-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
24-Dec-2024
ତୁରେକେଲା,(ମୋହନ ସୁନା): ବଲାଙ୍ଗିର ଜିଲ୍ଲା ଦାଦନ ପ୍ରବଣ ତୁରେକେଲ ଅଞ୍ଚଳ ରେ ଚାଳିଛି ବେଧଡ଼କ ଦାଦନ ଶ୍ରମିକ ଚାଲାଣ। କାଭା ତୁରେକେଲ ପୋଲିସ ବେଆଇନ ଦାଦନ ହେଉଥିବା ଶ୍ରମିକ ଙ୍କୁ ଉଦ୍ଧାର କରୁଥିବା ବେଳେ ହାତ ବାନ୍ଧି ଚୁପ ରହିଛି ରାଜ୍ଯ ସରକାର ଙ୍କ ଟାସ୍କଫୋର୍ସ ବୋଲି ବୁଦ୍ଧିଜୀବୀ ମହଳ ମତ ପ୍ରକାଶ ପାଇଛି। ରବିବାର ରାତିରେ ବେଆଇନ ଭାବେ ଚାଲାଣ ହେଉଥିବା ୧୦ ଦାଦନ ଶ୍ରମିକ ଙ୍କୁ ବଡଡକଳା ଗାଁ ନିକଟ ରୁ ଉଦ୍ଧାର କରିଛି ତୁରେକେଲ ପୋଲିସ ସେମାନଙ୍କ ମଧ୍ଯ ରେ ୫ ଜଣ ପୁରୁଷ, ୪ ଜଣ ମହିଳା, ଗୋଟିଏ ଶିଶୁ ଶ୍ରମିକ ରହିଛନ୍ତି।ସମସ୍ତେ ଗରିଆବନ୍ଦ ଅଞ୍ଚଳ ର ବୋଲି ଜଣାପଡିଛି। ବେଆଇନ ଶ୍ରମିକ ଚାଲାଣ କରୁଥିବା ସର୍ଦ୍ଦାର ଭଜନ ମାଝୀ,ଦଇମନ୍ଦ ମାଝୀ ଙ୍କୁ ଗିରଫ ହୋଇଛନ୍ତି। ସେହିପରି ସୋମବାର ବେଆଇନ ଭାବେ କୁସପାଳି ଓ ଗୁର୍ଜିଭଟା ଗାଁ ର ୧୨ ଜଣ ଦାଦନ ଶ୍ରମିକ ଚାଲାଣ ହେଉଥିବା ବେଳେ ମହୁଳପାଟି ଠାରୁ ଉଦ୍ଧାର କରିଛି ତୁରେକେଲ ପୋଲିସ ସେମାନଙ୍କ ମଧ୍ଯ ରେ ୨ ଜଣ ପୁରୁଷ, ୫ ଜଣ ମହିଳା, ୫ ଜଣ ଶିଶୁ ଶ୍ରମିକ ରହିଛନ୍ତି। ବେଆଇନ ଶ୍ରମିକ ଚାଲାଣ କରୁଥିବା ସର୍ଦ୍ଦାର ଗୋକୁଳ ମେହେର ଗିରଫ ହୋଇଛି। ଗିରଫ ତିନି ଜଣ ଦାଦନ ସର୍ଦ୍ଦାର ଙ୍କୁ ତୁରେକେଲ ପୋଲିସ କୋର୍ଟ ଚାଲାଣ କରିଥିବା ଜଣାପଡିଛି।