-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
21-Dec-2024
ବରଗଡ:(ନିରଞ୍ଜନ ତ୍ରିପାଠୀ)-ବରଗଡ ଜିଲ୍ଲା ବିଜେପୁର ସହର ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ବାର୍ଷିକୋତ୍ସବ -୨୦୨୪ ମହାସମାରୋହରେ ପାଳିତ ହୋଇଯାଇଛି।ଏହି ଶୁଭ ଅବସରରେ ବିଜେପୁର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀମାନ ସନତ କୁମାର ଗଡତୀୟା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଛାତ୍ରୀ ତଥା ସ୍କୁଲରେ କାର୍ଯ୍ୟରତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନୀତ ଅତିଥି ଭାବେ ରେଡିଏନ୍ସ ଶିକ୍ଷାନୁଷ୍ଠାନର ଚେୟାରମେନ ଶ୍ରୀଯୁକ୍ତ ଅଜିତ କୁମାର ମେହେର, ସ୍କୁଲ ପରିଚାଳନା କମିଟିର ଚେୟାରମେନ ପୁଷ୍ପ ରଞ୍ଜନ ପ୍ରଧାନ ଯୋଗଦାନ କରି ଥିବା ବେଳେ, ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଘନଶ୍ୟାମ ସାହୁ ଯୋଗଦାନ କରି ଶିକ୍ଷାଦାନ ଏବଂ ଶିକ୍ଷା ସମ୍ବନ୍ଧୀୟ ଉପରେ ଆଲୋକପାତ କରିଥିଲେ। ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀଯୁକ୍ତ ଶଙ୍କର ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଶ୍ରୀମାନ ଗଡତୀୟା ଗୁଣାତ୍ମକ ଶିକ୍ଷା ଏବଂ ଏକାଗ୍ରତା ଉପରେ ଛାତ୍ରୀମାନଙ୍କୁ ସମ୍ବୋଧିତ କରିଥିଲେ। ଏକ୍ରମରେ ସୁଶାନ୍ତ ବାରିକଳ,ସୁକାନ୍ତୀ ରୋହିଦାସ,ସୀମା ମେହେର,ରିଙ୍କୁ ଭୋଇ,ନୀଲମଣି ସେଠୀ, ଲଲିତା ଧରୁଆ ଶିକ୍ଷକ ଶିକ୍ଷୟିତ୍ରୀ ତଥା କନିଷ୍ଠ ସହାୟିକା ଝରଣା ମଞ୍ଜରୀ ମେହେର,କ୍ଷିରୋଦ୍ର ଲେହରିଆ, ଲିଙ୍ଗରାଜ ସାମିନୀ ପ୍ରମୁଖ କର୍ମଚାରୀ ଗଣ ସହଯୋଗ କରିଥିଲେ। ଶିକ୍ଷୟିତ୍ରୀ ବାସନ୍ତୀ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷୟିତ୍ରୀ ଶ୍ରୀମୟୀ ମାହାଣାଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ଆଗେଇ ନିଆ ଯାଇଥିଲା। ବିଦ୍ୟାଳୟର ଓଡିଆ ଶିକ୍ଷକ ଶ୍ରୀ ରିଙ୍କୁ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।