-+91-9937148622 |
prerana_bgr@rediffmail.com |
Sunday 27th September 2026 |
R.N.I. Regd No. ODIODI/2010/46693
Breaking News
16-Dec-2024
କଣ୍ଟାବାଞ୍ଜି(ମୋହନ ସୁନା): ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହର ର ଶ୍ମଶାନ ପାଖରେ ଜଣେ ଅଚିହ୍ନା ବୃଦ୍ଧା ଶନିବାର ରାତିରେ ଅସାହୟ ଅବସ୍ଥା ରେ ପଡି ରହିଥିଲେ। ବୃଦ୍ଧା ଜଣକ ଛତିଶଗଡ ରାଜ୍ଯ ହୋଇଥିବା ଅନୁମାନର କରାଯାଉଛି। ବର୍ତ୍ତମାନ ଶୀତ ଦିନ ଥିବା ବେଳେ ଶନିବାର ରାତି ଶୀତ ଦାଉରେ ବୃଦ୍ଧା ଜଣକ ଥରୁ ଥିବା ଦେଖିବାକୁ ମିଳିଥିଲା।ଏନେଇ ରାଜ୍ୟ ସାମ୍ବାଦିକ ସଂଘ ବଲାଙ୍ଗିର ଜିଲ୍ଲା ଉପ ସଭାପତି ରୋହନ କୁମାର ମହତ ଖବର ପାଇବା ପରେ ଏଜୟୁଜେ ଓ ସାଇ ଭାଇ ସୋସିଆଲ ୱାର୍କର ଅନୁଷ୍ଠାନ ମିଳିତ ସହଯୋଗ ରେ ବୃଦ୍ଧା ଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଜରିଆରେ କଣ୍ଟାବାଞ୍ଜି ଡାକ୍ତରଖାନ ଅଣଯାଇଥିଲା। ଡାକ୍ତର ଚିକିତ୍ସିଆ କରିବା ପରେ ବୃଦ୍ଧା ଜଣକ ଡାକ୍ତରଖାନ ରେ ଭର୍ତ୍ତି ରହିଛନ୍ତି। ସ୍ବେଛାସେବୀ ରାଜେନ୍ଦ୍ର ଦୀପ, ମୋହନ ସୁନା, ଅମ୍ରିତା ଛତ୍ରିଆ, ଉପେନ୍ଦ୍ର ଦୀପ ପ୍ରମୁଖ ବୃଦ୍ଧା ଙ୍କୁ ଉଦ୍ଧାର କରିଥିଲେ। ତାଙ୍କ ଏହିଭଲି କାର୍ଯ୍ୟ କୁ ସାଧାରଣ ରେ ପ୍ରଂଶସା କରାଯାଉଛି।