-+91-9937148622 |

prerana_bgr@rediffmail.com |

  Tuesday 6th October 2026 |

| | | |

R.N.I. Regd No. ODIODI/2010/46693

Breaking News

ସେବା ସେତୁ କାର୍ଯ୍ୟକ୍ରମ   (06-Oct-2026)       ||      ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ    (06-Oct-2026)       ||      ଅନ୍ୟଜାତିରେ ବିବାହ କରିଥିଲେ, ଶବ ସତ୍କାର ପାଇଁ ଆସିଲେନି ପରିବାର ସଂକଳ୍ପ ପରିବାର ଦ୍ଵାରା ଶବ ସତ୍କାର   (06-Oct-2026)       ||      ବ୍ରହ୍ମପୁର ଯଜ୍ଞ ପାଇଁ ବିରିଶଳା ମଠରୁ ସାଧୁ-ଭକ୍ତଙ୍କ ପଦଯାତ୍ରା*   (06-Oct-2026)       ||      ଉପଖଣ୍ଡ ସ୍ତରୀୟ କରାଟେ ଚାମ୍ପିଅନସିପ୍‌ ଅନୁଷ୍ଠିତ - ଟିଟିଲାଗଡ଼ ଚାମ୍ପିଅନ ଏବଂ କଳାହାଣ୍ଡି ହେଲା ରନର୍ସ-ଅପ    (05-Oct-2026)       ||      ଗ୍ରାମସଭାରେ କିଶୋର-କିଶୋରୀଙ୍କ ଦାବିପତ୍ର ଉପସ୍ଥାପନ♦️ ସ୍ୱାସ୍ଥ୍ୟ, ପୋଷଣ, ଶିକ୍ଷା ଓ ଶିଶୁ ସୁରକ୍ଷାକୁ ଜିପିଡିପି ରେ ସାମିଲ କରିବାକୁ ଦାବି   (05-Oct-2026)       ||      ଜିଲ୍ଲାସ୍ତରୀୟ ସେବା ଜ୍ୟୋତି ଯାତ୍ରାକୁ ସଫଳ କରିବା ପାଇଁ ପ୍ରସ୍ତୁତି ବୈଠକ   (05-Oct-2026)       ||      ଅନ୍ତର୍ଜାତୀୟ ଗୁରୁ ଦିବସ ପାଳିତ    (05-Oct-2026)       ||      କୁମ୍ଭାରୀରେ ମା’ କରମସାନି ପୂଜା ମହୋତ୍ସବ ଧୂମଧାମରେ ପାଳିତ,   (05-Oct-2026)       ||      ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୯ଟି ଦରଖାସ୍ତ ଗ୍ରହଣ   (05-Oct-2026)       ||      *ସୁବର୍ଣ୍ଣପୁର ରେ ଯୋଗ ଦେଲେ ନୂତନ ଜିଲ୍ଲାପାଳ*- *ମୌଳିକ ସମସ୍ୟା ର ସମାଧାନ ପାଇଁ ଦେଲେ ଦୃଢ଼ ପ୍ରତିଶୁତି*   (05-Oct-2026)       ||      ବିଜେପିର ସେବା ସଂକଳ୍ପ ଅଭିଯାନ ,ଜାରିଂ ରେ ବିଜେପି ପକ୍ଷରୁ ରକ୍ତଦାନ ଓ ବୃକ୍ଷରୋପଣ   (05-Oct-2026)       ||      ବିଜେପୁର ନିର୍ବାଚନମଣ୍ଡଳୀର ଚାଷୀଙ୍କ ପାଇଁ ଖୁସିର ଖବର ଓଏଲଆଇସି ପକ୍ଷରୁ ୩୨ଟି ଉଠା ଜଳସେଚନ ପ୍ରକଳ୍ପକୁ ମଞ୍ଜୁରୀ   (05-Oct-2026)       ||      ଆଗଲପୁର ଥାନା ରେ ନୂତନ ଥାନାଧିକାରୀ ଙ୍କ ଯୋଗଦାନ    (05-Oct-2026)       ||      ସାଙ୍ଘାତିକ ଦୁର୍ନୀତି ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ R&B ବିଭାଗର ଏଇଇଙ୍କ ୧୦ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ   (05-Oct-2026)       ||      ସାଙ୍ଘାତିକ ଦୁର୍ନୀତି ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ R&B ବିଭାଗର ଏଇଇଙ୍କ ୧୦ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ   (05-Oct-2026)       ||      ଇଣ୍ଡୋ-ନେପାଳ ଓପନ୍ ଇଣ୍ଟରନ୍ୟାସନାଲ କରାଟେ ଚାମ୍ପିୟନଶିପ୍‌ରେ ଟିଟିଲାଗଡ ଓମ ଭ୍ୟାଲି ସ୍କୁଲର ଅଥର୍ବ ପଟ୍ଟନାୟକଙ୍କ ଚମତ୍କାର ସଫଳତା   (05-Oct-2026)       ||      ଇଣ୍ଡୋ-ନେପାଳ ଓପନ୍ ଇଣ୍ଟରନ୍ୟାସନାଲ କରାଟେ ଚାମ୍ପିୟନଶିପ୍‌ରେ ଟିଟିଲାଗଡ ଓମ ଭ୍ୟାଲି ସ୍କୁଲର ଅଥର୍ବ ପଟ୍ଟନାୟକଙ୍କ ଚମତ୍କାର ସଫଳତା   (05-Oct-2026)       ||      ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ    (05-Oct-2026)       ||      ଗୁଡ଼ିଆ ସମାଜର ପୁସ୍ତକ ଉନ୍ମୋଚିତ    (05-Oct-2026)       ||     

