-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
13-Dec-2024
ବରଗଡ:(ନିରଞ୍ଜନ ତ୍ରିପାଠୀ)-ବରଗଡ ଜିଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବରପାଲିକୁ ପରିଷ୍କାର ପରିଚ୍ଛନ୍ନତା,ରୋଗ ସଂକ୍ରମଣ ପ୍ରତିରୋଧକ, ଉତ୍ତମ ଉତ୍ତମ ବ୍ୟବହାର ତଥା ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଗୁଣାତ୍ମକ ମାନଦଣ୍ଡକୁ ବଜାୟ ରଖିଥିବା ହେତୁ ଚଳିତବର୍ଷ କାୟାକଳ୍ପ ଏୱାଡରେ ବରଗଡ଼ ସ୍ଥିତ ବିଜୁପଟ୍ଟନାୟକ ଟାଉନହଲ ଠାରେ ଆୟୋଜିତ ଭବ୍ୟ ସମାରୋହରେ ସମ୍ମାନୀତ କରାଯାଇଛି। ବିଶେଷ କରି ଡ. ରାଜେଶ ବେହେରାଙ୍କ ପ୍ରଚେଷ୍ଟା ଏବଂ ସୁପରିଚାଳନା ସକାଶେ ଏହା ସମ୍ଭବ ହୋଇ ପାରିଛି ବୋଲି କର୍ମଚାରୀ ମହଲରୁ ପ୍ରକାଶ। ଏଅବସରରେ ମୁଖ୍ୟ ଅତିଥି ଭାବେ ବରଗଡ଼ ଏଡିଏମ୍ ମଧୁଛନ୍ଦା ସାହୁ ଯୋଗଦାନ କରି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଗୁଣାତ୍ମକ ପାରିଦର୍ଶିତା ପ୍ରଦର୍ଶନ କରିଥିବା ବରପାଲି ସିଏଚସିର କର୍ମଚାରୀ ବୃନ୍ଦଙ୍କୁ ସମ୍ମାନୀତ କରିଥିଲେ।ଏଡିଏମଓ ଡ. ସାଧୁ ଚରଣ ଦାସଙ୍କ ଉପସ୍ଥିତିରେ ସମ୍ମାନୀତ କରାଯାଇଥିଲା।