-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
11-Jan-2025
ପାଟଣାଗଡ଼( ପୁର୍ଣ୍ଣ ଶଶୀ ଶେଖର ରାଓ) ବଲାଙ୍ଗିର ଜିଲ୍ଲାରେ ଏବେ ଦାଦନ ଋତୁ ର ଶେଷ ପର୍ଯ୍ୟାୟ ଚାଲିଥିବା ବେଳେ ଜୋରରେ ଦାଦନ ଶ୍ରମିକ ଚାଲାଣ ହେଉଛି। ଏତିକିବେଳେ ତତ୍ପରତା ଦେଖାଇଛି ପୋଲିସ।ଗତ ଦୁଇ ଦିନ ତଳେ ଖପ୍ରାଖୋଲ ପୋଲିସ ଦ୍ବାରା ଉଦ୍ଧାର ହେଇଥିବା ବେଳେ ଆଜି ପୁଣି ଧରିଛି ଖପ୍ରାଖୋଲ ପୋଲିସ।ସେପଟେ ଖପ୍ରାଖୋଲ ପୋଲିସ ଉଦ୍ଧାର କରିଥିବା ବେଳେ ଏପଟେ ପାଟଣାଗଡ଼ ପୋଲିସ ମଧ୍ୟ ସଜାଗ ହୋଇରହିଛି। ଆଜି ସନ୍ଧ୍ୟାରେ ବେଲପଡା ଥାନା ମଧ୍ୟପୁର ଗାଁ ର ସର୍ଦ୍ଦାର ମନୋଜ ନାଏକ ୨୫ ଜଣ ଦାଦନ ଶ୍ରମିକ ଧରି ବାହାର ରାଜ୍ୟ କୁ ବେଆଇନ ଦାଦନ ଶ୍ରମିକ ଚାଲାଣ କରିବାକୁ ଯୋଜନା କରୁଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ପାଟଣାଗଡ଼ ଥାନା ଅଧିକାରୀ ହରିବନ୍ଧୁ ଗଡତ୍ୟା ଉଲବା ଷ୍ଟେସନ ରେ କବ୍ଜା କରିଛନ୍ତି। ତନ୍ମଧ୍ୟରୁ ପୁରୁଷ ଓ ମହିଳା ଏବଂ ଶିଶୁ ରହିଛନ୍ତି। ବେଆଇନ ଦାଦନ ଶ୍ରମିକ ଚାଲାଣ କରୁଥିବା ସର୍ଦ୍ଦାର କୁ ପାଟଣାଗଡ଼ ପୋଲିସ ଗିରଫ କରିଥିବା ଜଣାପଡ଼ିଛି।ମଧ୍ୟପୁର ଗାଁ ରେ ଏକମାତ୍ର ମୁଖ୍ୟ ସର୍ଦ୍ଦାର ରାଜାରାମ ନାଏକ ଅଛି ବୋଲି ଅଞ୍ଚଳରେ ଶୁଣିବାକୁ ମିଳେ। ପ୍ରକୃତରେ କିଏ ସେ ମୁଖ୍ୟ ସର୍ଦ୍ଦାର ତର୍ଜମା କଲେ ଜଣାଯିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।