-+91-9937148622 |
prerana_bgr@rediffmail.com |
Sunday 16th August 2026 |
R.N.I. Regd No. ODIODI/2010/46693
Breaking News
09-Jan-2021
ଚଣ୍ଡିଖୋଲ (ପ୍ରେରଣା ଖବର ବ୍ୟୁରୋ): ଯାଜପୁର ଜିଲ୍ଲାରେ ନକଲି ସସ୍ କାରଖାନା ଠାବ । ବଡ଼ଚଣା ଥାନା କୁନ୍ଦଳଠାରେ ସସ୍ କାରଖାନା ଉପରେ ଚଢ଼ାଉ କରିଛି ବଡ଼ଚଣା ପୋଲିସ । ଦୀର୍ଘ ଦିନ ଧରି ଏଠାରେ ସସ୍ କାରଖାନା ଚାଲିଥିଲା । ଏଠାରୁ ସସ୍ ସାମଗ୍ରୀ ବିଭିନ୍ନ ଅଂଚଳକୁ ଚାଲାଣ କରାଯାଉଥିଲା ।
ଅପମିଶ୍ରଣ କରାଯାଉଥିବା ଅଭିଯୋଗ ଆସିବା ପରେ ଗତ ରାତିରେ ବଡ଼ଚଣା ପୋଲିସ ଓ ଦର୍ପଣ ତହସିଲ ପ୍ରଶାସନ ପକ୍ଷରୁ ଚଢ଼ାଉ କରା ଯାଇଥିଲା । ସମ୍ପୃକ୍ତ ସସ୍ କାରଖାନାକୁ ସିଲ୍ କରା ଯାଇଛି । ସସ୍ ର ସାମ୍ପୁଲ ପରୀକ୍ଷା ପାଇଁ ପଠାଯାଇଛି । ରିପୋର୍ଟ ଆସିବା ପରେ ଯାହା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବଡ଼ଚଣା ପୋଲିସ କହିଛି । କାରଖାନା ମାଲିକଙ୍କୁ ନୋଟିସ୍ ଦେଇ ପୋଲିସ ଛାଡିଦେଇଥିବା ସୂଚନା ମିଳିଛି ।