-+91-9937148622 |
prerana_bgr@rediffmail.com |
Sunday 16th August 2026 |
R.N.I. Regd No. ODIODI/2010/46693
Breaking News
09-Jan-2021
(ପ୍ରେରଣା ଖବର ବ୍ୟୁରୋ) - ଏକ ବିରଳ ଡଲଫିନକୁ ପିଟି ପିଟି ମାରିଦେଲେ ଲୋକେ । ଏହି ଅଭାବନୀୟ ଘଟଣା ଘଟିଛି ଉତରପ୍ରଦେଶର ପ୍ରତାପଗଡରେ । ଶୁକ୍ରବାର ଏହି ଘଟଣାରେ ପୋଲିସ ୩ଜଣଙ୍କୁ ଗିରଫ କରିଛି । ଡିସେମ୍ବର ୩୧ ତାରିଖରେ ଏହି ଘଟଣା ଘଟିଥିଲା । କୋଠାରିଆ ଗାଁ ଅନ୍ତର୍ଗତ ସାରଦା କେନାଲରେ ଏହି ଡଲଫିନ ଉପରେ ହୋଇଥିଲା ମରଣାନ୍ତକ ଆକ୍ରମଣ । ବନ ବିଭାଗର ଅଧିକାରୀମାନେ ଘଟଣା ସ୍ଥଳରେ ପହଂଚି ମୃତ ଡଲଫିନ ଟିକୁ ନିଜ ଜିମାକୁ ନେଇଥିଲେ । ପୋଲିସର ସୂଚନା ଅନୁସାରେ ଯେଉଁମାନେ ଏହି ଡଲଫିନଟିକୁ ମାରିଥିଲେ, ଓଜନ ଅଧିକ କାରଣରୁ ସେମାନେ ଏହାକୁ ନେଇପରିନଥିଲେ । ପୋଲିସ ଏହାର ତଦନ୍ତ କରୁଥିଲା । ଶେଷରେ ୩ଜଣଙ୍କୁ ଗିରଫ କରିବାରେ ସଫଳ ହେଲା ପୋଲିସ ।