-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
22-Dec-2024
କନ୍ଧମାଳ/ଟିକାବାଲି(ରମେଶ ପଣ୍ଡା): ବିଲରେ ଓ ଧାନ ଖଳାରେ ପାଚିଲା ଧାନ ଚାଷି ଭାଇ ଚିନ୍ତାରେ, କାରଣ ଏଇ ଦୁଇ ତିନି ଦିନ ହେଲା କନ୍ଧମାଳ ଜିଲ୍ଲା ସମେତ ସାରା ଓଡ଼ିଶାରେ ମଧ୍ୟମରୁ ହାଲୁକା ବର୍ଷା ଲାଗି ରହିଛି। ହାଲ୍କା ବର୍ଷା ସାଙ୍ଗକୁ କୋହଲା ପାଗ ଯୋଗୁଁ ଘରୁ ବାହାରିବାକୁ ମନ ହେଉନି। କିନ୍ତୁ ବରଷ ଯାକର ଦାନା ବହୁତ କଷ୍ଟରେ ଯୋଗାଡ଼ କରିଥିବା ଚାଷୀ ଭାଇର ଏ ଅଦିନିଆ ବର୍ଷା ନଷ୍ଟ କରିଦେବ କିଏ ବା ଜାଣିଥିଲା । କିଛି ଧାନ କଟାଯାଇ ଅମଳ ସରିଛି ଆଉ କିଛି ବିଲରେ ଏବଂ ଧାନଖଳାରେ ଖୋଲାରେ ଅଛି, ସେଗୁଡିକ ବର୍ଷା ଯୋଗୁଁ ନଷ୍ଟ ହୋଇ ଯିବାର ଆଶଙ୍କା ରହିଛି, କିଛି କିଛି ଯାଗାରେ ଧାନ ଉପରେ ପାଲ ଘୋଡ଼ା ହୋଇଥିଲେ ମଧ୍ୟ ବର୍ଷା ଜଳ ଆସି ତଳେ ଥିବା ଧାନଗଦାକୁ ନଷ୍ଟ କରିଦେଉଛି | ସେହି ଧାନ ଖାଦ୍ୟ ରୂପେ ବ୍ୟବହାର ହୋଇପାରିବନାହିଁ. ତେଣୁ ଚାଷୀ ତା'ର ବହୁ ପରିଶ୍ରମ ର ଫଳ ନଷ୍ଟ ହୋଇ ଯିବା ଭୟରେ ଆଶଙ୍କାରେ ଅଛି, କେଜାଣି ପ୍ରକୃତି ତାର କେତେ ଦାଉ ସାଧୁଛି | ଏପରି ବର୍ଷା ଯୋଗୁଁ ପରିବା ଫସଲ ବି ପ୍ରଭାବିତ ହେବା ଆଶଙ୍କା କରାଯାଉଛି, ପରେ ଦର ବୃଦ୍ଧି ହୋଇପାରେ।