-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||     

HOME   ଜିଲ୍ଲା

ସ୍ଵର୍ଗତଃ ସୁଲୋଚନା ମହାପାତ୍ର ସୁଗୁଣର ସମାହାର ଥିଲେ

26-Dec-2024



ବିଳାଶୁଣୀ/ଭୁବନେଶ୍ଵର(ପ୍ରେରଣା ଖବର); ନିଆଳୀ ବ୍ଳକ ଅନ୍ତର୍ଗତ ବିଳାଶୁଣୀ ଗ୍ରାମ ପଞ୍ଚାୟତର ପ୍ରଥମ ସରପଞ୍ଚ ସ୍ଵର୍ଗତଃ ମହାଦେବ ମହାପାତ୍ରଙ୍କ ସହଧର୍ମିଣୀ ଶ୍ରୀମତୀ ସୁଲୋଚନା ମହାପାତ୍ରଙ୍କର ସ୍ମୃତି ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିବା ଜଣାଯାଇଛି। ଶ୍ରୀମତୀ ମହାପାତ୍ରଙ୍କର ବିୟୋଗର ଏକାଦଶ ଓ ଚତୁର୍ଦ୍ଦଶ ତିଥି ଅବସରରେ ତାଙ୍କର ଗାଁ ବିଳାଶୁଣୀର ବାଲିକୁଦସ୍ଥିତ ବାସଭବନଠାରେ ଏବଂ ଗୁଜୁରାଟର ଆଦରାଜ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ପ୍ରାର୍ଥନା ସଭାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବନ୍ଧୁ ପରିଜନ, ପରିବାର ବର୍ଗ ଏବଂ ଶୁଭାକାଂକ୍ଷୀମାନେ ସମ୍ମିଳିତ ହୋଇ ସୁଲୋଚନା ମହାପାତ୍ରଙ୍କର ଆଦର୍ଶ ଜୀବନକୁ ସ୍ମରଣ କରିବା

ସହିତ ଦିବଂଗତ ଆତ୍ମାର ସଦଗତି ଓ ଚିରଶାନ୍ତି କାମନା କରିଥିଲେ । ଶ୍ରୀମତୀ ମହାପାତ୍ରଙ୍କର ଗତ ଡିସେମ୍ବର ଚାରି ତାରିଖ ଦିନ ୯୨ ବର୍ଷ ବୟସରେ ନିଧନ ଘଟିଥିଲା। ସେହି ଦିନ ପୁରୀର ସ୍ଵର୍ଗଦ୍ଵାରଠାରେ ପରିବାରବର୍ଗ ଓ ବିଳାଶୁଣୀର ଗ୍ରାମବାସୀଙ୍କ ପକ୍ଷରୁ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ଶ୍ରୀମତୀ ମହାପାତ୍ରଙ୍କର ଶୋକ ସନ୍ତପ୍ତ ପରିବାର ସଦସ୍ୟଙ୍କ ମଧ୍ୟରେ ତିନି ପୁଅ ବେଙ୍ଗାଲୁରୁ ସ୍ଥିତ ଆଇଆଇଏମର ପ୍ରଫେସର ଡଃ. ଗୋପାଳ ମହାପାତ୍ର, ବରିଷ୍ଠ ଅଧିବକ୍ତା ଦାମୋଦର ସାହୁ ଏବଂ ଗୁଜୁରାଟରେ ଅବସ୍ଥାପିତ ପ୍ରତିଷ୍ଠିତ ଶିଳ୍ପୋଦ୍ୟୋଗୀ ବଦ୍ରିନାରାୟଣ ମହାପାତ୍ର, ତିନି ଝିଅ ଜୟଶ୍ରୀ ମହାପାତ୍ର, ସୈରିନ୍ଧ୍ରୀ ମହାପାତ୍ର ଓ ଚିନ୍ମୟୀ ମହାପାତ୍ର, ତିନି ଜ୍ବାଇଁ ସ୍ଵର୍ଗତଃ ସୁକାନ୍ତ ସେନାପତି, ଦାମୋଦର ପାଢ଼ୀ ଓ ନରେନ୍ଦ୍ର ସାହୁ, ତିନି ବୋହୂ ମନସ୍ଵିନୀ ମହାପାତ୍ର, ରମାଦେଇ, ତୃପ୍ତିମୟୀ ମହାପାତ୍ର ଓ ନାତି ନାତୁଣୀ ଯଥା ; ବବୁଲ, ପପୁନ, ଭକ୍ତ, ଆଶିଷ,  ସିଲୁ, ଚନ୍ଦନ, ଜିତୁ,  କ୍ରିପିତା ଓ ରାଜା ପ୍ରମୁଖ ସାମିଲ ଅଛନ୍ତି। କନିଷ୍ଠ ପୁତ୍ର ବଦ୍ରିନାରାୟଣ ମହାପାତ୍ର ମୁଖାଗ୍ନି ପ୍ରଦାନ କରିଥିଲେ। 

