-+91-9937148622 |
prerana_bgr@rediffmail.com |
Monday 5th October 2026 |
R.N.I. Regd No. ODIODI/2010/46693
Breaking News
25-Nov-2024
ନୂଆପଡା (ଡୋଲେଶ୍ୱର ବାଗ )
ନୂଆପଡା ଜ଼ିଲ୍ଲା ଖଡିଆଳ ପବ୍ଲିକ ସ୍କୁଲ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।" 'ଓଡ଼ିଆ ଅସ୍ମିତା' ଏକ ରାଜନୈତିକ ଧୂଆଁବାଣ"। ବିଷୟ ସପକ୍ଷରେ ସାହିତ୍ୟିକ ଶ୍ରୀ ନୀଳଲୋହିତ ସିଂହ ଦେବ ଏବଂ ଶ୍ରୀ ଲଳିତ କୁମାର ବାରିକ, ଖରିଆର ପବ୍ଲିକ ସ୍କୁଲ ତଥା ବିଷୟ ବିପକ୍ଷରେ ଅବସରପ୍ରାପ୍ତ ଶିକ୍ଷକ ଆଦିତ୍ୟ କୁମାର ପଣ୍ଡା ଏବଂ ପଲ୍ଲୀ ପ୍ରଗତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ରୁଦ୍ର ମାଧବ ବାରିକ ସୁଚିନ୍ତିତ ତଥା ବରିଷ୍ଠ ମତ ଉପସ୍ଥାପନ କରିଥିଲେ। ପୂର୍ବତନ ଆୟକର କମିଶନର ଶ୍ରୀକାନ୍ତ ଚାଟାର୍ଜୀ ସଭାର ସଭାପତିତ୍ୱ କରିଥିଲେ। ଖଡ଼ିଆଳର ଅନେକ ବୁଦ୍ଧିଯିବି ଏହି ସଭାରେ ଉପସ୍ଥିତ ରହି ପ୍ରଶ୍ନ-ଉତ୍ତର ଭାଗରେ ଅଂଶଗ୍ରହଣ କରିଥିଲେ। ସବିତା ଚଟର୍ଜି, ଡ ଫଣୀନ୍ଦମ ଦେଓ, ଶଶୀକାନ୍ତ ଖମାରି, ନନ୍ଦ କିଶୋର ପ୍ରଧାନୀ, ଧୀରଜ ତୟାଲ, କିଶୋର ବାଗ, କାର୍ତିକ ବାଗ, ଭାନୁ ସୁନାନୀ, ଆକାଶ ବାଗ, ଛନ୍ଦା ଚରଣ ଦଣ୍ଡସେନା, ସତୀଶ ପଟନାୟକ, ସଞ୍ଜୟ ଯୋଶୀ, ଅନୁପ ସାହୁ, ଇନ୍ଦ୍ର ସିଂହ ବାବୁ ଆଉ ଅନେକ ବୁଦ୍ଧିଜୀବୀ ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ। ଶ୍ରୀ ସଂଜୀବ କୁମାର ପାଢ଼ୀ ଧନ୍ୟବାଦ ପ୍ରଦାନ କରିଥିଲେ।