-+91-9937148622 |
prerana_bgr@rediffmail.com |
Sunday 21st June 2026 |
R.N.I. Regd No. ODIODI/2010/46693
Breaking News
15-Dec-2024
କଣ୍ଟାବାଞ୍ଜି: ପରିବେଶ ସୁରକ୍ଷା ବାର୍ତ୍ତ ନେଇ ସାଇକେଲ ରେ ଓଡିଶା ଭ୍ରମଣ କରୁଥିବା ବରଗଡ଼ ଜିଲ୍ଲା ନୂଆଗଡ ର ନନ୍ଦିଘୋଷ ଖମାରୀ (୨୭) ଶନିବାର କଣ୍ଟାବାଞ୍ଜି ପହଞ୍ଚିବା ପରେ ସ୍ଥାନୀୟ ସମ୍ବିଧାନ ଛକ ଠାରେ ପୂର୍ବତନ ସୈନିକ ତଥା ଯୁବ ବିଜେଡି ନେତା ଗିରିରାଜ ସିଂ ମାଝୀ ଙ୍କ ନେତୃତ୍ବ ରେ ସ୍ବାଗତ ସମ୍ବନ୍ଧନା ଦିଆଯାଇଛି। ଡିସେମ୍ବର ୬ ତାରିଖ ରୁ ତାଙ୍କ ଭ୍ରମଣ ଯାତ୍ରା ଆରମ୍ଭ ହୋଇଛି। ନନ୍ଦିଘୋଷ ଙ୍କ ଲକ୍ଷ ସାରା ଓଡିଶା ଭ୍ରମଣ କରି ସାଧାରଣ ଜନତା ତଥା ଆଗାମୀ ପିଢି ଛାତ୍ର ଛାତ୍ରୀ ମାନଙ୍କୁ ପରିବେଶ ସୁରକ୍ଷା ନେଇ ସେ ବାର୍ତ୍ତା ଦେଉଛନ୍ତି। ନନ୍ଦିଘୋଷ ତାଙ୍କ ଏହି ଯାତ୍ରା ରେ ସ୍କୁଳ ଓ କଲେଜ ମାନଙ୍କୁ ଯାଇ ଗଛ ଲଗାଇବା ଏବଂ ସାଇକେଲ ଚଳାଇ ବା ପାଇଁ ଛାତ୍ର ଛାଛାତ୍ରୀ ଙ୍କୁ କହୁଛନ୍ତି। ଯାହାଫଳ ରେ ପ୍ରଦୁଷଣ ମୁକ୍ତ ଦେଶ ଗଠନ ହେବ ବୋଲି ସେ କହିଛନ୍ତି। ଏହି ସମ୍ବନ୍ଧନା ସମୟରେ ଓଡିଶା ପତ୍ରିକାର ସଂଘ ବଲାଙ୍ଗିର ଜିଲ୍ଲା ସଭାପତି ତୁଲସୀରାମ ଜଗତ, ରାଜ୍ଯ ସାମ୍ବାଦିକ ସଂଘ ବଲାଙ୍ଗିର ଜିଲ୍ଲା ଉପ ସଭାପତି ରୋହନ କୁମାର ମହତ, ସାଇଭାଇ ସୋସିଆଲ ୱାର୍କର ଅନୁଷ୍ଠାନ ପ୍ରତିଷ୍ଠାତା ରାଜେନ୍ଦ୍ର ଦୀପ, ସାମ୍ବାଦିକ ମୋହନ ସୁନା, ରାକେଶ ସରାଫ, ରେସବ ମାହାନନ୍ଦ, ଅଂଶୁ ସିପକା, ସାନୁ ପନିକା ସହ ଅନ୍ୟ ମାନେ ଉପସ୍ଥିତ ଥିଲେ। ନନ୍ଦିଘୋଷ ପୂର୍ବ ରୁ ମଧ୍ଯ ୨୦୨୨
ସେପ୍ଟେମ୍ବର ୫ ତାରିଖ ରୁ ନିଜର ଜନ୍ମ ଭୂମିରୁ ପରିବେଶ ସୁରକ୍ଷା ନେଇ ସାଇକେଲ ରେ ଭାରତ ଭ୍ରମଣ ଯାତ୍ରା ଆରମ୍ଭ କରିଥିଲେ ସେ ୫୪୮ ଦିନ ରେ ୨୦ ହଜାର କିଲୋମିଟର ସାଇକେଲ ଚଳାଇ ୨୮ ରାଜ୍ଯ ଭ୍ରମଣ କରିଥିବା ଜଣାପଡିଛି।