-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||     

HOME   ଜିଲ୍ଲା

ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର: ଜିଲ୍ଲାର ସମସ୍ତ ଓ ଏ ଭି ସହିତ ମୁଖ୍ୟମନ୍ତ୍ରୀ ବସ କୁ ସଂଯୋଗ କରିବା ପାଇଁ ନିର୍ଦ୍ଦେଶ

14-Jan-2025



ତରଭା(କପିଳାସ ସେଠ )ବ୍ଲକ ସଭା ଗୃହ ରେ ଜିଲ୍ଲା ସ୍ତରୀୟ ଜିଲ୍ଲାପାଳ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଜିଲ୍ଲପାଳ ଅନ୍ୟା ଦାସଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି I ଅଭିଯୋଗ ଶୁଣାଣି ଶିବିର ରେ ଅଞ୍ଚଳ ବିଭିନ୍ନ ସମସ୍ୟାଜନିତ  ମୋଟ ୪୭ଗୋଟି ଅଭିଯୋଗ ପଞ୍ଜିକୃତ ହୋଇ ଥିଲା I ତରଭା ପଞ୍ଚାୟତ ସମିତି ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ, ସୁବର୍ଣ୍ଣପୁରଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲା ପାଳ ଙ୍କ ଠାରେ ତରଭା ବ୍ଲକ ଜାମକାନୀ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ରେ ନିର୍ମାଣ ଶେଷ ହୋଇ ଥିବା ଛାତ୍ରୀ