ସ୍ଵର୍ଗତଃ ସୁଲୋଚନା ମହାପାତ୍ର ଏକାଧାରରେ ଜଣେ ସୃଜନଶୀଳ କବୟତ୍ରୀ, ଆଧ୍ୟାତ୍ମିକ ଉପାସକ,  କର୍ତ୍ତବ୍ୟ ପରାୟଣ ଗୃହିଣୀ, ନିଷ୍ଠାପର, ସରଳ,  ସ୍ନେହୀ, ମିଷ୍ଟଭାଷୀ, ଦରଦୀ, ମେଳାପୀ ଓ ପରୋପକାରୀ ମହିଳା ଥିଲେ I ସେ ୧୯୩୨ ମସିହା ଜାନୁୟାରୀ ୧ ତାରିଖରେ ଏରବଙ୍ଗ ଗ୍ରାମରେ ମାତା ସୁନ୍ଦରମଣି ଦିବ୍ୟା ଏବଂ ପିତା ଜଗନ୍ନାଥ ସାହୁଙ୍କର ଔରସରୁ ସେ ଜନ୍ମ ଗ୍ରହଣ କରିଥିଲେ। ସୁଲୋଚନା ବିଳାଶୁଣୀ ଗ୍ରାମର ପ୍ରଖ୍ୟାତ ଜମିଦାର ନରେନ୍ଦ୍ର ମହାପାତ୍ରଙ୍କ ସୁପୁତ୍ର ମହାଦେବ ମହାପାତ୍ରଙ୍କୁ  ବିବାହ କରିଥିଲେ। ପ୍ରଖର ଈଶ୍ଵର ବିଶ୍ଵାସୀ ସୁଲୋଚନା ସ୍ୱଳ୍ପ ଶିକ୍ଷା ପ୍ରାପ୍ତ କରିଥିଲେ ସୁଦ୍ଧା ତାଙ୍କର ଜୀବଦ୍ଦଶାରେ ବହୁ ଉଚ୍ଚକୋଟିର ଭକ୍ତି ସଙ୍ଗୀତ ରଚନା କରି ଯାଇଛନ୍ତି । ଭଜନ ଗାଇବା ଓ ଶୁଣିବା ପାଇଁ ସେ ଖୁବ୍ ପସନ୍ଦ କରୁଥିଲେ । ବିନା ପାଠରେ ସେ ଘରର ସବୁ ହିସାବ କିତାବ ରଖିବାରେ ସିଦ୍ଧହସ୍ତ ଥିଲେ । ପୁରୁଣା ଯୁଗର ନାରୀ ହୋଇଥିଲେ ମଧ୍ୟ ତାଙ୍କର ଚିନ୍ତାଧାରା ଥିଲା ଆଧୁନିକ ଓ ଯୁଗୋପଯୋଗୀ । ସମସ୍ତ ସନ୍ତାନ ସନ୍ତତିମାନଙ୍କୁ ସମ ଦୃଷ୍ଟିରେ ଦେଖୁଥିବା, ସୁଲୋଚନା ସନ୍ତାନମାନଙ୍କୁ ଉଚ୍ଚକୋଟିର ମଣିଷ କରି ଗଢ଼ି ତୋଳିବା ପ୍ରଚେଷ୍ଟାରେ ସଫଳ ହୋଇଥିଲେ। ବସୁଧୈବ କୁଟୁମ୍ବକମ୍ ଦର୍ଶନର ଦୃଢ଼ ବିଶ୍ଵାସୀ ସୁଲୋଚନା ଧନୀଠାରୁ ଗରୀବ ପର୍ଯ୍ୟନ୍ତ ସମସ୍ତଙ୍କୁ ଆପଣାର ଭାବୁଥିଲେ ଓ ନିଜର ପରିବାର ସଦସ୍ୟର ମାନ୍ୟତା ଦେଉଥିଲେ। ଦୀନ, ଦୁଃଖି ଓ ଦରିଦ୍ରଙ୍କର ସେବାରେ ସେ ସଦା ସର୍ବଦା ସମର୍ପିତ ଥିଲେ । ମନ୍ତ୍ରୀଠାରୁ ମୂଲିଆ ପର୍ଯ୍ୟନ୍ତ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖୁଥିଲେ। ଘରକୁ ଆସୁଥିବା ଭିକାରୀଠାରୁ ଅତିଥି ପର୍ଯ୍ୟନ୍ତ କେହି କେବେ ତାଙ୍କ ନିକଟରୁ ଖାଲି ହାତରେ ବା ଖାଲି ପେଟରେ ଫେରୁଥିବା ଦେଖା ଯାଉନଥିଲା I ତାଙ୍କ ବିହୁନେ ବିଳାଶୁଣୀ ଗ୍ରାମ ମାତୃହରା ହୋଇଯାଇଛି।ଏହି ଶୂନ୍ୟତା କେବେ ପୂରଣ ହୋଇ ପାରିବ ନାହିଁ। ଆଉ ମା' ମା' ବୋଲି ଡାକ ଏଠାରେ କାହାକୁ ଶୁଭିବ ନାହିଁ  ।