HOME   ଜିଲ୍ଲା

ଆରମ୍ଭ ହେଲା ୪ର୍ଥ ଜାତୀୟ ସମ୍ବଲପୁରୀ ସମ୍ମିଳନୀ। - ଉଦଘାଟିତ ହେଲା ବିଭିନ୍ନ ଷ୍ଟଲ - ହୋଇଛି ସମ୍ବଲପୁରୀ ଭାଷା, ସାହିତ୍ୟ ସଂସ୍କୃତି ର ମହାମିଲନ - ମିନି ମିନାବଜାର ଛୁଆ ଙ୍କ ଆକର୍ଷଣ

09-Dec-2024



 

     ସମ୍ବଲପୁର :(ସଂଜୀବ ପାଣିଗ୍ରାହୀ)  - ଜେଲ ଛଳ ନିକଟସ ଗୁରୁଶ୍ରୀ ସତ୍ୟନାରାୟଣ ସମ୍ବଲପୁରୀ ଡେରା ଠାରେ ପଶ୍ଚିମାଞ୍ଚଲ ଏକତା ମଞ୍ଚ ପକ୍ଷରୁ ଚତୁର୍ଥ ସମ୍ବଲପୁରୀ ସମ୍ମିଳନୀ ଉଦଘାଟିତ ହୋଇଯାଇଛି । ପଦ୍ମଶ୍ରୀ ଡ.ଜିତେନ୍ଦ୍ର ହରିପାଲ ଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି ଅବସରରେ ବିଶିଷ୍ଟ ସମ୍ବଲପୁରୀ ସଂସ୍କୃତି ଗବେଷକ ଡ.ନିମାଇ ଚରଣ ପଣ୍ଡା, ତ.ଖ୍ୟାମସୁନ୍ଦର ଧର, ସମ୍ବଲପୁରୀ ସଙ୍ଗଠକ ଉତ୍ପନ୍ନ ଭୋଇ, ସମ୍ବଲପୁରୀ ବହି ଆନ୍ଦୋଳନର ପୁରୋଧା ଗୁରୁ ସତ୍ୟନାରାୟଣ ଜାତୀୟ ସମ୍ମାନରେ ସମ୍ମିତ ଶିବଶଙ୍କର ପୂଜାରୀ, ଗଙ୍ଗାଧର ମେହେର ବିଶ୍ବ ବିଦ୍ୟାଳୟର ଇତିହାସ ବିଭାଗ ମୁଖ୍ୟ ଅତୁଲ ପ୍ରଧାନ ସମ୍ମାନିତ ଅତିଥ ଭାବରେ ଯୋଗ ଦେଇଥିଲେ । 
      କାର୍ଯ୍ୟକ୍ରମ ପ୍ରାରମ୍ଭରେ ଗୁରୁଶ୍ରୀ ସତ୍ୟନାରାୟଣ ବହିଦାରଙ୍କ ପ୍ରତି ମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ପରେ ସମ୍ବଲପୁରୀ ବହି ପସରା ର ଶୁଭାରମ୍ଭ କରାଯାଇଥିଲା । ଏହାପରେ ସମ୍ବଲପୁରୀ ବାନ୍ଧକଳାରେ ପୂରୋଧା ରାଧାଶ୍ୟାମ ମେହେରଙ୍କ ବିଷୟ ରେ ପଯ୍ୟବେସିତ ସମ୍ବଲପୁରୀ ବାନ୍ଧକଳାର ପ୍ରଚାର ପ୍ରସାର ନାମରେ ଏକ ପ୍ରଦର୍ଶନୀକୁ ଅତିଥି ମାନେ ଶୁଭଉଦଘାଟନ କରିଥିଲେ । ଏହି ଅସବରରେ ସମ୍ବଲପୁରୀ ଡେରା ପରିସରରେ ସମ୍ବଲପୁରୀ କପଡା ଏବଂ ଖାଦ୍ୟ ପେୟ r ବିଭିନ୍ନ ଷ୍ଟଲ ଉଦଘାଟିତ ହୋଇଥିଲା । ଏହାପରେ ଗୁରୁଶ୍ରୀ ସତ୍ୟନାରାୟଣ  ସମ୍ବଲପୁରୀ ମଞ୍ଚ ରେ ମୁଖ୍ୟ କାର୍ଯ୍ୟକ୍ରମକୁ ଭବଘାଟନ କରାଯାଇଥିଲା । 
