-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
21-Dec-2024
ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର): ଗୁରୁବାର ଦିନ ସରସ୍ଵତୀ ଶିଶୁ ଵିଦ୍ୟା ମନ୍ଦିର,ଡୁଙ୍ଗୁରିପାଲିରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡ.ସରୋଜ କୁମର ଦାଶ ଯୋଗ ଦେଇଥିଲେ l ପ୍ରାଧ୍ୟାପକ,ଡୁଙ୍ଗୁରିପାଲି ମହାବିଦ୍ୟାଳୟ,ଡୁଙ୍ଗୁରିପାଲି,ସମ୍ମାନିତ ଅତିଥି ରୂପେ ଡାକ୍ତର ଶ୍ରୀଧର ବିଶ୍ଵାଳ, ଚକ୍ଷୁ ରୋଗ ବିଶେଷଜ୍ଞ ମୁଖ୍ୟ ବକ୍ତା ଭାବେ ଡ.ଧୀରେନ୍ଦ୍ର କୁମାର ନାୟକ, ଅଧ୍ୟକ୍ଷ , ସିଦ୍ଧାର୍ଥ ମହାବିଦ୍ୟାଳୟ ବିନିକା, ଉପସଭପତି ଲକ୍ଷ୍ମୀଧର ମେହେର , ପରିଚାଳନା ସମିତି, ସରସ୍ଵତୀ ଶିଶୁ ଵିଦ୍ୟା ମନ୍ଦିର ,ଡୁଙ୍ଗୁରିପାଲି, ସଂପାଦକ ତପନ ଯୁଆଡି, ପରିଚାଳନା ସମିତି ସରସ୍ଵତୀ ଶିଶୁ ଵିଦ୍ୟା ମନ୍ଦିର ଡୁଙ୍ଗୁରିପାଲି,ପ୍ରଧାନ ଆଚାର୍ଯ୍ୟ ବିଭୂତି ଭୂଷଣ ପଣ୍ଡା,ସରସ୍ଵତୀ ଶିଶୁ ଵିଦ୍ୟା ମନ୍ଦିର, ଡୁଙ୍ଗୁରିପାଲି। ଅତିଥି ପରିଚୟ ଓ ସ୍ବାଗତ ଭାଷଣ ସଂପାଦକ ଶ୍ରୀ ଯୁକ୍ତ ତପନ ଜୁଆଡି ପ୍ରଦାନ କରିଥିଲେ। ବିଦ୍ୟାଳୟ ର କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଶ୍ରୀମତୀ ନୀରବତୀ ବିଶ୍ଵାଳ ଓ ବିଦ୍ୟାଳୟ ର ପୂର୍ବତନ ଛାତ୍ର ତଥା ବର୍ତ୍ତମାନ ଡୁଙ୍ଗୁରିପାଲି ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତର ଆକାଶ ସାହୁ ଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା।ସହ ସଂପାଦକ ଶ୍ରୀ ଯୁକ୍ତ ଦେବାଶିଷ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ଓ ବନ୍ଦେମାତରମ୍ କରାଯାଇ ସଭା କାର୍ଯକ୍ରମର ପରିସମାପ୍ତି ହୋଇଥିଲା।ଏହାପରେ ବିଦ୍ୟାଳୟର ଶିଶୁ ବାଟିକା ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଭାଇଭଉଣୀ ମାନଙ୍କ ଦ୍ଵାରା ରଙ୍ଗ ମଞ୍ଚୀୟ କାର୍ଯ୍ୟକ୍ରମ କରାଯାଇଥିଲା।ସମସ୍ତ ଗୁରୁଜୀ, ଗୁରୁମା ,ସେବକ ସେବିକା ଙ୍କ ସହଯୋଗରେ ବାର୍ଷିକ ଉତ୍ସବ ସଫଳ ହୋଇଥିଲା।