-+91-9937148622 |
prerana_bgr@rediffmail.com |
Sunday 16th August 2026 |
R.N.I. Regd No. ODIODI/2010/46693
Breaking News
09-Jan-2021
ବଲାଙ୍ଗୀର (ସନ୍ତୋଷ କୁମାର ଠାକୁର): ସ୍ଥାନୀୟ ପି. ପି. ଏକାଡେମୀ ହାଇସ୍କୁଲ ସମ୍ମିଳନୀ କକ୍ଷରେ ୧୦ ମିଟର ଏୟାର ରାଇଫଲ ଓପନ ସାଇଟ୍ ସୁଟିଂ ରେ କୃତୀ ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସୂଚନା ଅନୁଯାୟୀ ଉତ୍କଳ କରାଟେ ସ୍କୁଲ, ଭୁବନେଶ୍ବରରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସିନିୟର ସୁଟିଂ ରେ ବୀଣା ଥପା ସ୍ଵର୍ଣ୍ଣ ପଦକ, ଟୁଲୁ ସେନ ରୋପ୍ୟ ପଦକ, ଜୁନିୟର ସୁଟିଂ ରେ ଅମିତ ନନ୍ଦ ରୋପ୍ୟ ପଦକ ହାସଲ କରିଛନ୍ତି। ଆଜି ପୂର୍ବତନ ସାଂସଦ କଲିକେଶ ନାରାୟଣ ସିଂହଦେଓ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧନା କରିଥିଲେ । କୃତୀ ପ୍ରତିଯୋଗୀମାନେ ଏହି ସଫଳତା ପଛରେ ଅକ୍ଲାନ୍ତ ପରିଶ୍ରମ ଓ ପ୍ରଶିକ୍ଷକ ମଧୁସୂଦନ ପୋଢ଼ଙ୍କ ଅଧ୍ୟକ୍ଷତାରେ ପ୍ରଶିକ୍ଷଣ ଯୋଗୁଁ ସମ୍ଭବ ହୋଇପାରିଛି ବୋଲି କହିଥିଲେ। ଏହି ସଭାରେ ରାଜେନ୍ଦ୍ର ନାରାୟଣ ସିଂହଦେଓ ସୁଟିଂ କ୍ଲବ ର ସମସ୍ତ ସଦସ୍ୟ ଓ ମିଡିଆ ବନ୍ଧୁ ଉପସ୍ଥିତ ଥିଲେ।