     ଇଷ୍ଟଦେବୀ ମାଁ ସମଲାଇଙ୍କ ମୂର୍ତ୍ତି ରେ ପୂଜାର୍ଚ୍ଚନା ପରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଏହି ଅବସରରେ ଶିଳ୍ପ ବିକାଶ ଦ୍ବାରା ପ୍ରକାଶିତ ସମ୍ବଲପୁରୀ କ୍ୟାଲେଣ୍ଡର ଉନ୍ମୋଚନ କରାଯାଇଥିଲା । ଏହାପରେ ପଦ୍ମପୁର ରୁ ପ୍ରକାଶିତ ହୋଇଥିବା ସମ୍ବଲପୁରୀ ପତ୍ରିକା ବାଟ କଢୁଆଳ ଉନ୍ମୋଚନ କରାଯାଇଥିଲା ।
    ସମ୍ମାନିତ କାର୍ଯ୍ୟକ୍ରମ ରେ ସର୍ବ ପ୍ରଥମେ ବିଭିନ୍ନ ସ୍ଥାନରେ ଅଗଷ୍ଟ ଏକ ତାରିଖରେ ସମ୍ବଲପୁରୀ ଦିନ ଆୟୋଜନ କରିଥିବା ସଂଗଠନ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାପରେ ଗୁରୁଶ୍ରୀ ସତ୍ୟନାରାୟଣ ବହିଦାରଙ୍କ ପ୍ରତିମୂର୍ତ୍ତୀ ନିର୍ମାଣରେ ସହଯୋଗ କରିଥିବା ବଦାନ୍ୟ ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । 
    ଏହି ଅବସରରେ ସମ୍ବଲପୁରୀ ଲେଖକ ଏବଂ ସଙ୍ଗଠକ ଉତ୍ପନ୍ନ କୁମାର ଭୋଇ କହିଥିଲେ ଯେ ବରଗଡ଼ ଜିଲ୍ଲା ଭୌଗାଲିଜ ଦୃଷ୍ଟି ରୁ ସମ୍ବଲପୁର ଠାରୁ ଅଲଗା ହେବା ପରେବି ସମ୍ବଲପୁରୀ ଭାଷା ସଂସ୍କୃତି ସହ ଜଡିତ ରହି ଆସିଛି । ଆମେ ସମ୍ବଲପୁରୀଆ ବୋଲି ଗର୍ବିତ । ଆଜି ବରଗଡ଼ ଜିଲ୍ଲାରେ ସମ୍ବଲପୁରୀ ଭାଷାର ସର୍ବାଧିକ କବି ଲେଖକ ରହିଥିବା ଦାବୀ କରିଥିଲେ । ଜାତୀୟ ସମ୍ବଳପୂରୀ ସମ୍ମିଳନୀ ସବୁ ଅଞ୍ଚଲର ସମ୍ବଲପୁରୀ ପ୍ରେମୀ ମାନଙ୍କୁ ଏକଜୁଟ କରିବାରେ ସହାୟକ ହୋଇ ପାରିଥିବା ସେ କହିଥିଲେ । 
    ଅନ୍ୟତମ ଅତିଥ ଶିବ ଶଙ୍କର ପୂଜାରୀ ସମ୍ବଲପୁରୀ ଭାଷା ଆନ୍ଦୋଳନକୁ ମଜବୁତ କରିବା ପାଇଁ ଏଭଳି ସମ୍ମିଳନୀର ଆୟୋଜନ ଜରୁରୀ ବୋଲି କହିଥିଲେ । ବିଶିଷ୍ଟ ଗବେଷକ ଡ଼.ଶ୍ୟାମ ସୁନ୍ଦର ଧର ସମ୍ବଲପୁରୀ ଭାଷା ସାହିତ୍ୟ ସଂସ୍କୃତି ପରମ୍ପରା ର ପ୍ରଚାର ପ୍ରସାର ଦିଗରେ ପଶ୍ଚିମାଞ୍ଚଲ ଏକତା  ମଞ୍ଚର କୁମିକା ଉପରେ ମତ ରଖିଥିଲେ । ଗବେଷକ ଡ.