-+91-9937148622 |

prerana_bgr@rediffmail.com |

  Friday 16th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ    (16-Oct-2026)       ||      ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   (16-Oct-2026)       ||      ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||      ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   (16-Oct-2026)       ||      କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି    (16-Oct-2026)       ||      ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   (16-Oct-2026)       ||      କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   (15-Oct-2026)       ||      ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼    (15-Oct-2026)       ||      ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ (ଆୟୁଷ୍ମାନ ସଭାପତି,ବାବୁଲୁ ସାଧାରଣ ସମ୍ପାଦକ)   (15-Oct-2026)       ||      ମାୟାବର୍ହା କ୍ଲଷ୍ଟର ସୁରଭି ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ   (15-Oct-2026)       ||      ରେକଡୋଲରେ ଟେରାକୋଟା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ୧୫ ମହିଳାଙ୍କୁ ମିଳିବ ୬ ମାସିଆ ମାଗଣା ପ୍ରଶିକ୍ଷଣ   (15-Oct-2026)       ||      ଶୀଜଗନ୍ନାଥଙ୍କ ୨୪ ଦିବ୍ୟଦେଶ ପାଇଁ ଚୂଡାନ୍ତ ପ୍ରସ୍ତୁତି ବୈଠକ   (15-Oct-2026)       ||      ସିଦ୍ଧି ବିନାୟକ ବିଦ୍ୟା ମନ୍ଦିରରେ ଲାୟନ୍ସ ଓ ଲିଓ କ୍ଲବ୍ ତରଫରୁ ମାଗଣା ଚକ୍ଷୁ ସଚେତନତା ଓ ପରୀକ୍ଷା ଶିବିର ଅନୁଷ୍ଠିତ   (15-Oct-2026)       ||      ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ମୃତ, ଅନ୍ୟ ଜଣେ ଗୁରୁତର   (15-Oct-2026)       ||      ଡେପୁଟି ସେକ୍ରେଟାରୀ ଓଡ଼ିଶା ସରକାର ଙ୍କ କ୍ଷେତ୍ର ପରିଦର୍ଶନ   (15-Oct-2026)       ||      ମାନବିକତା ଦେଖାଇଲେ ଡୁଙ୍ଗୁରିପାଲି ଥାନାଧିକାରୀ ରୋଜାଲିନ ପଟେଲ୍   (15-Oct-2026)       ||      ବାଗବାଡି ଆୟୋଜିତ ହେଲା ଆଞ୍ଚଳିକ ସାଧନକେନ୍ଦ୍ର ସ୍ତରିୟ ଶିଶୁ ମହୋତ୍ସବ ସୁରଭି -୨୦୨୬   (14-Oct-2026)       ||      ବରପାଲି ଜଗନ୍ନାଥ ନଗର ୫୧ ତମ ସାର୍ବଜନିନ ଦୁର୍ଗା ପୂଜାର ସାମ୍ବାଦିକ ସମ୍ମିଳନୀ   (14-Oct-2026)       ||     

HOME   ଜିଲ୍ଲା

ସାହିତ୍ୟ ଅକାଦେମିର ଗୁରୁପ୍ରସାଦ ମହାନ୍ତି ଜନ୍ମ ଶତବାର୍ଷିକୀ ଆଲୋଚନାଚକ୍ର ଉଦ୍ଘାଟିତ, ଓଡ଼ିଆ କବିତାରେ ନବ୍ୟ-ଆଧୁନିକତାର ପ୍ରବର୍ତ୍ତକ ଗୁରୁପ୍ରସାଦ

28-Nov-2024



ଭୁବନେଶ୍ୱର(ପ୍ରେରଣା ଖବର): ଓଡ଼ିଆ କବିତାରେ ଆଧୁନିକତାର ଧାରା ପ୍ରବର୍ତ୍ତକ ହେଉଛନ୍ତି ପ୍ରସିଦ୍ଧ କବି ଗୁରୁପ୍ରସାଦ ମହାନ୍ତି।

