-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||     

HOME   ଜିଲ୍ଲା

ଓଷ୍ଟା ପକ୍ଷରୁ  ତ୍ରୟୋଦଶ ତମ ବରଗଡ଼ ଜିଲ୍ଲାସ୍ତରୀୟ ଶିଶୁ  ଉତ୍ସବ ୨୦୨୪ ଅନୁଷ୍ଠିତ

23-Dec-2024



ଅତାବିରା(ଆକାଶ  ମିଶ୍ର): ବରଗଡ଼  ଜିଲ୍ଲା  ବରପାଲି ସ୍ଥିତ   ଜଗବନ୍ଧୁ ଦାଶ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ  ଓଡିଶା ମାଧ୍ୟମିକ ସ୍କୁଲ୍ ଶିକ୍ଷକ ସଂଗଠନ(ଓଷ୍ଟା) ପକ୍ଷରୁ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ- ୨୦୨୪ ଅନୁଷ୍ଠିତ ହୋଇଯାଇଛି।  ଓଷ୍ଟା ଜିଲ୍ଲା କାର୍ଯ୍ୟକାରୀ ସଭାପତି ଜଗନ୍ମୟୀ ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବ ର ଉଦଘାଟନୀ

ଉତ୍ସବରେ  ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛାତ୍ରୀ  ମୁଖ୍ୟ ଅତିଥି ଭାବରେ  ଯୋଗ ଦେଇ ମାଁ ବାଗ୍ଦେବି  ଙ୍କ  ଠାରେ ପୁଷ୍ପମାଲ୍ୟ  ଅର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ବଳନ କରିବା ସହ  ଏହି ଶିଶୁ ମେଳା ର ଶୁଭ ଉଦଘାଟନ କରିଥିଲେ । ଛାତ୍ରଛାତ୍ରୀମାନେ  ପାଠ ପଢ଼ିବା  ସହିତ ସେମାନଙ୍କ ଲୁକ୍କାୟିତ ପ୍ରତିଭାକୁ ଚିହ୍ନଟ କରିବା ପାଇଁ ଏହି ଶିଶୁ ଉତ୍ସବ ଏକ ମାଧ୍ୟମ ବୋଲି ମୁଖ୍ୟ ଅତିଥି ପିଲାମାନଙ୍କୁ ଉଦବୋଧନ ଦେଇଥିଲେ। ପୂର୍ବତନ ଜିଲ୍ଲା ସଭାପତି ଓଷ୍ଟା ର   ପ୍ରୀତି ରଞ୍ଜନ ପ୍ରଧାନ ଓ  ଅଶ୍ଵିନୀ ପ୍ରଧାନ ମୁଖ୍ୟ ଅତିଥି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଛତ୍ରୀ ଓ  ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ମାହାରା ଙ୍କୁ ଉପଢୌକନ ଦେଇ ସମ୍ମାନିତ କରିଥିଲେ ।ଏହି ଅବସରରେ ଚୂଳ ସୁନ୍ଦର  ମେହେର ଙ୍କ ରଚିତ ପୁସ୍ତକ ଜାନ୍ ଲା କଥା ଉନ୍ମୋଚନ ହୋଇଥିଲା ।ଏହି ମେଳାରେ ୧୦ ଗୋଟି ବିଷୟ ଉପରେ ପ୍ରତିଯୋଗୀତା କରାଯାଇଥିଲା ।  ଯେଉଁମାନେ ପ୍ରଥମ  ହୋଇଛନ୍ତି ସେମାନେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଓ ଅଂଶଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମରେ ବରପାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ମୁକୁନ୍ଦ ମାହାରା  ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଅନ୍ୟତମ ସମ୍ମାନିତ ଅତିଥି ଭାବରେ  ପୂର୍ବତନ ରାଜ୍ୟ କାର୍ଯ୍ୟକାରୀ ସଭାପତି  ,ଓଷ୍ଟା   ସତ୍ୟନାରାୟଣ ତ୍ରିପାଠୀ  ,,ମୁଖ୍ୟ ବକ୍ତା   ଭାବରେ ରାଜ୍ୟ ସହ ସମ୍ପାଦକ, ଓଷ୍ଟା  ଆଶୁତୋଷ ପ୍ରସାଦ ରଥ  ,ଜିଲ୍ଲା ସମ୍ପାଦକ ସଞ୍ଜୟ ସିଂ, ମଞ୍ଚାସିନ ରହିଥିବା ବେଳେ  ଜିଲ୍ଲା ଓଷ୍ଟା ଉପ ସଭାପତି ଅନସୁୟା ଦେବତା ଅତିଥି ପରିଚୟ ପ୍ରଦାନ ଓ  ସ୍ଵାଗତ ଅଭିଭାଷଣ  ପ୍ରଦାନ କରିଥିଲେ। ଜିଲ୍ଲା ଉପ ସଭାପତି  ରୁଦ୍ରଦେବ  ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ମଧ୍ୟାହ୍ନ ବିରତି ପରେ ଏହି ଶିଶୁ ମେଳା ର ଉଦଯାପନୀ ଉତ୍ସବ ଜିଲ୍ଲା ଓଷ୍ଟା ସଭାପତି ନନ୍ଦଲାଲ ନାଏକ ଙ୍କ ସଭାପତିତ୍ବରେ ତଥା ବରପାଲି ବ୍ଲକ ସମ୍ପାଦକ ସରୋଜ ସାହୁ ଙ୍କ  ମଞ୍ଚ ପରିଚାଳନା ରେ ଅନୁଷ୍ଠିତ ହୋଇଥିଲା ।  