ନିମାଇ ଚରଣ ପଣ୍ଡା ମଧ୍ୟ ସମ୍ବଲପୁରୀ ଡେରା ରେ ସମ୍ବଲପୁରୀ ର ପ୍ରଚାର ପ୍ରସାର ପାଇଁ କରାଯାଉଥିବା ପ୍ରୟାସକୁ ପ୍ରଶଂଶା କରିଥିଲେ । ସେହିପରି ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ ସମ୍ବଲପୁରୀ ଡେରାକୁ କେବଳ ସମ୍ବଲପୁରୀ ପ୍ରଚାର ପ୍ରସାର ପାଇଁ ବିକଶିତ କରିବାକୁ ଆହ୍ୱାନ କରିଥିଲେ । ଏହାସହ ସରକାର ଏବଂ ପ୍ରଶାସନ ମଧ୍ୟ ଏ ଦିଗରେ ପଦକ୍ଷେପ କବାକୁ ଆହ୍ୱାନ କରିଥିଲେ ।
      ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ରେଙ୍ଗାଲି ର ପୂର୍ବତନ ବିଧାୟକ ନାଉରୀ ନାୟକ, ସମ୍ବଲପୁର ଲୋକ ମହୋତ୍ସବ ର ସଂଯୋଜକ ପ୍ରଫୁଲ୍ଲ ହୋତା, ପଶ୍ଚିମାଞ୍ଚଳ ଏକତା ମଞ୍ଚ ର ଉପଦେଷ୍ଟା ଓମ୍ ଶ୍ୟାମାପ୍ରସାଦ ମିଶ୍ର ଉଦଘାଟନ କରିଥିଲେ । ସନ୍ଧ୍ୟା ର ସାଂସ୍କୃତିକ କାର୍ଯ୍ୟକ୍ରମ ର ସମସ୍ତ ଗୀତ ନୃତ୍ୟ ମାନଙ୍କ ମଧ୍ୟ ରେ ଦିଲୀପ ଦୀପ ଙ୍କ ହଲିଆ ଗୀତ ଦର୍ଶକଙ୍କ ମନ ମୋହିଥିଲା ।
     ଅପରାହ୍ନରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସମ୍ବଲପୁରୀ ବକୃତା ପ୍ରତିଯୋଗିତା ଆୟୋଜନ କରାଯାଇଥିଳା । ଏହାକୁ ସୁଷମା ପ୍ରଧାନ ଏବଂ ଡ଼.ସ୍ୱୟଂପ୍ରକାଶ ପଣ୍ଡା ପରିଚାଳନା କରିଥିଲେ ।  
    ସନ୍ଧ୍ୟାରେ ସମ୍ବଲପୁରୀ ନୃତ୍ୟ ଗୀତର କାଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଶ୍ରୀ କଳା ପରିଷଦ, ବଲାଙ୍ଗୀର ସାଙ୍ଗାମାପା କଳା ପରିଷଦ, ସମେତ ବିଭିନ୍ନ ନୃତ୍ୟ ଦଳ ସମ୍ବଳପୁରୀ ନୃତ୍ୟ ପରିବେଷଣ କରିଥିଲେ । ଏହାସହ ମାନସ ଷଡ଼ଙ୍ଗୀ , ସୂନିଲ ମହାନନ୍ଦ , ଅରୁଣ ରାଜହଂସ, ଦିଲିପ ଦୀପ, ପ୍ରମୁଖ ଗୀତ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସାଂସ୍କୃତିକ ସଂଯୋଜକ ଦଶରଥ ମେହେର ସଂଯୋଜନା କରି ଥିବା ବେଳେ ଏଥିରେ ରାଜେଶ ସ୍ବାଇଁ ସହଯୋଗ କରିଥିଲେ । କାଯ୍ୟକ୍ରମ କୁ ମାନସ ମିଶ୍ର ଏବଂ ସତ୍ୟ ନାରାୟଣ ସାହୁ ପରିଚାଳନା କରିଥିଲେ। । କାର୍ଯ୍ୟ କ୍ରମ ଆୟୋଜନରେ ମଞ୍ଚର ସମସ୍ତ ସଭ୍ୟ ସଦସ୍ୟା ସହଯୋଗ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସେବା ସେତୁ କାର୍ଯ୍ୟକ୍ରମ   06-Oct-2026