ସମକାଳର କବିତାକୁ ସମକାଳର ଭାଷାରେ ପ୍ରକାଶ କରୁଥିବା କବି ହେଉଛନ୍ତି ପ୍ରାଚ୍ୟ-ପାଶ୍ଚାତ୍ୟର ସେତୁସ୍ଥାପକ। ତାଙ୍କ କବିତା ସଂଖ୍ୟା କମ୍ କିନ୍ତୁ ସେଗୁଡ଼ିକର ପ୍ରଭାବ ଅସୀମ। ତାଙ୍କର ପ୍ରତିଟି କବିତା ଓଡ଼ିଆ ସାହିତ୍ୟର ଗୋଟିଏ ଗୋଟିଏ ଅମୂଲ୍ୟ ଜ୍ୟୋତି । କେନ୍ଦ୍ର ସାହିତ୍ୟ ଅକାଦେମି ପକ୍ଷରୁ ଆୟୋଜିତ ଗୁରୁପ୍ରସାଦ ମହାନ୍ତି ଜନ୍ମ ଶତବାର୍ଷିକୀ ଆଲୋଚନାଚକ୍ରରେ ଏହା ତ୍ପ୍ରକାଶ କରିଛନ୍ତି କେନ୍ଦ୍ର ସାହିତ୍ୟ ଅକାଦେମି ତରଫରୁ ସ୍ଥାନୀୟ ବୁଦ୍ଧମନ୍ଦିର ସଭା ଗୃହରେ ଦ୍ୱିଦିବସୀୟ ଗୁରୁପ୍ରସାଦ ମହାନ୍ତି ଜନ୍ମ ଶତବାର୍ଷିକୀ ଆଲୋଚନାଚକ୍ରର ଅତିଥି ଏବଂ ଆଲୋଚକବୃନ୍ଦ l
 

