦିନ ଲରମ୍ଭା ଥାନା ଅନ୍ତର୍ଗତ ଲୁହାସିଂହା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡଙ୍ଗିଆବାହଲ ଗାଁ ର ଜଣେ ଦାଦନ ଶ୍ରମିକଙ୍କ ବାହାର ରାଜ୍ୟ ରେ ମୃତ୍ୟୁ ଘଟିଥିଲା। ସେହି ଦାଦନ ଶ୍ରମିକ କୁ ବେଲ ପଡ଼ା ଥାନା ବେହେରା ମୁଣ୍ଡା ଗ୍ରାମ ପଞ୍ଚାୟତ  ର‌ ଜୈନିକ ସର୍ଦ୍ଦାର ବେଆଇନ ଭାବେ ଚାଲାଣ କରିଥିଲା। ତାର ମୃତ ଶରୀରକୁ ଗାଁ କୁ ଆଣିଥିଲେ କିନ୍ତୁ ପରିବାର ବର୍ଗଙ୍କୁ ଲୋଭ ଦେଖାଇ ଘଟଣା କୁ ଚାପି ଦିଆଗଲା। ଏତେ ବଡ଼ ଘଟଣା ରେ ଲରମ୍ଭା ପୋଲିସ ର ନୀରବତା କୁ ଦେଖି ତାଜୁବ ଲାଗୁଛି। କେଉଁ ଉଦ୍ଦେଶ୍ୟରେ ଲରମ୍ଭା ପୋଲିସ ଖୋଳତାଡ଼ କଲାନାହିଁ କି ବେଆଇନ ଦାଦନ ଶ୍ରମିକ ଚାଲାଣ ରୋକିବାକୁ ଚେଷ୍ଟା କଲାନାହିଁ। ପୁଣି ଥରେ ସେହି ଅଞ୍ଚଳର ବେଆଇନ ଭାବେ ଚାଲାଣ ହୋଇଥିବା ଜଣେ ଦାଦନ ଶ୍ରମିକ ରେଲ ଲାଇନ୍ ରେ ମୃତ୍ୟୁବରଣ କରିଥିବା ବେଳେ ତାର ଶବ ଗାଁ କୁ ଫେରିଛି। ସୂଚନାଯୋଗ୍ୟ ଯେ ବେଲ ପଡ଼ା ଥାନା ମୁନାପାଲି ଗାଁ ର ଜୈନିକ ସର୍ଦ୍ଦାର କିଛି ଟଙ୍କା ଅଗ୍ରୀମ ଦେଇ ଲରମ୍ଭା ଥାନା ଅନ୍ତର୍ଗତ ବାଘମୁଣ୍ଡ ଗାଁ ର ଦାଦନ ଶ୍ରମିକ ଭାଗବତ ବରିହା ଓରଫ୍ ଛୁଆ ବାବୁ (୪୦)  କୁ  ବାହାର ରାଜ୍ୟ କୁ ବେଆଇନ ଭାବେ ଚାଲାଣ କରିଥିଲା।ସେଠାରେ‌ କୌଣସି କାରଣବସତଃ ଟ୍ରେନ ଲାଇନ ରେ କଟି ଯାଇ ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କ ମୃତ ଶରୀରକୁ ଗାଁ କୁ ଅଣାଯାଇଛି। ଗାଁ ରେ ଶ୍ରୀଘ୍ର ମୃତ ଦେହ କୁ ପୋଡାଇ ଦେବା ସହ ଥାନା ରେ ଅଭିଯୋଗ ନକରିବା ପାଇଁ ପରିବାର ବର୍ଗଙ୍କୁ କୁହାଯାଉଛି।ଘଟଣାକୁ ଦବାଇ ଦେବା ପାଇଁ ରାତାରାତି ଶବ ଟିକୁ ପୋଡ଼ି ଦେଇଥିବା ବେଳେ ସେଥିରେ ସରକାର ଙ୍କ ଅଣପଞ୍ଜିକୃତ ତଥା କଥାକଥିତ ସାମ୍ବାଦିକ ମାନେ ମଧ୍ୟ ସହଯୋଗ କରିଥିବା ଶୁଣିବାକୁ ମିଳୁଛି।ଏ ବିଷୟରେ ଆମେ ଲରମ୍ଭା ଥାନା ଅଧିକାରୀ ସୂର୍ଯ୍ୟଭାନୁ ଯାଦବ ଙ୍କୁ ପଚାରିବାରୁ ସେ କହିଲେ କି ଏମିତି କିଛି ଅଭିଯୋଗ ଆସିନାହିଁ ଯଦି ଆସେ ମୁଁ ଜଣାଇବି।


