-+91-9937148622 |

prerana_bgr@rediffmail.com |

  Monday 5th October 2026 |

| | | |

R.N.I. Regd No. ODIODI/2010/46693

Breaking News

ସାଙ୍ଘାତିକ ଦୁର୍ନୀତି ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ R&B ବିଭାଗର ଏଇଇଙ୍କ ୧୦ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ   (05-Oct-2026)       ||      ସାଙ୍ଘାତିକ ଦୁର୍ନୀତି ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ R&B ବିଭାଗର ଏଇଇଙ୍କ ୧୦ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ   (05-Oct-2026)       ||      ଇଣ୍ଡୋ-ନେପାଳ ଓପନ୍ ଇଣ୍ଟରନ୍ୟାସନାଲ କରାଟେ ଚାମ୍ପିୟନଶିପ୍‌ରେ ଟିଟିଲାଗଡ ଓମ ଭ୍ୟାଲି ସ୍କୁଲର ଅଥର୍ବ ପଟ୍ଟନାୟକଙ୍କ ଚମତ୍କାର ସଫଳତା   (05-Oct-2026)       ||      ଇଣ୍ଡୋ-ନେପାଳ ଓପନ୍ ଇଣ୍ଟରନ୍ୟାସନାଲ କରାଟେ ଚାମ୍ପିୟନଶିପ୍‌ରେ ଟିଟିଲାଗଡ ଓମ ଭ୍ୟାଲି ସ୍କୁଲର ଅଥର୍ବ ପଟ୍ଟନାୟକଙ୍କ ଚମତ୍କାର ସଫଳତା   (05-Oct-2026)       ||      ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ    (05-Oct-2026)       ||      ଗୁଡ଼ିଆ ସମାଜର ପୁସ୍ତକ ଉନ୍ମୋଚିତ    (05-Oct-2026)       ||      ବରଗଡ଼ ଜିଲ୍ଲା ଲେଖିକା ପରିଷଦ ପକ୍ଷରୁ ଗଙ୍ଗାଧର ଜୟନ୍ତୀ ଓ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ♦️ବରିଷ୍ଠ ସାମ୍ବାଦିକଙ୍କୁ ସମ୍ମାନିତ   (05-Oct-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସମସ୍ୟା ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆଲୋଚନା   (05-Oct-2026)       ||      ଦେଶସେବା ନିବୃତ ଯବାନ କୁ ଭିଟାମାଟି ଫେରିବା ପରେ ସ୍ୱାଗତ ସମ୍ବର୍ଦ୍ଧନା।   (04-Oct-2026)       ||      ଆମପାଣି ଯୋନ ସ୍ତରୀୟ ଆଞ୍ଚଳିକ ଡମ୍ବ ସମାଜ ର ନୂଆଁଖାଇ ଭେଟଘାଟ   (04-Oct-2026)       ||      ନଭେମ୍ବର ୨୮ରେ ବିନିକା ଗୋଜୁଲାଷ୍ଟମୀ ମହୋତ୍ସବ   (04-Oct-2026)       ||      ସିଦ୍ଧାର୍ଥ ଜୁନିଅର କଲେଜରେ ଜିଲ୍ଲାସ୍ତରୀୟ ଏକ ଦିବସୀୟ ପ୍ରାଥମିକ ଚିକିତ୍ସା ସଚେତନତା ପ୍ରଶିକ୍ଷଣ ଶିବିର   (04-Oct-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା ଅନୁଷ୍ଠିତ।   (04-Oct-2026)       ||      *ସୋନପୁର ପୌର ପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଓ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ*- *ଝାଡୁ କଲେ କଲେକ୍ଟର, ଏସପି ଓ ଏ ଡି ଏମ*-   (04-Oct-2026)       ||      ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ♦️ସରକାର ଙ୍କ ଆଦିବାସୀ ଦମନନିତୀ ପ୍ରତିବାଦରେ ଆନ୍ଦୋଳନ ଚେତାବନୀ   (04-Oct-2026)       ||      ଗମ୍ଭାରୀପାଲି ସ୍ଥିତ ଆଞ୍ଚଳିକ ଉମା ମାହେଶ୍ୱରୀ ମନ୍ଦିରରେ ଷୋହଲ ପୂଜା ଆରମ୍ଭ   (04-Oct-2026)       ||      ଜିଲ୍ଲାସ୍ତରୀୟ ଫୁଟବଲ ଚାମ୍ପିୟନସିପ୍‌ର ଉଦ୍‌ଯାପନୀ ଉତ୍ସବ   (04-Oct-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ    (04-Oct-2026)       ||      *୧-୦ ଗୋଲ ରେ ବରଗଡ଼ କୁ ହରାଇ ସାହାଣୀ କପ୍ ଫୁଟବଲ୍ ସୁବର୍ଣ୍ଣପୁର ଜୋନ୍ ଚାମ୍ପିଅନ ହେଲା କଟକ ଦଳ*   (04-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସଂକଳ୍ପ ଅଭିଯାନ ଆରମ୍ଭ*   (04-Oct-2026)       ||     

HOME   ଜିଲ୍ଲା

ସରକାରୀ ତାଲିକାଭୁକ୍ତ ସାମ୍ବାଦିକ ଓ  ସାମ୍ବାଦିକତାର ସଂଜ୍ଞା  ସାମ୍ବାଦିକ କେଉଁମାନେ  ?  ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ତାଲିକା ଓ ଜିଲ୍ଲାପାଳଙ୍କ ଚିଠିକୁ ନେଇ ଚର୍ଚ୍ଚା  !

