-+91-9937148622 |
prerana_bgr@rediffmail.com |
Sunday 5th July 2026 |
R.N.I. Regd No. ODIODI/2010/46693
Breaking News
09-Dec-2024
ବଲାଙ୍ଗୀର (ପ୍ରେରଣା ଖବର): ଜେଏସ୍ଏମ୍ କଳା, ବିଜ୍ଞାନ ଓ ବାଣିଜ୍ୟ ମହାବିଦ୍ୟାଳୟର ଆନ୍ତଃକ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି l ନିରୋଜ ମିଶ୍ରଙ୍କ ତତ୍ବାବଧାନରେ ଆୟୋଜିତ ଏହି ଅବସରରେ ମୁଖ୍ୟ ଅତିଥି ଆଇ.ଆଇ.ସି ସାଇବର ଓ ଇକୋନୋମିକ ଅଫେନ୍ସ୍ ଶ୍ରୀମତି ଭାରତୀ ନାଏକ ଜୀବନରେ ଶାରରୀକ ଶିକ୍ଷାର ମହତ୍ତ୍ବ ଏବଂ ସେ ମହିଳା ସଶକ୍ତିକରଣ ଗୁରୁତ୍ବ ମଧ୍ୟ ପ୍ରଦାନ କରିଥିଲେ l ମହାବିଦ୍ୟାଳୟର ଚେୟାରମେନ୍ ସି.ଏ ଶ୍ରୀକାନ୍ତ ଶର୍ମା, ମୁଖ୍ୟ ଉପଦେଷ୍ଟା ମନୋରଞ୍ଜନ ସାହୁ, ଆଧ୍ୟାପିକା ମନସ୍ମିତା ମିଶ୍ର ଉପସ୍ଥିତ ରହି ଖେଳାଳୀ ମାନଙ୍କର ମନୋବାଳ ଦୃଢ କରିଥିଲେ l ଏହି କାର୍ଯ୍ୟକ୍ରମରେ ଛାତ୍ରମାନଙ୍କର ମଧ୍ୟରେ ସକ୍ସେସ୍ ଷ୍ଟାଇକର ଓ ଛାତ୍ରୀ ମାନଙ୍କ ମଧ୍ୟରେ ସିନ୍ଚେନ୍ ବାରିଓର୍ ବିଜୟୀ ଘୋଷିତ ହୋଇଥିଲେ l ଅଧ୍ୟାପିକା ଅଙ୍କିତା ମିଶ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିବାବେଳେ ଅଧ୍ୟାପିକା କୃଷ୍ଣା କୁମାରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l ସମସ୍ତ ଅଧ୍ୟାପିକା ଓ ଅଧ୍ୟାପକ କାର୍ଯ୍ୟକ୍ରମଟିକୁ ସୁଚାରୁ ରୂପେ ପରିଚାଳନାରେ ସହାୟତା କରିଥିଲେ l