-+91-9937148622 |
prerana_bgr@rediffmail.com |
Wednesday 10th June 2026 |
R.N.I. Regd No. ODIODI/2010/46693
Breaking News
15-Jan-2025
(ମିହିର ଶଙ୍କର ପାତ୍ର,)
ପାପଡା ହାଣ୍ଡି ବ୍ଲକ ଅନ୍ତର୍ଗତ ପାତ୍ରି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପୁରୁଣା ଖଇରା ଗ୍ରାମରେ ଅପରାହ୍ନ ୫. ୩୦ ସମୟରେ ମହିମାଧର୍ମର ୨୧ଦୀପ ପ୍ରଜ୍ୱଳନ ନାମ ଯଜ୍ଞ ଅନୁଷ୍ଠିତ ହୋଇଥିଲା।ଚୈତନ ଭକ୍ତ ଓ ମଙ୍ଗରୀ ମାତା ଆନୁକୁଲ୍ୟରେ ଗ୍ରାମରେ ମହିମାଧର୍ମର 250 ଭକ୍ତଙ୍କ ସମାଗମରେ ଅଲେଖ ମହିମା ଶରଣମ ଧୂନିରେ ଘିଅ ଆହୁତି ଦ୍ଵାରା ଅଞ୍ଚଳ ଚଳଚଞ୍ଚ ହୋଇ ଉଠିଥିଲା। ଅଲେଖ ମହିମା ନାମ ଯଜ୍ଞରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ସାଗର ଯୋଗଦାନ କରି ଭକତ ମାନଙ୍କ ପାଇଁ ଆଠ ଭଜନ ଓ ଶ୍ରୀମଦ ଭାଗବତ ଗୀତା ପ୍ରଦାନ କରିଥିଲେ। ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ଅନୁଷ୍ଠିତ ହେଲା।