-+91-9937148622 |
prerana_bgr@rediffmail.com |
Saturday 14th March 2026 |
R.N.I. Regd No. ODIODI/2010/46693
Breaking News
30-Nov-2024
ତୁଷୁରା ( ପଞ୍ଚାନନ ନାଏକ ) : ବଲାଙ୍ଗୀର ଜିଲ୍ଲା ଗୁଡଭେଲାବ୍ଲକ ଅନ୍ତର୍ଗତ ସମରା ଗ୍ରାମ ସ୍ଥିତ ଇଣ୍ଟରନେସନାଲ ସ୍କୁଲ ପରିସରରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଗୁଡ଼ଭେଲାବ୍ଳକ ଶିକ୍ଷାଧିକାରୀ ରୁଷିଆ ମେହେର ମୁଖ୍ଯ ଅତିଥି ଭାବେ ଯୋଗଦେଇ ବିଜ୍ଞାନ ମେଳାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ତୋଷାଳୀ ବିଦ୍ୟାମନ୍ଦିରର ନିଦ୍ଦେର୍ଶକ ଦେବାଶିଷ ମହାପାତ୍ର ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । କୁନି ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ୧୨୦ଟି ବିଭିନ୍ନ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ କରାଯାଇଥିବା ବେଳେ ବିଜ୍ଞାନ ଶିକ୍ଷକ ସୁଧିର କୁମାର ପ୍ରଧାନ ଓ ପ୍ରଦିପ୍ତ କିଶୋର ସାହୁ ବିଚାରକ ଭାବେ ଯୋଗ ଦେଇଥିଲେ। ସ୍କୁଲର ପ୍ରିନ୍ସିପାଲ ଦିନେଶ ସାହୁଙ୍କ ତତ୍ବାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଶ୍ୟାମସୁନ୍ଦର ସାହୁ, ଦେବେନ୍ଦ୍ର ଭୋଇ, ସୋନାଲି ସାହୁ, ସିଦ୍ଧାର୍ଥ ଜାଲ, ଯୁଧିଷ୍ଠିର ସାହୁ ଆଦି ସହଯୋଗ କରିଥିଲେ।