  ଜିଲ୍ଲା  
ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ   06-Oct-2026
  ଜିଲ୍ଲା  
ଅନ୍ୟଜାତିରେ ବିବାହ କରିଥିଲେ, ଶବ ସତ୍କାର ପାଇଁ ଆସିଲେନି ପରିବାର ସଂକଳ୍ପ ପରିବାର ଦ୍ଵାରା ଶବ ସତ୍କାର   06-Oct-2026
  ଜିଲ୍ଲା  
ବ୍ରହ୍ମପୁର ଯଜ୍ଞ ପାଇଁ ବିରିଶଳା ମଠରୁ ସାଧୁ-ଭକ୍ତଙ୍କ ପଦଯାତ୍ରା*   06-Oct-2026
  ଜିଲ୍ଲା  
ଉପଖଣ୍ଡ ସ୍ତରୀୟ କରାଟେ ଚାମ୍ପିଅନସିପ୍‌ ଅନୁଷ୍ଠିତ - ଟିଟିଲାଗଡ଼ ଚାମ୍ପିଅନ ଏବଂ କଳାହାଣ୍ଡି ହେଲା ରନର୍ସ-ଅପ   05-Oct-2026
  ରାଜ୍ୟ  
ଗ୍ରାମସଭାରେ କିଶୋର-କିଶୋରୀଙ୍କ ଦାବିପତ୍ର ଉପସ୍ଥାପନ♦️ ସ୍ୱାସ୍ଥ୍ୟ, ପୋଷଣ, ଶିକ୍ଷା ଓ ଶିଶୁ ସୁରକ୍ଷାକୁ ଜିପିଡିପି ରେ ସାମିଲ କରିବାକୁ ଦାବି   05-Oct-2026
  ରାଜ୍ୟ  
ଜିଲ୍ଲାସ୍ତରୀୟ ସେବା ଜ୍ୟୋତି ଯାତ୍ରାକୁ ସଫଳ କରିବା ପାଇଁ ପ୍ରସ୍ତୁତି ବୈଠକ   05-Oct-2026
  ରାଜ୍ୟ  
ଅନ୍ତର୍ଜାତୀୟ ଗୁରୁ ଦିବସ ପାଳିତ   05-Oct-2026
  ଜିଲ୍ଲା  
କୁମ୍ଭାରୀରେ ମା’ କରମସାନି ପୂଜା ମହୋତ୍ସବ ଧୂମଧାମରେ ପାଳିତ,   05-Oct-2026
  ଜିଲ୍ଲା  
ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୯ଟି ଦରଖାସ୍ତ ଗ୍ରହଣ   05-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ରେ ଯୋଗ ଦେଲେ ନୂତନ ଜିଲ୍ଲାପାଳ*- *ମୌଳିକ ସମସ୍ୟା ର ସମାଧାନ ପାଇଁ ଦେଲେ ଦୃଢ଼ ପ୍ରତିଶୁତି*   05-Oct-2026
  ଜିଲ୍ଲା  
ବିଜେପିର ସେବା ସଂକଳ୍ପ ଅଭିଯାନ ,ଜାରିଂ ରେ ବିଜେପି ପକ୍ଷରୁ ରକ୍ତଦାନ ଓ ବୃକ୍ଷରୋପଣ   05-Oct-2026

You Might Also Like