ସ୍ଵର୍ଗତଃ ମହାପାତ୍ରଙ୍କର ଚତୁର୍ଦ୍ଦଶାହ ମହୋତ୍ସବ ଉପଲକ୍ଷେ ତାଙ୍କ ବାଲିକୁଦ ବାସଭବନର ପ୍ରାଙ୍ଗଣରେ ଆୟୋଜିତ ଭଜନ ସମାରୋହରେ ସୁପ୍ରସିଦ୍ଧ କଣ୍ଠଶିଳ୍ପୀ ମନ୍ମଥ ମିଶ୍ର, ଶ୍ରୀଚରଣ ମହାନ୍ତି, ଶୈଳଭାମା ମହାପାତ୍ର ଏବଂ ଅର୍ପିତା ଚୌଧରୀ ପ୍ରମୁଖ ସୁମଧୁର ଭଜନ ପରିବେଷଣ କରି ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିବା ଦେଖାଯାଇଥିଲା। ଉଭୟ ଏକାଦଶ ଓ ଚତୁର୍ଦ୍ଦଶ କାର୍ଯ୍ୟକ୍ରମରେ ସମୁହ ଗୀତାପାଠ ଓ ସଙ୍କୀର୍ତ୍ତନ ଆୟୋଜନ କରାଯାଇଥିଲା । 

ସ୍ଵର୍ଗତଃ ସୁଲୋଚନା ମହାପାତ୍ରଙ୍କର ଅନ୍ତ୍ୟେଷ୍ଟି କ୍ରିୟାରେ ଉଭୟ ବିଳାଶୁଣୀ ଓ ଆଦରାଜଠାରେ ସାମିଲ ହୋଇ ଶୋକାକୁଳ ପରିବାର ଜନଙ୍କୁ ସାନ୍ତ୍ଵନା ପ୍ରଦାନ କରିଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ଡଃ. ନିର୍ମଳା ୱାଧୱାନୀ, ପ୍ରାକ୍ତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ନିଆଳୀ ବିଧାୟକ ଛବି ମଲ୍ଲିକ, ପୂର୍ବତନ ବିଧାୟକ ଡ.ପ୍ରମୋଦ ମଲ୍ଲିକ, ରବୀନ୍ଦ୍ର ମଲ୍ଲିକ, ୱାର୍ଲ୍ଡ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ଵିବେଦୀ, ୱାଓସୋର ସାସ୍କୃତିକ ସମ୍ପାଦକ କାବେରୀ ବେହେରା, ବରିଷ୍ଠ ପ୍ରଶାସକ ବାଞ୍ଛାନିଧି ପାଣି, ହରେକୃଷ୍ଣ ଦାଶ, ଅଜିତ ପଣ୍ଡା, ଡଃ. ସୁନୀଲ ଶୁକ୍ଳା, ମନୋଜ କୁମାର ସାହୁ ଓ ଅଶୋକ ଶତପଥୀ, ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ଵବିଦ୍ୟାଳୟର କୁଳପତି ଡ. ମାନସ ରଞ୍ଜନ ସାହୁ, ସମାଜସେବୀ ସ୍ୱାଧୀନ ମହାନ୍ତି ଓ ଲଲାଟେନ୍ଦୁ ସାହୁ, ବିଜେପିର ମଣ୍ଡଳ ସଭାପତି ପ୍ରଭାତ ଜେନା, କର୍ପୋରେଟ ପରାମର୍ଶ ଦାତା ରମେଶ ସାହୁ, ଆଧ୍ୟାତ୍ମିକ ଗୁରୁ  ବାବା ଅଭିରାମ ସରସ୍ଵତୀ, ସ୍ଥାନୀୟ ସରପଞ୍ଚ ବୃନ୍ଦ ଯଥା ; ସବିତା ନନ୍ଦ, ବିଜୟ ରାମ ପଣ୍ଡା, ତ୍ରିନାଥ ମହାନ୍ତି, ସୁରେଶ ପଟ୍ଟନାୟକ, ନମିତା ବାରିକ, ବ୍ଲକ ଅଧ୍ୟକ୍ଷ ଉମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ସଦସ୍ୟ ପ୍ରଭାକର ରାଉତ ଏବଂ ପଞ୍ଚାୟତ ସମିତି ସଦସ୍ୟ ସମ୍ପଦ ମହାନ୍ତି ପ୍ରମୁଖ ଅନର୍ଭୂକ୍ତ ଥିଲେ।


News Comment




Photo in News

Advertisment
Lastest News
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026
  ଜିଲ୍ଲା  
ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026
  ଜିଲ୍ଲା  
ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026

You Might Also Like