-+91-9937148622 |
prerana_bgr@rediffmail.com |
Tuesday 17th March 2026 |
R.N.I. Regd No. ODIODI/2010/46693
Breaking News
30-Nov-2024
(ସୁଦାମ ଦୀପ )
ଜ୍ଞାନ ଭାରତୀ ଗୁରୁକୁଳ ଜଗଦଲପୁର ତରଫରୁ ବାର୍ଷିକ କ୍ରୀଡା ଉତ୍ସବ ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବରେ ଗୁରୁକୁଳର ସଭାପତି ହେମସାଗର ପଟେଲ ସଭାପତିତ୍ୱ କରିଥିବାବେଳେ ଡକ୍ଟର ଗାୟତ୍ରୀ ନନ୍ଦ ମୁଖ୍ୟ ଅତିଥି, ଶ୍ରୀମତୀ ଗୀତା ଲୁହାର ଏବଂ ଅଭିଭାବକ ପ୍ରତିନିଧି ନିରଞ୍ଜନ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାଧୁ ଚରଣ ବରିହା ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଛାତ୍ରଛାତ୍ରୀଙ୍କ ଦ୍ୱାରା ସର୍ବମୋଟ 24ଟି ଖେଳ ଅନୁଷ୍ଠିତ ହୋଇଥିଲା । ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ୟୁଜିବି ର ପ୍ରବନ୍ଧକ ଦୀପକ ସାମଲ ଯୋଗଦାନ କରି କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଖେଳକୁ ଭାରତୀ ସରାଫ, ରଶ୍ମିତା ଦାସ, ଯାଜ୍ଞସେନୀ ବରିହା ଏବଂ କୌଶଳ ପ୍ରଧାନ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମକୁ ଟ୍ରଷ୍ଟର ସମ୍ପାଦକ ଅଧ୍ୟାପକ ଦିବ୍ୟକିଶୋର ପଣ୍ଡା ପରିଚାଳନା କରିଥିବାବେଳେ ଶିକ୍ଷକ ଗୌରବ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସବିତା ଷଣ୍ଢ, ମଧୁସ୍ମିତା ପ୍ରଧାନ, ପିଙ୍କି ପ୍ରଧାନ, ତାରାବତୀ ସେଠ, ସୁନିତା ମାଝୀ, କୃଷ୍ଣ ପଟେଲ, ରଘୁମଣୀ ବେହେରା, ବବଲୁ ପଟେଲ, ଅମୂଲ୍ୟ ପଟେଲ ପ୍ରମୁଖ ସାହାଯ୍ୟ କରିଥିଲେ l