-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
21-Dec-2024
ଅତାବିରା(ଆକାଶ ମିଶ୍ର): ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ଠାରେ ଅତାବିରା ଏଥେ ଲେଟିକ ଏସୋସିଏସନ ପକ୍ଷରୁ ଆଜି ଠୁ ଟୁନୁ ପଣ୍ଡା ରାଜ୍ୟ ସ୍ତରୀୟ ବ୍ୟାଡ ମିଣ୍ଟନ ଟୁର୍ଣ୍ଣାମେଣ୍ଟ ସଂଘ ର ସଭାପତି ସିଦ୍ଧାର୍ଥ ଶଙ୍କର ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଓ ସଂପାଦକ ଜିତେନ୍ଦ୍ର ଦାଶ ଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି।ଏଥିରେ ଥାନା ଅଧିକାରୀ ସୁକୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏନ ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଉମେଶ ଚନ୍ଦ୍ର ସାହୁ, ବିଦ୍ୟୁତ ଅଧିକାରୀ ରବି ନାରାୟଣ ମହାନ୍ତି,ସମାଜ ସେବୀ ଫକୀର କର୍ଣ୍ଣ,ସୁଜାତା ପଣ୍ଡା,ଉପଦେଷ୍ଟା ପାର୍ଥ ସାରଥୀ ପଣ୍ଡା,ଡ଼ ଶୁଭେନ୍ଦ୍ର କୁମାର ଦାଶ ମଞ୍ଚାସିନ ରହିଥିଲେ।ଅତିଥି ମାନଙ୍କ ଦ୍ୱାରା ସ୍ବର୍ଗତ ଟୁନୁ ପଣ୍ଡା ଙ୍କ ତୈଳ ଫଟୋ ଚିତ୍ରରେ ଧୂପ ଦ୍ବୀପ ପୁଷ୍ପମାଲ୍ୟ ଅର୍ପଣ ପୁର୍ବକ ଫିତା କାଟି ଦୁଇଟି କୋଟ କୁ ଉଦଘାଟନ କରିଥିଲେ।ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲା ରୁ ୪୦ବର୍ଷ ରୁ ଉର୍ଦ୍ବ ହେଉଥିବା ୩୦ଯୋଡି ଖେଳାଳୀ ଭାଗ ନେଇଥିବା ବେଳେ ସ୍ଥାନୀୟ ଏନଏସି ର ୧୨ଟି ୱାର୍ଡ ରୁ ୪୦ଯୋଡି ଯୁବକ ଖେଳାଳୀ ଯୋଗ ଦେଇ ନିଜ ନିଜର ଖେଳ ପ୍ରଦର୍ଶନ କରିଥିଲେ।ସଂଜୀବ ମିଶ୍ର ଓ ବବଲୁ ପ୍ରଧାନ ଖେଳ ପରିଚାଳନା କରିଥିଲେ।ଏହି ଖେଳ କୁ ମନୋଜ ମଲ୍ଲିକ,ନବୀନ ଦାଶ,ଫାରୁକ ଖାନ, ସନ୍ଦୀପ ଅଗ୍ରୱାଲ,ରୋଷନ ସାମଲ, ଦେବେନ୍ଦ୍ର ସ୍ବାଇଁ,ମନୋଜ ସାହୁ ପ୍ରମୁଖ ସକ୍ରିୟ ସହଯୋଗ କରିଥିବା ବେଳେ ଜଗଦୀଶ କୋଟାକ ଧନ୍ୟବାଦ ଅର୍ପଣ କରିଥିଲେ।ଖେଳ କୁ ବିଭିନ୍ନ ଅଞ୍ଚଳରୁ ଦର୍ଶକ ମାନେ ଆସି ଉପଭୋଗ କରିଥିଲେ।ଆସନ୍ତା ୨୨ତାରିଖ ରେ ତୁର୍ଣ୍ଣାମେଣ୍ଟ ଉଦଯାପିତ ହେବ ବୋଲି ସଂଘ ପକ୍ଷରୁ ଜଣା ପଡ଼ିଛି।