ବିଖ୍ୟାତ ଓଡ଼ିଆ କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ଦ୍ୱାରା ଉଦଘାଟିତ ଏହି ଆଲୋଚନାଚକ୍ରରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଅକାଦେମିର ସଚିବ ଡକ୍ଟର କେ. ଶ୍ରୀନିବାସରାଓ । ଉଦ୍ଘାଟନୀ ଅଭିଭାଷଣରେ ଶ୍ରୀଯୁକ୍ତ ପଣ୍ଡା ଗୁରୁପ୍ରସାଦ ମହାନ୍ତିଙ୍କୁ ଓଡ଼ିଆ କବିତାରେ ନବ୍ୟ-ଆଧୁନିକତାର ପ୍ରବର୍ତ୍ତକ ବୋଲି କହିଥିଲେ । ଡକ୍ଟର ରାଓ ଭାରତୀୟ କବିତାର ବୈଶିଷ୍ଟ୍ୟ ଏବଂ ଗୁରୁପ୍ରସାଦଙ୍କ କାବି୍ୟକ ସ୍ୱାତନ୍ତ୍ର୍ୟ ସମ୍ପର୍କରେ ସୂଚନା ଦେଇ ଥିଲେ । ଗୁରୁପ୍ରସାଦଙ୍କ କେତେକ ଲୋକପ୍ରିୟ କବିତା ସମ୍ପର୍କରେ ମଧ୍ୟ ସେ ଉଲ୍ଲେଖ କରିଥିଲେ । ଆଲୋଚନାଚକ୍ରର ଉଦ୍ଘାଟନୀ ଅଧିବେଶନରେ ସଭାପତିତ୍ୱ କରିଥିଲେ ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ତଥା ବିଶିଷ୍ଟ କଥାକାର ଗୌରହରି ଦାସ । ନିଜ ବକ୍ତବ୍ୟରେ ସେ କହିଥିଲେ ଯେ ଗୁରୁପ୍ରସାଦ ହେଉଛନ୍ତି ସମ୍ମୋହନର କବି, ଉଚ୍ଚାଟନର କବି, ମଧୁର ଯନ୍ତ୍ରଣାର କବି, ପୁଣି କାତର ଉଲ୍ଲଶସର କବି । ପ୍ରେମ ଓ ପ୍ରକୃତିର କବି । ପଚାଶ ବର୍ଷର ସୃଜନ କାଳରେ ମାତ୍ର ଅଶୀ ପାଖାପାଖି କବିତା ଲେଖିଥିଲେ । କବିତା ସଂଖ୍ୟା ସ୍ୱଳ୍ପ ହୋଇଥିଲେ ସୁଦ୍ଧା ସେ ଖୁବ୍ ପ୍ରସିଦ୍ଧ । ଶବ୍ଦ ପ୍ରୟୋଗ ଏତେ ଅଣପାରମ୍ପରିକ ଏବଂ ଆକସ୍ମିକ ଯେ ପାଠକ ତତ୍କ୍ଷଣାତ୍ ମୋହାଚ୍ଛନ୍ନ ହୋଇଯାଏ । ତାଙ୍କର ରାତି ପ୍ରସୂତିର କଷ୍ଟ ଭୋଗେ ଏବଂ ସକାଳ ଜନ୍ମ ନିଏ ରୁଗ୍ଣ ଶିଣୁଟିଏ ହୋଇ ।  ତାଙ୍କର ତାଙ୍କର କବିତା ଗୁଡ଼ିକ ଯେତିକି ଇନ୍ଦ୍ରିୟାସକ୍ତ ସେତିକି ଇନ୍ଦ୍ରିୟ-ମୁକ୍ତ । ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ଗୁରୁପ୍ରସାଦ ମହାନ୍ତିଙ୍କ କନ୍ୟା ଡାକ୍ତର ପ୍ରିୟଦର୍ଶିନୀ ମହାନ୍ତି । ସେ ଆବେଗପୂର୍ଣ୍ଣ ଭାବରେ ଗୁରୁପ୍ରସାଦଙ୍କ ସ୍ମୃତିଚାରଣ କରିଥିଲେ । ମୂଳ ଭାଷଣ ପ୍ରଦାନ କରିଥିଲେ ବିଶିଷ୍ଟ କବି ତଥା ସମାଲୋଚକ ଭଗବାନ ଜୟସିଂହ । ଗୁରୁପ୍ରସାଦ ମହାନ୍ତିଙ୍କ ‘କାଳପୁରୁଷ’ ଏବଂ ଟି.ଏସ. ଏଲିଅଟଙ୍କ ‘ଦି ୱେଷ୍ଟ ଲ୍ୟାଣ୍ଡ’ କବିତାର ତୁଳନାତ୍ମକ ବ୍ୟାଖ୍ୟା କରିବା ପୂର୍ବକ ଗୁରୁପ୍ରସାଦଙ୍କ କବିତାର ନୂତନତା ସମ୍ପର୍କରେ ସେ ଗୁରୁତ୍ୱାରୋପ କରିଥିଲେ ।