News Comment




Photo in News

Advertisment
Lastest News
  ଜିଲ୍ଲା  
ରିଜିଓନାଲ କରାଟେ ପ୍ରତିଯୋଗିତାରେ ଅଭିଳାଶାଙ୍କୁ ସ୍ୱର୍ଣ୍ଣ ପଦକ ସିଆଇଏସ୍‌ସିଇ ନେସନାଲ ଯିବେ ଅଭିଳାଶା   21-Aug-2026
  ଜିଲ୍ଲା  
ଡିଏନ୍‌ଏ କଲେଜରେ ପରିବେଶ ସଚେତନତା କାର୍ଯ୍ୟକ୍ରମ   21-Aug-2026
  ଜିଲ୍ଲା  
ରେଙ୍ଗାଲି ପୁଲିସର ବଡ଼ ସଫଳତା: ୧୩ ଚୋରି ବାଇକ୍ ଉଦ୍ଧାର, ୫ ଅଭିଯୁକ୍ତ ଗିରଫ   20-Aug-2026
  ଜିଲ୍ଲା  
ପାର୍ବତୀ ଗିରି ଡିଗ୍ରୀ ମହାବିଦ୍ୟାଳୟରେ ନିଶାମୁକ୍ତ ଯୁବା ,ବିକଶିତ ଭାରତ କାର୍ଯ୍ୟକ୍ରମ   20-Aug-2026
  ଜିଲ୍ଲା  
ସ୍ୱାସ୍ଥ୍ୟସେବାରୁ ସ୍ୱାସ୍ଥ୍ୟ ନ୍ୟାୟ : ସ୍ୱାସ୍ଥ୍ୟ ଅଧିକାରର ନୂତନ ପରିକଳ୍ପନା ଶୀର୍ଷକ ଆଲୋଚନା ସମାନ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ମାନବାଧିକାରର ଅବିଚ୍ଛିନ୍ନ ଅଂଶ କରିବାକୁ ଆହ୍ୱାନ ସୁସ୍ଥ ପରିବେଶ ଓ ସାମାଜିକ ସୁରକ୍ଷା ଭଳି ବିଷୟ ସ୍ୱାସ୍ଥ୍ୟ ସହ ଗଭୀର ଭାବେ ଜଡ଼ିତ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସ୍ୱାସ୍ଥ୍ୟ ଅଧିକାର ହେଲେ ଏହା ନ୍ୟାୟରେ ପରିଣତ ହେବ   20-Aug-2026
  ଜିଲ୍ଲା  
ଅତ୍ୟାବଶ୍ଯକ ସାମଗ୍ରୀର ଦର ବୃଦ୍ଧି ର ପ୍ରତିବାଦ ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ।   20-Aug-2026
  ଜିଲ୍ଲା  
ବିଶିପାଲି ରେ କୋଶଲି ନାଟ୍ୟ ମହର୍ଷି ଭଗବାନ ସାହୁଙ୍କ ଜୟନ୍ତୀ ପାଳିତ   20-Aug-2026
  ଜିଲ୍ଲା  
ଆଶ୍ରା ବୃଦ୍ଧାଶ୍ରମର ପ୍ରଥମ ବାର୍ଷିକୋତ୍ସବ ପାଳିତ   20-Aug-2026
  ଜିଲ୍ଲା  
ମୁଖ୍ୟମନ୍ତ୍ରୀ ସଡକ ଯୋଜନାର ରାସ୍ତା କାମ ନିମ୍ନମାନ, ମାସ ନପୁରୁଣୁ ପିଚୁ ଉଠିଲା   20-Aug-2026
  ଜିଲ୍ଲା  
ରାଜ୍ୟ ସ୍ତରୀୟ ଶିକ୍ଷା ସେବା ସମ୍ମାନରେ ସମ୍ମାନିତ,ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡଃ କିଶୋର କୁମାର କର୍ଣ୍ଣ   20-Aug-2026
  ଜିଲ୍ଲା  
ଗୌରଗୋଠ ପ୍ୟାକ୍ସ ପରିଦର୍ଶନ କଲେ ନରସିଂହ♦️ ଚାଷୀଙ୍କୁ ପର୍ଯ୍ୟାପ୍ତ ସାର ପ୍ରଦାନ କରୁ ବିଭାଗ - ନରସିଂହ   20-Aug-2026
  ରାଜ୍ୟ  
ସମଲେଶ୍ୱରୀ ମନ୍ଦିର ପାର୍ଶ୍ୱରେ ଥିବା ଦୋକାନ ଗୃହ ଉଛେଦ ପରେ ଏବେ ଦେବୋତ୍ତର ବିଭାଗର ଜମି କୁ ନେଇ ପ୍ରଶ୍ନବାଚୀ ♦️ ମନ୍ଦିରର ନିୟମିତ ଆୟ କେଉଁଠୁ ଆସିବ ଏହାକୁ ନେଇ ଚିନ୍ତାରେ ଭକ୍ତବୃନ୍ଦ   20-Aug-2026

You Might Also Like