-+91-9937148622 |
prerana_bgr@rediffmail.com |
Thursday 13th August 2026 |
R.N.I. Regd No. ODIODI/2010/46693
Breaking News
11-Jan-2021
ବଲାଙ୍ଗୀର, ବାଧିତ ଜନବଂଧୁ ପ୍ରଭାକର ରଥଙ୍କ ଜନ୍ମ ଶତ ବାର୍ଷିକୀ ପାଳନ ଅବସରରେ ପ୍ରଭାକର ରଥ ସ୍ମୃତି ସମିତି ତରଫରୁ ଭାରତୀୟ ଷ୍ଟେଟ ବ୍ୟାଙ୍କ କ୍ଷେତ୍ରୀୟ ବ୍ୟବସାୟିକ କାର୍ଯ୍ୟାଳୟର ସହଯୋଗରେ ଏକ ଦିବସୀୟ ସଦ୍ଭାବନା ସାଇକେଲ ଯାତ୍ରା ଡ. ବନ ବିହାରୀ ସାହୁ, ଆଇନଜିବୀ ଜୟରାମ ମିଶ୍ର ଓ ଟାଙ୍ଗିଆ ଜାମ ମୁଖିଆ ଗୋପାଳ ଚନ୍ଦ୍ର ହୋତାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସାଇକେଲ ଯାତ୍ରାକୁ ଅଶୋକ କୁମାର ଗୁରୁ, ସୁନିଲ କୁମାର ମିଶ୍ର, ସମ୍ଭୁ ପ୍ରସାଦ ମିଶ୍ର ଓ ନାଟ୍ୟ ଭୂଷଣ ଜଗଦାନନ୍ଦ ଛୁରିଆ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ସାଇକେଲ ଯାତ୍ରୀମାନେ ବଲାଙ୍ଗିରରୁ ସାତ ମାଇଲ ଛକ, କେଶେରକେଲା, ମୋତିଝରିଆ, ଅଙ୍କରିଆପଦର, ଜାମଗାଁ, ରାନୀକଟା, ଲେତିପାଲି ଓ ସାଉନ୍ତପୁର ଗ୍ରାମମାନଙ୍କରେ ପଥପ୍ରାନ୍ତ ସଭା ଓ ଲିଫ୍ଲେଟ ବଣ୍ଟ କରି କରୋନା ଦୂର କରିବା, ସଦ୍ଭାବନା ରକ୍ଷା କରିବା, ପରିବେଶ ସୁରକ୍ଷା କରିବା, ଗଛ ଲଗାଇବା, ଡିଜିଟାଲ ଇଣ୍ଡିଆ ଓ ସାଇବର ଠକେଇରୁ କିପରି ଜନ ସାଧାରଣ ବଂଚି ପାରିବେ ସେ ଉପରେ ସଚେତନତା ବାର୍ତ୍ତା ଦେଇଥିଲେ । ଏହି ସାଇକେଲ ଯାତ୍ରାରେ ଅଶୋକ ରାୟ, ସୁନାଧର ବନଛୋର, ସ୍ମାରକ ନାରାୟଣ ଖୁଆସ, ଅଂଶୁମାନ ସାହୁ, ଶାଶ୍ୱତ ଶତପଥି, ଋଷି କୁମାର ସାହୁ, ପ୍ରଦୀପ ପଶାୟତ, ମଧୁ ସାହୁ, ଧୃବ ଚରଣ ସାହୁ, ସତ୍ୟ ନାଏକ, ଦୁର୍ଗା ସାହୁ, ମାନସ ବାଗ, ହୃଷିକେଶ ପୁରୋହିତ, କେଦାରନାଥ ସେଠୀ, କହ୍ନେଇ ଭରାସାଗର, ବଳିଷ୍ଠ ପଧାନ, ନୃପ ନାଏକ, ରବି ହାତୀ, ଭୀମସେନ ସାହୁ, ରାଜେଶ ସାହୁ, ସୁଧାଂଶୁ ଦାଶ, ଅରୁଣ ଖୁଆସ, ବିଶ୍ୱଜିତ ବିଶ୍ୱାଲ, ଦର୍ଶନ ସାହୁ, ଭାଷ୍କର ନାଏକ, ବିଜୟ ନାଏକ, ଚୁଡେନ୍ଦ୍ର କୁମାର ବେହେରା ଓ ମଦନ ମୋହନ ରଥ ପ୍ରମୁଖ ଯାଇଥିଲେ । ବଲାଙ୍ଗିର ଫେରିବା ପରେ ଟିକ୍ରାପଡା ଠାରେ ଭାରତୀ ସାହୁ ଏବଂ ଟିକ୍ରାପଡା ଶ୍ରୀରାମ ମନ୍ଦିରଠାରେ କସ୍ତୁରୀ ରଥ ଓ ମାଳତି ଉଦ୍ଗାତାଙ୍କ ନେତୃତ୍ୱରେ ଆଦ୍ୟାଶକ୍ତି ନାରୀ ସଂଗଠନର କର୍ମକର୍ତ୍ତାମାନେ ସାଇକେଲ ଯାତ୍ରୀଙ୍କୁ ସ୍ୱାଗତ ଜଣାଇଥିଲେ । ଶେଷରେ ସ୍ମୃତି ସମିତିର ଆବାହକ ମଦନ ମୋହନ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।