-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
28-Nov-2024
(ମିହିର ଶଙ୍କର ପାତ୍ର,)
ଡାବୁଗାଁ ରେ ଧୂମଧାମରେ ପାଳିତ ହୋଇ ଯାଇଛି ଲୋକ ମହୋତ୍ସବ ମଣ୍ଡେଇ । ଏହି ଅବସରରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରି, ବିଡ଼ିଓ ଶରତ ମାଝୀ, ତହସିଲଦାର ହରିଓମ୍ ଭୋଇ , ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ପୂର୍ବତନ ବିଧାୟକ ଭୁଜବଳ ମାଝୀ,ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ ବିଜେପି ର ବରିଷ୍ଠ ନେତା ସୋମନାଥ ପୂଜାରୀ, ସଭାପତି ଜେ ରାଜଶେଖର ରାଓ, ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ଜୟନ୍ତ କୁମାର ପାତ୍ର, କଂଗ୍ରେସ ବ୍ଲକ ସଭାପତି ଜି ସାଇ ରାଜୁ, ବିଧାୟକ ପ୍ରତିନିଧି ଏମ୍ ବୁଲୁ ରାଓ, ଏମ୍ ଆପା ରାଓ, ବିଜେଡ଼ି ସଭାପତି ସୁରେନ୍ଦ୍ର ମିଶ୍ର, ଜିଲ୍ଲାପରିଷଦ ସଭ୍ୟ ଗୁପ୍ତ ବିଷୟୀ ଓ ଧନସିଂ ଭତ୍ରା, ଜି କିରଣ କୁମାର, ଭୀମସେନ ଜେନା, ରତନ କଲାର, ସାମ୍ବାଦିକ ସଂଘ ସଂପାଦକ ମିହିର ଶଙ୍କର ପାତ୍ର, ସଭାପତି ପ୍ରଜ୍ଞା ପରିଡ଼ା, କୋଷାଧ୍ୟକ୍ଷ ଗଗନ ଗନ୍ତାୟତ, ପାପଡାହାଣ୍ଡି ମଣ୍ଡଳ ସଭାପତି କ୍ଷେତ୍ରମୋହନ ପାତ୍ର,ବରିଷ୍ଠ ସାମ୍ବାଦିକ ରବି ମହାନ୍ତି, ଡାବୁଗାଁ ପଞ୍ଚାୟତ ସମିତି ସଭ୍ୟ, ସରପଞ୍ଚ, ବରିଷ୍ଠ ନାଗରିକ ତଥା ଅନ୍ୟମାନେ ଏକ ବିରାଟ ମଶାଲ ଶୋଭାଯାତ୍ରାରେ ମାଁ ଦୁଲାର୍ଦେଈ ଙ୍କ ମନ୍ଦିର ରୁ ବାହାରି ଭୈରବ ମନ୍ଦିର ପଡ଼ିଆ ପର୍ଯ୍ୟନ୍ତ ଯାଇଥିଲେ । ଉକ୍ତ ସ୍ଥାନରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା। ଅଙ୍ଗନବାଡ଼ି କର୍ମୀ, ମିଶନ ଶକ୍ତି ରେ କାର୍ଯ୍ୟରତ ଭଉଣୀମାନେ ଏବଂ ଅନେକ ସ୍ବେଛାସେବୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।