-+91-9937148622 |
prerana_bgr@rediffmail.com |
Monday 27th April 2026 |
R.N.I. Regd No. ODIODI/2010/46693
Breaking News
23-Dec-2024
ବରୀ ବ୍ରଜବନ୍ଧୁ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ନାଥଶର୍ମାଙ୍କ ବିୟୋଗ ଘଟିଛି।ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା।ସେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ସଦସ୍ୟ ମାନେ ତାଙ୍କୁ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ପ୍ରକାଶ ଥାଉକି ଶ୍ରୀ ଶର୍ମା ବ୍ରଜବନ୍ଧୁ ନୋଡାଲ ବିଦ୍ୟାଳୟ ରୁ ଶିକ୍ଷାଦାନ ଆରମ୍ଭ କରି ସେହି ବିଦ୍ୟାଳୟ ରେ ହିଁ ତାଙ୍କ ଶିକ୍ଷା ଦାନ ରୁ ଅବସର ନେଇଥିଲେ।ସେ କେବଳ ଶିକ୍ଷକ ଭାବେ ଶିକ୍ଷା ଦାନ କରିବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସାମିଲ ହୋଇ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରୀଥିଲେ।ତାଙ୍କ ମୃତ୍ୟୁ ଖବର ପାଇ ପ୍ରଫେସର ଦେବ ପ୍ରସାଦ ସାମଲ,ଧନେଶ୍ୱର ଗେଡି,ଅଲିପୁର ସରପଞ୍ଚ ମଧୁସ୍ମିତା ବେହେରା,ପ୍ରାକ୍ତନ ଅଧକ୍ଷ ଅଲେଖ ଜେନା,ପ୍ରମୋଦ କୁମାର ନାଥ,ବିବେକାନନ୍ଦ ମିଶ୍ର,ଶମ୍ଭୁନାଥ ଶର୍ମା,ଧନେଶ୍ୱର ନାଥ ଙ୍କ ସମେତ ବରୀ ଅଂଚଳର ବହୁ ବିଶିଷ୍ଟ ବ୍ୟକ୍ତି ଓ ଶିକ୍ଷକ ତାଙ୍କ ବାସ ଗୃହରେ ପହଞ୍ଚି ଶେଷ ଦର୍ଶନ କରିଛନ୍ତି।ତାଙ୍କ ହଠାତ ଵିୟୋଗ ଖବର ପାଇ ବରୀ ବିଧାୟକ ବିଶ୍ୱ ରଂଜନ ମଲ୍ଲିକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।ମର ଶରୀର କୁ ଗ୍ରାମ ସ୍ମଶାନ ରେ ଶେଷ କୃତ୍ୟ ସମ୍ପର୍ଣ୍ଣ କରାଯାଇଥିବା ବେଳେ ତାଙ୍କ ବଡ ପୁର ଚିରନ୍ତନ ନାଥଶର୍ମା ମୁଖାଗ୍ନି ଦେଇଛନ୍ତି।
(ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ)