-+91-9937148622 |
prerana_bgr@rediffmail.com |
Saturday 14th March 2026 |
R.N.I. Regd No. ODIODI/2010/46693
Breaking News
30-Nov-2024
ଲୋଇସିଂହା, (ବିନୋଦ ଦୀପ) ଲୋଇସିଂହା ପୋଲିସକୁ ମିଳିଲା ବଡ ସଫଳତା l ଲୋଇସିଂହା ରେଳ ଷ୍ଟେସନ ନିକଟରୁ ଚୋରାଚାଲାଣ ବେଳେ ୧୦ କେଜି ଗଂଜେଇ ସହ ଜଣକୁ ଗିରଫ କଲା ଲୋଇସିଂହା ପୋଲିସ l ଜବତ ଗଂଜେଇର ଆନୁମାନିକ ମୂଲ୍ୟ ୧ ଲକ୍ଷ କୋଡିଏ ହଜାର ହେବ l ସୂଚନା ଅନୁସାରେ ଲୋଇସିଂହା ପୋଲିସ କୌଣସି ସୂତ୍ରରୁ ଖବର ପାଇ ଗତକାଲି ଲୋଇସିଂହା ପୋଲିସ ଲୋଇସିଂହା ରେଳ ଷ୍ଟେସନ ନିକଟରେ ଗଂଜେଇ ଚାଲାଣ ବେଳେ ହଠାତ୍ ମାଡ଼ି ବସିଥିଲା l ଏହି ମାମଲାରେ ଜଣେ ଅଭିଯୁକ୍ତଙ୍କ ଗିରଫ କରାଯାଇଛି l ଗିରଫ ଅଭିଯୁକ୍ତ ହେଲେ ବଲାଙ୍ଗୀର ଜିଲ୍ଲା ପୁଇଁତଲା ଥାନା ପୁଡାପାଲି ଗାଁର ୨୮ ବର୍ଷୀୟ ସୁଶାନ୍ତ ପୋଢ଼ । ଗିରଫ ଅଭିଯୁକ୍ତଙ୍କ ଠାରୁ ଗୋଟିଏ ମୋବାଇଲ ମଧ୍ୟ ଜବତ କରିଛି ଲୋଇସିଂହା ପୋଲିସ l ଏ ନେଇ ୩୯୮/୨୪ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଗଲା l କୋର୍ଟ ରେ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ କୁ ବଲାଙ୍ଗୀର ଜିଲ୍ଲା କାରାଗାର କୁ ପଠେଇ ଦିଆଯାଇଥିବା ଆଇ. ଆଇ. ସି ଯାଜ୍ଞସେନୀ ନାୟକ ସୂଚନା ଦେଇଛନ୍ତି l