-+91-9937148622 |
prerana_bgr@rediffmail.com |
Monday 27th April 2026 |
R.N.I. Regd No. ODIODI/2010/46693
Breaking News
23-Dec-2024
ବୀରମହାରାଜପୁର,(ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ସ୍ଥିତ
ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ସୋମବାର ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପ୍ରଧାନ ଶିକ୍ଷକ କାଲିଆ କର୍ମୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ମନୋଜ କୁମାର ନାଏକ , ଶିକ୍ଷୟତ୍ରୀ ରଶ୍ମିତା ପଣ୍ଡା ସମ୍ମାନୀତ ଅତିଥି ଭାବେ ଭାବେ ଯୋଗଦେଇ ନବମ ଓ ଦଶମ ଶ୍ରେଣୀ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ଉପସ୍ଥିତି ରହି ସହଯୋଗ କରିଥିଲେ।