ହଷ୍ଟେଲ କୁ କାର୍ଯ୍ୟକ୍ଷମ କରିବା ପାଇଁ ଅଭିଯୋଗ କୁ ନେଇ ଶୀଘ୍ର କାର୍ଯ୍ୟ କାରି କରିବା ପାଇଁ ବିଭୀଗୀୟ ଅଧିକାରୀ ଙ୍କୁ ନିର୍ଦ୍ଧେଶ ଦେବା ସହ ଜିଲ୍ଲା ସମସ୍ତ ଓ. ଏ.ଭି.ସହିତ ଲକ୍ଷ୍ମୀ ବାସ ଲିଙ୍କ କରିବା ପାଇଁ ବିଭାଗୀୟ ଅଧିକାରୀ ତଥା ପି ଡ଼ି ଙ୍କୁ ନିର୍ଦ୍ଧେଶ ଦେଇଥିଲେ I ଜିଲ୍ଲା ପାଳ  ଅନ୍ୟା ଦାସ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବୀରେନ୍ଦ୍ର କୁମାର ନାୟକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରିଥିଲେ Iସମସ୍ଯା  ଜନିତ ୪୭ ଗୋଟି ପଞ୍ଜୀକୃତ ଅଭିଯୋଗ ରୁ  ୩୩ ଗୋଟି ବ୍ୟକ୍ତିଗତ ଦରଖାସ୍ତ ଗ୍ରହଣ କରାଯାଇଥିବା ବେଳେ, ୧୪ ଗୋଟି ସାମୁହିକ ଦରଖାସ୍ତ ଗ୍ରହଣ କରାଯାଇଥିଲା। ୫ ଗୋଟି ଅଭିଯୋଗ ତୁରନ୍ତ ଶୁଣାଣି ସମୟ ମଧ୍ୟରେ ଫଏସଲା ଜିଲ୍ଲପାଳ କରିଥିଲେ  । ଅବଶିଷ୍ଟ ଦରଖାସ୍ତ ଗୁଡିକୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ଏହି  ଅବସରରେ ଭାରତୀୟ ଷ୍ଟେଟ ବ୍ୟାଙ୍କ, ତରଭା ଶାଖା ଏବଂ ୟୁ ଜି ବି କମସରା ଶାଖା ତରଫରୁ ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ବିମା ଯୋଜନାରେ ବାନ୍ଧବୀ ଦୀପ, ଜାମୁରା ହରିପାଲ ଓ ଝାରତରଭାର ରୁକ୍କୁଣୀ ନାଏକ ପ୍ରତ୍ୟକଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ବିମା ରାଶି ଓ  ଏସ.ବି.ଆଇ ଓ ୟୁ ବି ଆଇ ଶାଖା ତରଭା ଦ୍ୱାରା ଓଡିଶା ଗ୍ରାମୀଣ ଜୀବନ ଜୀବିକା ମିଶନ ଯୋଜନାରେ ବିଜ୍ଞାପିତ ଅଂଚଳ ପରିଷଦ ଅନ୍ତର୍ଗତ ମାଁ ମଙ୍ଗଳା ସ୍ଵୟଂ ସହାୟକ ଗୋଷ୍ଠୀ, ପୁଆ ଗ୍ରାମର ଜଗାବଳିଆ ଓ ବୀଣା ଭାରତୀ ସ୍ୱୟଂ ସହାୟକ ଗୋଷ୍ଠୀ, ବଡଭଏଁରୋ ଗ୍ରାମପଞ୍ଚାୟତ ଅନ୍ତର୍ଗତ ରଥପାଲିର ବାବା ଶ୍ରୀ ଲୋକନାଥ ଓ ବଡଭଏଁରୋ ଗ୍ରାମର ମାଁ ସନ୍ତୋଷୀ ଏସ ଏଚ ଜି, କଟାପାଲି ଗ୍ରାମ ପଞ୍ଚାୟତର ବିଜାପଦାର ଗ୍ରାମର ମାଁ ବୃନ୍ଦାବତୀ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ, ମରାଡୁ ଗୋଚ୍ଛା ଗ୍ରାମ ପଞ୍ଚାୟତର ଲକ୍ଷ୍ମୀମୁଣ୍ଡାର ମାଁ ସନ୍ତୋଷୀ ଓ ମା ମହାଲକ୍ଷ୍ମୀ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଙ୍କୁ ମାଛ ଚାଷ ନିମନ୍ତେ ପ୍ରତି ଗୋଷ୍ଠୀଙ୍କୁ ଟ ୧୦,୦୦୦୦୦/- ( ଦଶ ଲକ୍ଷ) ଟଙ୍କା ଲେଖାଏଁ, ଓ ସରଗଜ ଗ୍ରାମ ପଞ୍ଚାୟତ ଦେଓଗାଁ ଗ୍ରାମର ମାଁ ପଦ୍ମାଳୟା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ୬ ଲକ୍ଷ ଟଙ୍କା, ସମୁଦାୟ ୮୬ଲକ୍ଷ ଟଙ୍କା 
ମାଛଚାଷ ନିମନ୍ତେ (କ୍ରେଡିଟ ଲିଂକେଜ ) ଋଣ  ସୁବର୍ଣ୍ଣପୁର ଜିଲ୍ଲପାଳଙ୍କ ଦ୍ଵାରା ବିତରଣ କରାଯାଇଥିଲା।  ଝାର ତରଭା ଗ୍ରାମର ଦିବ୍ୟଙ୍ଗଯମୁନା ରଣା ଅଶି ପ୍ରତିଶତ ଭିନ୍ନକ୍ଷମ ଥିବା ଯୋଗୁଁ ତାଙ୍କୁ 3500ଟଙ୍କା ଭତ୍ତା, ରେସନ କାର୍ଡ, ଆବାସ ଯୋଜନା ସହ ଯିବା ଆସିବାପାଇଁ ସୁବିଧା କରିବା ପାଇଁ ଅଭିଯୋଗ କରିଥିଲେ I ଯମୁନା ଅବସ୍ଥା ଦେଖି ଜିଲ୍ଲା ପ୍ରଶାସନ ସ୍ତବ୍ଧ ହେବା ସହ ସମସ୍ତ ସରକାରୀ ଯୋଜନା ରେ ସାମିଲ କରିବାକୁଜିଲ୍ଲା ପାଳ ସମ୍ପୃକ୍ତ ଅଧିକାରୀ ଙ୍କୁ ନିର୍ଦ୍ଧେଶ ଦେଇଥିଲେ  I  ଋତୁ କାଳୀନ ଚାଷ କାର୍ଯ୍ୟ ପାଇଁ ତେଳ ନଦୀ ରେ ଏକ ମେଗା ଲିପ୍ଟ ପଏଣ୍ଟ ସ୍ଥାପନ କରିବା ପାଇଁ ସରଗଜ, ଦୁବୁଲା, ତୁଲୁଣ୍ଡା ଗ୍ରାମପଞ୍ଚାୟତ ର ସରଗଜ, ଚନ୍ଦନ ପାଳି, ବାଘିଆ ମୁଣ୍ଡା, ତେନ୍ତୁଳୀଖୁଣ୍ଟି, ନକଟିକନା, ତେନ୍ତୁଳିଆ ମୁଣ୍ଡା ସମେତ ଅନେକ ଗ୍ରାମ ର ଚାଷୀ ମାନେ ଜିଲ୍ଲା ପାଳ ଙ୍କ ଠାରେ ଦାବୀ କରିଥିଲେ I ଏହାସଙ୍ଗେଯାତାୟାତ ଓ ଦୁର୍ଘଟଣା ଏଡାଇବା ପାଇଁ  ସରଗଜ ପେସ୍କ ର ଗୋଦାମ ଗୃହ ନୂତନ ସ୍ଥାନ ରେ ନିର୍ମାଣ କରିବା ପାଇଁ ଚାଷୀ ମିତ୍ରବ୍ରତ ମିଶ୍ର ଙ୍କ ସହ ବହୁ ଚାଷୀ ଜିଲ୍ଲା ପାଳ ଙ୍କ ଠାରେ ଦାବୀ କରିଥିଲେ I ପୁଆ ରାମ କୃଷ୍ଣ ବେଜ ହାଇସ୍କୁଲ ରେ ଗଣିତ, ବିଜ୍ଞାନ, ଓ କଳା ଶିକ୍ଷକ ପଦବୀ ଦୀର୍ଘ ଦିନ ହେଲା ଖାଳି ପଡିଛି I ଛାତ୍ର ଛାତ୍ରୀ ଙ୍କ ସ୍ୱାର୍ଥ ଦୃଷ୍ଟି ସ୍ଥାୟୀ ଶିକ୍ଷକ ନିଯୁକ୍ତି ନହେବା ପ୍ରାୟନ୍ତ ଏଠାକୁ ଡେପୁଟେସନ ରେଶିକ୍ଷକ ଦେବା ପାଇଁ ସ୍କୁଲ ର ଅଭିଭାବକ, କମିଟି ସଭ୍ୟ ଜିଲ୍ଲା ପାଳ ଙ୍କ ଠାରେ ଲିଖିତ ଅଭିଯୋଗ କରିଥିଲେ I ଏହା ଙ୍କୁ ଶୀଘ୍ର ସମାଧାନ କରିବାକୁ ଜିଲ୍ଲପାଳ ଡ଼ି ଇ ଓ ଙ୍କୁ ନିର୍ଦ୍ଧେଶ ଦେଇଥିଲେ  I ଚାର ଭଟ୍ଟା ସ୍ଥିତ ବିଜୟ ନଗର କୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ଓ ଗୋବର୍ଦ୍ଧନ ମଠ ରେ ନଳ କୂପ ଖୋଲିବା ପାଇଁ ଅଭିଯୋଗ ହୋଇ ଥିଲା  I ତରଭା ଏନ ଏ ସି ର ଅବସର ପ୍ରାପ୍ତ କର୍ମଚାରୀ ତାଙ୍କର ଏରିଅର ଟଙ୍କା ଯୋଗାଇ ଦେବା ଓ କେତେକ ଚାଷୀ ନିଜର ଧାନ ବିକ୍ରି ଟୋକନ ଅବଧି ବୃଦ୍ଧି କରିବା ପାଇଁ ଜିଲ୍ଲା ପାଳ ଙ୍କ ଠାରେ ଅଭିଯୋଗ କରିଥିଲେ I ଭାଲୁ ଡୁଙ୍ଗୁରି ଗ୍ରାମ ର କେତେକ ଚାଷୀ ଲିପ୍ଟ ପଏଣ୍ଟ ମାଧ୍ୟମରେ ଅପହଞ୍ଚ ଅଂଚଳ କୁ ଜଳ ସୋଚନ କରିବା ପାଇଁ ଦାବୀ କରିଥିଲେ I ତରଭା ବିଡ଼ିଓ  ଗଙ୍ଗାରାମ ବୁଡେକଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ଯୁଗ୍ମ

