-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
24-Dec-2024
କଣ୍ଟାମାଳ(ଜୟ କୁମାର ମହାରଣା): କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଖଟଖଟିଆ ଗ୍ରାମ ପଂଚାୟତ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଓ ଆରକ୍ଷୀ ଅଧିକ୍ଷକ ନାଗରାଜ ଦେବରକୋଣ୍ଡାଙ୍କ ମିଳିତ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପଞ୍ଜିକୃତ ହୋଇ ଥିବା ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣି କରିବା ସହ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ସମାଧାନ ପାଇଁ ନିର୍ଦ୍ଦେଶ ଦିଆ ଯାଇଛି । ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ,ମୁଖ୍ୟ
ଉନ୍ନୟନ ଅଧିକାରୀ ଅନିରୁଦ୍ଧ ପ୍ରଧାନ,ଉପଜିଲ୍ଲାପାଳ ପ୍ରଭାସ ଚଦ୍ର ଦଣ୍ଡସେନା,ଆଡିସିନାଲ ପିଡ଼ି ଚାର୍ଲସ ନାୟକ, ଜିଲ୍ଲା ଶିକ୍ଷାଅଧିକାରୀ ଗେଂଦ୍ରା କୁଜୁର, ଶିଶୁସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ,କଣ୍ଟାମାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ସାମି ଜୟଶ୍ରୀ ରେଡି, କଣ୍ଟାମାଳ ତହସିଲଦାର ଶ୍ୱେତପଦ୍ମା ଯୋଶୀ, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଜୟ ମହନ୍ତ ,,ଏପିଓ ସଂଜିତ ମିଶ୍ର,ସହକାରୀ ଉଦ୍ୟାନ ବିଭାଗ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ସେଠି,ଗ୍ରାମ ପଂଚାୟତ ଉନ୍ନୟନ ଅଧିକାରୀ ଜୟ ଦେବ ପ୍ରଧାନ,ଗ୍ରାମ୍ୟ ଉନ୍ନୟନ ବିଭାଗ ର ସହକାରୀ ଯନ୍ତ୍ରୀ
ଶ୍ୟାମସୁନ୍ଦର ହେମ୍ରମ,ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଦୁଷ୍ମନ୍ତ କୁମାର ସାମଲ,ସହକାରୀ ଯନ୍ତ୍ରୀ ରାଜକିଶୋର ମଲିକ କନିଷ୍ଠ ଯନ୍ତ୍ରୀ ରବିନ୍ଦ୍ର ଆଚାରି, ଜଳ ଓ ପରିମଳ ବିଭାଗର ସହକାରୀଯନ୍ତ୍ରୀ ଅଜିତ କୁମାର ସେଠି,ବିଏସଏସଓ ସୂର୍ଯ୍ୟ ନାରାୟଣ ଦାସ,କଣ୍ଟାମାଳ ମେଡିକାଲ ଅଫିସର ଡାକ୍ତର ଜଗଦୀଶ ସେଠି, ସିଡିପିଓ ପଙ୍କଜିନୀ ମିଶ୍ର,, ସମେତ କଣ୍ଟାମାଳ ବ୍ଲକର ସମସ୍ତ ଅଧିକାରୀ ଓ କର୍ମଚାରୀ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।