ଉଦଯାପନୀ ସଭାରେ ମାନ୍ୟବର ଲୋକସଭା ସାଂସଦ , ବରଗଡ଼ ମୁଖ୍ୟ ଅତିଥି  ରୂପେ ଯୋଗ ଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବରେ ରାଜ୍ୟ କାର୍ଯ୍ୟକାରୀ ସଭାପତି  ଓଷ୍ଟା,  ନୀଳମଣି ପୁରୋହିତ   ମଞ୍ଚାସୀନ ରହିଥିଲେ । ସମ୍ମାନିତ ଅତିଥି ଭାବରେ ଜଗବନ୍ଧୁ ଦାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର  ଅଧ୍ୟକ୍ଷ  ପ୍ରଦୀପ ମେହେର ଯୋଗ ଦେଇ ଛlତ୍ର ଛାତ୍ରୀ  ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ  ଜିଲ୍ଲା ଓଷ୍ଟା  ପକ୍ଷରୁ  ତିନିଜଣ ଅବସର ପ୍ରାପ୍ତ ଶିକ୍ଷକ ସତ୍ୟନାରାୟଣ ତ୍ରିପାଠୀ, ବିନନ୍ଦ  ସାହୁ , ଅନନ୍ତ ମିଶ୍ର ଙ୍କୁ ଉପଢୌକନ ସହ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ମୁଖ୍ୟ ଅତିଥି ଙ୍କ ଦ୍ଵାରା । ୨୧ ଜଣ  ବିଚାରକ  ବିଭିନ୍ନ ପ୍ରତିଯୋଗିତାରେ ବିଚାର ଦାୟିତ୍ଵ ନିର୍ବାହ କରିଥିଲେ। ତର୍କ,ଚିତ୍ରାଙ୍କନ, ବୁଦ୍ଧି ପରୀକ୍ଷା, ସାଧାରଣ ଜ୍ଞାନ, ଗଳ୍ପ ଲିଖନ, କବିତା ଲିଖନ, ଆବୃତ୍ତି, କଣ୍ଠ ସଙ୍ଗୀତ , ଏକକ ନୃତ୍ୟ ଓ ଏକକ ଅଭିନୟ ଆଦି ଦଶ ଟି ବିଷୟରେ  ହୋଇଥିବା ପ୍ରତିଯୋଗିତାରେ   ପ୍ରଥମ ,ଦ୍ଵିତୀୟ ଓ  ତୃତୀୟ ସ୍ଥାନ   ଅଧିକାର କରିଥିବା କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରଥମ ସ୍ଥାନ ଅଧିକାର କରିଥିବା ୧୦ ଛାତ୍ର ଛାତ୍ରୀ   ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ ବୋଲି ଜଣା ପଡିଛି।ତର୍କରେ  ଚିଙ୍କି ପାତ୍ର, କଣ୍ଠ ସଙ୍ଗୀତ ପ୍ରତ୍ୟୁଷ ମିଶ୍ର,ଚିତ୍ରାଙ୍କନରେ  ଗଙ୍ଗା ବରିହା, କବିତା ଆବୃତ୍ତି ରେ  ପିଙ୍କି ବୁଡେକ୍,ଗଳ୍ପ ଲିଖନ ରେ  ପରୀମିତା ବେହେରା,, କବିତା ରଚନା ରେ ପ୍ରୀତି ପ୍ରଧାନ, ଏକକ ଅଭିନୟ ରେ  ସ୍ମୃତିରେଖ ତ୍ରିପାଠୀ,ଏକକ ନୃତ୍ୟ ରେ ଅଲିଶା  ମିଶ୍ର,  

ସାଧାରଣ ଜ୍ଞାନ ରେ ସାଇନା ପ୍ରଧାନ ଓ କୁଇଜ୍ ରେ  ଅବିନାଶ ହୋତା ପ୍ରଥମ ସ୍ଥାନ ଅଧିକାର କରିଥିଲେ । ପୁରସ୍କାର ବିତରଣ  ପର୍ଯ୍ୟାୟକୁ  ସୁରେନ୍ଦ୍ର ମହାପାତ୍ର ପରିଚାଳନା କରିଥିବା ବେଳେ  ଜିଲ୍ଲା ଯୁଗ୍ମ ସମ୍ପାଦକ ସଚିଦାନନ୍ଦ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏଥିରେ ଅତାବିରା ବ୍ଲକ ସଭାପତି ଯାଦବ ପ୍ରଧାନ,  ଅଶୋକ ଡନସନା, ଅସିତ୍ ଦାଶ, ମନୋରଞ୍ଜନ ସାହୁ ,ଚୁଙ୍ଗିଲାଲା ପ୍ରଧାନ,ସମସ୍ତ ବ୍ଲକ୍ ର ସମ୍ପାଦକ ତଥା ବିଦ୍ୟାଳୟ  ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026

You Might Also Like