-+91-9937148622 |
prerana_bgr@rediffmail.com |
Saturday 25th July 2026 |
R.N.I. Regd No. ODIODI/2010/46693
Breaking News
01-Dec-2024
(ମନୋରଞ୍ଜନ ତ୍ରିପାଠୀ )
ସୁବର୍ଣ୍ଣପୁର ଜିଲ୍ଲା ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ "ପୁରୁଷ ବନ୍ଧ୍ୟାକରଣ ସଚେତନତା ରଥ "ବାହାରିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ଡାକ୍ତର. ଉଦିତ ନାରାୟଣ ବେହେରା ଙ୍କ ଅଧ୍ୟକ୍ଷତା ରେ ସବୁଜ ପତାକା ଦେଖାଇ ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇଥିଲା l ଏହି ରଥ ପ୍ରତି ଗାଁକୁ ଗାଁ ବୁଲି ପରିବାର ନିୟନ୍ତ୍ରଣ ର ସଚେତନତା ସୃଷ୍ଟି କରିବା ଏବଂ ପୋଷ୍ଟର, ଲିଫଲେଟ ବଣ୍ଟନ କରି, ଲୋକଙ୍କୁ ସଚେତନତା ବାର୍ତ୍ତା ପ୍ରଦାନକରିବା ସୁ-ବ୍ୟବସ୍ଥା କରାଯାଇଛି l ପୁରୁଷ ବନ୍ଧ୍ୟାକରଣ ଅବଲମ୍ବନ କରିବା ହିତାଧିକାରୀ ବ୍ୟକ୍ତି ଙ୍କୁ ୨୦୦୦ ଟଙ୍କା ର ପ୍ରୋତ୍ସାହନ ରାଶି ଦେବାର ବ୍ୟବସ୍ଥା ଅଛି l ସମଗ୍ର କାର୍ଯ୍ୟକ୍ରମଟି ଭାରପ୍ରାପ୍ତ ଜନସ୍ୱାସ୍ଥ୍ୟ ସଂମ୍ପ୍ରସାରଣ ଅଧିକାରୀ ଶାନ୍ତନୁ କୁମାର ମେହେର ଙ୍କ ଯୋଜନା ଏବଂ ବ୍ଲକ କାର୍ଯ୍ୟକ୍ରମ ପରିଚାଳକ ପ୍ରିୟରଞ୍ଜନ ସାହୁ ଙ୍କ ତତ୍ଵାବଧାନ ରେ ଅନୁଷ୍ଠିତ ହୋଇଥିବାବେଳେ ଆକାଉଣ୍ଟ ପରିଚାଳକ ସୁଜିତ କୁମାର ସାହୁ, ଗୋଷ୍ଠୀ ତଥ୍ୟ ପରିଚାଳକ ରିଙ୍କୁ ପଧାନ, ସ୍ୱାସ୍ଥ୍ୟ ନଥିପତ୍ର ସହାୟକ ସୁଶାନ୍ତ ନାଏକ ପ୍ରମୁଖ ଆୟୋଜନ ରେ ସହଯୋଗ କରିଥିଲେ, ସମସ୍ତ ଏ ଏନ ଏମ, ସିଏଚଓ.ଏବଂ ଅନ୍ୟ କର୍ମଚାରୀ ସମ୍ପୂର୍ଣ ସହଯୋଗ କରିଥିଲେ l