ଉଦ୍ଘାଟନୀ ଅଧିବେଶନରେ ଧନ୍ୟବାଦ ଅର୍ପଣ କରିଥିଲେ ସାହିତ୍ୟ ଅକାଦେମି ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ପବିତ୍ର ମୋହନ କର । ସଭା ସଂଯୋଜନା କରିଥିଲେ ସାହିତ୍ୟ ଅକାଦେମିର କୋଲ୍କାତା ଆଞ୍ଚଳିକ କାର୍ଯ୍ୟାଳୟର ଭାରପ୍ରାପ୍ତ ଅଧିକାରୀ କ୍ଷେତ୍ରବାସୀ ନାଏକ । ପ୍ରଥମ ଅଧିବେଶନରେ ସଭାପତିତ୍ୱ କରିଥିଲେ ସାହିତ୍ୟ ଅକାଦେମିର ସାଧାରଣ ପରିଷଦର ସଦସ୍ୟ ତଥା ବିଶିଷ୍ଟ ନାଟ୍ୟକାର ପ୍ରଫେସର ବିଜୟ କୁମାର ଶତପଥୀ । ‘ଗୁରୁ୍ରପସାଦଙ୍କ କବିତାରେ ଭାବ  ଓ ଶୈଳୀ’ ଶୀର୍ଷକରେ କବି ଭାଗୀରଥି ମିଶ୍ର ପ୍ରବନ୍ଧ ଉପସ୍ଥାପନ କରିଥିବାବେଳେ ପ୍ରଫେସର ଚିତ୍ତରଂଜନ ମିଶ୍ରଙ୍କ ପ୍ରବନ୍ଧର ବିଷୟ ଥିଲା ‘ଗୁରୁପ୍ରସାଦଙ୍କ କବିତାରେ ପ୍ରକୃତି  ଓ ନାନ୍ଦନିକତା’ । ଡକ୍ଟର ସଂଘମିତ୍ରା ଭଞ୍ଜ ‘ଅସ୍ତିତ୍ୱବାଦୀ ଦର୍ଶନ ଓ ଗୁରୁପ୍ରସାଦ ମହାନ୍ତି’ ଶୀର୍ଷକରେ ପ୍ରବନ୍ଧ ପାଠ କରିଥିଲେ । ସେହିପରି ଦ୍ୱିତୀୟ ଅଧିବେଶନରେ ସଭାପତିତ୍ୱ କରିଥିଲେ ବିଶିଷ୍ଟ କବି ଅମରେଶ ପଟ୍ଟନାୟକ । ଗୁରୁପ୍ରସାଦଙ୍କ କବିତାର ତାତ୍ତ୍ୱିକ ଆଲୋଚନା କରିଥିଲେ ଦିଲୀପ କୁମାର ସ୍ୱାଇଁ, ରମେଶଚନ୍ଦ୍ର ମଲ୍ଲିକ ଏବଂ ସନ୍ତୋଷ କୁମାର ନାୟକ । ଶୁ୍ରକ୍ରବାର ଦିନ ଆଲୋଚନାଚକ୍ରର ଦ୍ୱିତୀୟ ଦିବସରେ ଗୁରୁପ୍ରସାଦଙ୍କ କବିତାର ଅନ୍ୟାନ୍ୟ ବିଭବ ସମ୍ପର୍କରେ ଆଲୋଚନା ଏବଂ ସନ୍ଧ୍ୟାରେ କବିସନ୍ଧି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଆଜିର କାର୍ଯ୍ୟକ୍ରମରେ ବହୁସଂଖ୍ୟକ କବି, ଲେଖକ, ଗବେଷକ, ସାହିତ୍ୟପ୍ରେମୀ ଏବଂ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ   16-Oct-2026
  ଜିଲ୍ଲା  
ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   16-Oct-2026
  ଜିଲ୍ଲା  
ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ   16-Oct-2026
  ଜିଲ୍ଲା  
*ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   16-Oct-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   16-Oct-2026
  ଜିଲ୍ଲା  
କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି   16-Oct-2026
  ଜିଲ୍ଲା  
ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   16-Oct-2026
  ଜିଲ୍ଲା  
କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   15-Oct-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   15-Oct-2026
  ଜିଲ୍ଲା  
ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼   15-Oct-2026
  ଜିଲ୍ଲା  
ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ (ଆୟୁଷ୍ମାନ ସଭାପତି,ବାବୁଲୁ ସାଧାରଣ ସମ୍ପାଦକ)   15-Oct-2026
  ଜିଲ୍ଲା  
ମାୟାବର୍ହା କ୍ଲଷ୍ଟର ସୁରଭି ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ   15-Oct-2026

You Might Also Like