-+91-9937148622 |
prerana_bgr@rediffmail.com |
Monday 17th August 2026 |
R.N.I. Regd No. ODIODI/2010/46693
Breaking News
09-Jan-2021
ବାରିପଦା (ପ୍ରେରଣା ଖବର): ଆଜି ବାରିପଦା ଟାଉନ୍ ଥାନା ଅନ୍ତର୍ଗତ ଚିପଟଅସ୍ତିଆ ପୋଲ ନିକଟରେ ଏକ ଇଟା ବୋଝେଇ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟିପଡ଼ିଥିଲା। ଏହା ଫଳରେ ଏହି ଟ୍ରାକ୍ଟର ଡାଲାରେ ବସିଥିବା ଜଣେ ମହିଳା ଶ୍ରମିକଙ୍କ ଦୁଃଖଦ ମୃତ୍ୟୁ ଘଟିଛି। ଚିପଟଅସ୍ତିଆରୁ ଓଡ଼ି-୧୧-ଏଫ-୫୬୪୨ ନମ୍ବର ବିଶିଷ୍ଟ ଚେଚିସ୍ ଏବଂ ଓଡ଼ି-୧୧-ଏଫ-୫୬୪୩ ନମ୍ବର ବିଶିଷ୍ଟ ଡାଲାଥିବା ଏକ ଟ୍ରାକ୍ଟର ଦିନ ପ୍ରାୟ ୨.୧୦ ମିନିଟ୍ ସମୟରେ ବାରିପଦା ଦିଗରେ ଆସୁଥିବାବେଳେ ଏପରି ଦୁର୍ଘଟଣା ଘଟିଥିଲା। ଟ୍ରାକ୍ଟରରେ ଥିବା ୩ଜଣ ପୁରୁଷ ଶ୍ରମିକ ଏବଂ ଜଣେ ମହିଳା ଶ୍ରମିକ ଏହି ଦୁର୍ଘଟଣାରେ ଆହତ ହୋଇଥିଲେ। ତେବେ ରାଇରଙ୍ଗପୁର ଗ୍ରାମୀଣ ଥାନା ଅନ୍ତର୍ଗତ ପଳାସବଣୀ ଅଞ୍ଚଳର ଖୁଦିରାମ ସିଂଙ୍କ ପତ୍ନୀ ବୁଢ଼ୀ ସିଂଙ୍କର ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ବାଲେଶ୍ବର ଗୋଲେଇ ନିକଟରେ ରହୁଥିଲେ। ଅନ୍ୟ ଆହତମାନଙ୍କୁ ପିଆରଏମରେ ଭର୍ତ୍ତି କରାଯାଇଛି। ଟ୍ରାକ୍ଟରଟି ଓଲଟିବା ସହିତ ବାବୁଲା ଧୁଣ୍ଡୁକିଙ୍କ ଘର ଅଗଣାରେ ପଡ଼ିଥିଲା। ଡ୍ରାଇଭରଙ୍କ ବେପରୁଆ ଚାଳନା କାରଣରୁ ଏପରି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଖବର ପାଇ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଆହତମାନଙ୍କୁ ହସ୍ପିଟାଲ ପଠାଇଥିଲା। ବିଶୋଇ ଥାନା ଅଞ୍ଚଳର ଫାଗୁରାମ ମାଝୀ ଏହି ଟ୍ରାକ୍ଟର ଚଲାଉଥିବା ପୁଲିସ୍ ପକ୍ଷରୁ ପ୍ରକାଶ।