-+91-9937148622 |
prerana_bgr@rediffmail.com |
Friday 21st August 2026 |
R.N.I. Regd No. ODIODI/2010/46693
Breaking News
14-Jan-2025
(ଡୋଲେଶ୍ୱତ ବାଗ )
ଖଡ଼ିଆଳ ରାଜା ଏଟି ହାଇସ୍କୁଲ ପଡିଆଠାରେ ନୂଆପଡା ଜ଼ିଲ୍ଲା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ଜ଼ିଲ୍ଲା ସ୍ତରୀୟ ମକର ଉତ୍ସବ ପାଳିତ ହୋଇଯାଇଛି। ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଲୟ ପୂର୍ବତନ ଅଧ୍ୟକ୍ଷ ଡ. ତରୁଣ କୁମାର ପ୍ରଧାନ, ବିଶିଷ୍ଟ ଅତିଥି ନୂଆପଡା ଜ଼ିଲ୍ଲା ସଂଘ ଚାଲକ ଉଦୟ ସିଂ ମାଝୀ, ପ୍ରାନ୍ତ ପପ୍ରଚାରକ ମୁଖ୍ୟ ବକ୍ତା ଶଙ୍କର ପଣ୍ଡା, ଜ଼ିଲ୍ଲା କାର୍ଯ୍ୟବାହକ ତଥା ମଞ୍ଚ ପରିଚାଳକ ଯୋଗେଶ୍ୱର ବନଗୋଲା ପ୍ରମୁଖ ମଞ୍ଚାସୀନ ହୋଇ ଉଦବୋଧନ ଦେଇଛନ୍ତି। ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ବର୍ଷକୁ ଛଅ ଗୋଟି ପର୍ବ ପର୍ବାଣୀ ପାଳିତ ହୋଇଥାଏ। ତନମଧ୍ୟରୁ ମକର ସଂକ୍ରାନ୍ତି ଉତ୍ସବ ଅନ୍ୟତମ। ଆଜି ସଂଘ ପକ୍ଷରୁ ଆୟୋଜିତ ମକର ସଂକ୍ରାନ୍ତି ଉତ୍ସବ ରେ ନୂଆପଡା ଜ଼ିଲ୍ଲା ପାଞ୍ଚ ଗୋଟି ବ୍ଲକ ଅଂଚଳରୁ ହଜାର ହଜାର ସ୍ୱୟଂ ସେବକ ସ୍ଥାନୀୟ ଖଡ଼ିଆଳ ବିଦ୍ୟାମନ୍ଦିର ଗଡ୍ରାମୁଣ୍ଡା ଠାରେ ଏକତ୍ରିତ ହୋଇ ଗଣବେଶ ପରିଧାନ କରିବା ସହିତ କାନ୍ଧରେ ଲାଠୀ ଧରି ବେଣ୍ଡ ବାଦ୍ୟର ତାଳେ ତାଳେ ସହର ପରିକ୍ରମା କରିଛନ୍ତି। ଶାନ୍ତି ମୌତ୍ରୀ ରେ ଜୀବନ ଅନୁପ୍ରାଣିତ ହେବା ଆହ୍ବାନ। କାର୍ଯ୍ୟକ୍ରମ କୁ ପୁସ୍ତମ ସୁନାନୀ, ବିନୋଦ ଅଗ୍ରୱାଲ,ଦିଲୀପ ତ୍ରିବେଦୀ, କାଳିଆ କୃଷ୍ଣ ବାଗ, ଗରୁଡେଶ୍ୱର ଗହିର,ସଜ୍ଜନ ଅଗ୍ରୱାଲ, ଯୋଗ ଦେଇଥିଲେ।