-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
24-Dec-2024
ତୁରେକେଲା,(ମୋହନ ସୁନା): ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ଟିକରାପଡ଼ା ଗାଁ ରେ ବେଆଇନ ଭାବେ ଦେଶୀ ଓ ବିଦେଶୀ ମଦ ବିକ୍ରି ହେଉଥିବା ଅଭିଯୋଗ ହୋଇଆସୁଛା। ସୋମବାର କୌଣସି ସୁତ୍ର ଖବର ପାଇ କଣ୍ଟାବାଞ୍ଜି ଅବକାରୀ ପୋଲିସ ପକ୍ଷରୁ ଟିକ୍ରାପଡା ଗାଁ ରେ ବେଆଇନ ମଦ ବିକ୍ରି ଆଡାରେ ଚଢ଼ାଉ ହୋଇଛି। ବେଆଇନ ମଦ ବିକ୍ରି କରୁଥିବା ଡଗେଶ୍ବର ପୁଟେଲ କୁ ଗିରଫ କରି ତାଠାରୁ ୩୬ ଲିଟର ଦେଶୀ ମଦ ଜବତ କରି ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିରାଚ ବିଭାଗୀୟ ହାଜତ କୁ ପଠେଇ ଦିଆଯାଇଥିବା ଏସଆଇ ପ୍ରବିଣ ସାହୁ ସୂଚନା ଦେଇଛନ୍ତି।