ଅଭିଯୋଗ ଶୁଣାଣି ଶିବିର ରେ  ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଅଶ୍ଵିନୀ କୁମାର ମେହେର,  ଉପଜିଲ୍ଲାପାଳ ଡ଼  ସୌମ୍ୟାରୂପା ରଥ, ଜିଲ୍ଲା ମୁଖ୍ୟ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ ପ୍ରଦୀପ କୁମାର ଗୁରୁ, ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ,  ସହ ସିଡିପିଓ ସବିତା ଦୋରା, ବି ଭି ଓ ଡ଼ ଶ୍ୟାମ ସୁନ୍ଦର ପାଣ୍ଡେ, ବି ଇ ଓ ନାରାୟଣ ମିଶ୍ର, ଉପପ୍ରାନ୍ତୀୟ ଶ୍ରମ ଆୟୁକ୍ତ ଡିଲେଶ୍ୱର ଖାକା, ଜିପିଓ ବିଜୟ ନାୟକ, ଏସ ବି ଆଇ ଶାଖା ପରିଚାଳକ ସୁଶାନ୍ତ ସାହୁ ସହ କାରି ଯନ୍ତ୍ରୀ ରବୀନ୍ଦ୍ର ସାହୁ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ଅଶ୍ୱନୀ ଭୋଇ,  ଇଓ  ଲକ୍ଷ୍ମୀକାନ୍ତ ମଲ୍ଲିକ ତଥା ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ସହ ତହସିଲ ଓ ବ୍ଲକସ୍ତରୀୟ ଅଧିକାରୀ ଏବଂ ସାମ୍ବାଦିକ ପ୍ରମୁଖ ଯୋଗଦାନ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026
  ଜିଲ୍ଲା  
ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026
  ଜିଲ୍ଲା  
ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026

You Might Also Like