25-Nov-2024



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ ) ସଂପ୍ରତି ବଲାଙ୍ଗୀର ଜିଲ୍ଲାର ବେଲପଡା ବ୍ଲକ୍ ରେ ବେଲପଡା ବିଡିଓ ଓ ଜଣେ ୟୁ ଟ୍ୟୁବ୍ ଚ୍ୟାନେଲ୍ ର ସାମ୍ବାଦିକଙ୍କ ମଧ୍ୟରେ ବାକ୍ ବିତଣ୍ଡାରୁ ଉକ୍ତ ସାମ୍ବାଦିକଙ୍କ ବିରୋଧରେ ଥାନାରେ ଏତଲା ପରେ ଜିଲ୍ଲାପାଳଙ୍କ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ତାଲିକାଭୁକ୍ତ ସାମ୍ବାଦିକ ତାଲିକା ସହ ଚିଠିକୁ ନେଇ ସାମାଜିକ ଗଣମାଧ୍ୟମରେ  ଭାଇରାଲ୍ ହେବାପରେ ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି ହୋଇଛି । ଏହାକୁ ନେଇ କଣ୍ଟାବାଞ୍ଜିର ଜଣେ ଯୁବଆଇନଜିବୀ ତଥା ସାମ୍ବାଦିକ ଶେଖ୍ ସମିମ୍ ସୋସିଆଲ୍ ମିଡିଆରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପସ୍ଥାପନ କରି ' କେଉଁମାନେ ସାମ୍ବାଦିକ ? ' ବୋଲି  ପ୍ରଶ୍ନ ପଚାରିଛନ୍ତି । ଜିଲ୍ଲାପାଳ ତାଙ୍କର ଜଣେ ଅଧିକାରୀଙ୍କୁ ସୁରକ୍ଷା ଦେବାକୁ ଜିଲ୍ଲାରେ ପ୍ରଥମ କରି ପ୍ରେସ୍ ସ୍ବାଧୀନତାରେ ହସ୍ତକ୍ଷେପ ପୂର୍ବକ ଏଭଳି ପକ୍ଷପାତ ପଦକ୍ଷେପ ନେଇଥିଲା ବେଳେ , ଏହା ସାମ୍ବାଦିକମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିଛି ବୋଲି କେତେକ ସାମ୍ବାଦିକସଂଘ ପକ୍ଷରୁ  ଅଭିଯୋଗ କରାଯାଇଛି  ।  ଉପରୋକ୍ତ ଆଇନଜିବୀ ତଥା ସାମ୍ବାଦିକଙ୍କ ପୋଷ୍ଟ୍ ରେ ଏହି ତାଲିକାଭୁକ୍ତ ସାମ୍ବାଦିକମାନେ ହିଁ  ଉକ୍ତ ଚିଠି ଓ ତାଲିକାକୁ ଭାଇରାଲ୍ କରୁଥିବା ପ୍ରକାଶ ।  

ବେଲପଡା ବିଡିଓଙ୍କୁ ବଲାଙ୍ଗୀର ଜିଲ୍ଲାପାଳଙ୍କ ଚିଠି ସହ ବଲାଙ୍ଗୀର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ତାଲିକାଭୁକ୍ତ ସାମ୍ବାଦିକ ତାଲିକାକୁ ନେଇ ଜିଲ୍ଲାର ସାମ୍ବାଦିକ ମହଲରେ ଚର୍ଚ୍ଚା ହେଉଛି । ଏହି ଚର୍ଚ୍ଚା ମୁତାବକ ଯେଉଁମାନଙ୍କ ନାଁ' ଏହି ତାଲିକାରେ ନାହିଁ , ସେମାନେ ଯଦି କୌଣସି ବ୍ଲକ୍ ର ବିଡିଓ ବା ସରକାରୀ ଅଫିସ୍ କୁ ଯାଆନ୍ତି , ସେମାନଙ୍କୁ ଅଣସାମ୍ବାଦିକ ଭାବେ ବିବେଚନା କରାଯାଇ ଥାନାରେ ଏଫ୍ ଆଇ ଆର୍ ଦେବାକୁ ସୋସିଆଲ୍ ମିଡିଆରେ କେତେକ ମତ ଦେଇଛନ୍ତି । 

ଅଳ୍ପଦିନତଳେ ପଡୋଶୀ ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ବ୍ଲକ୍ ରେ ବିଡିଓ-ସାମ୍ବାଦିକଙ୍କ ହାତାହାତି ବିବାଦରେ ଉଭୟ ପକ୍ଷରୁଥାନାରେ ଏତଲାକ୍ରମେ ଅଭିଯୁକ୍ତ ସାମ୍ବାଦିକଙ୍କୁ ପୁଲିସ୍ ରାତିଅଧିଆ ଗିରଫ କରିଥିବା ବେଳେ ଡିଜିଙ୍କ ପ୍ରତିଶ୍ରୁତି ସତ୍ତ୍ୱେ ଅଦ୍ୟାବଧି ଅଭିଯୁକ୍ତ ବିଡିଓଙ୍କୁ ଛାଡିଧିଆଯାଇ ଓଲଟା ପୁଲିସ୍ ସୁରକ୍ଷା ଯୋଗାଇ ଦିଆଯାଇଥିବା ପରେ ବଲାଙ୍ଗୀର ଜିଲ୍ଲାର ଏହି ବେଲପଡା ବ୍ଲକ୍ ର ସାମ୍ବାଦିକ- ବିଡିଓଙ୍କ କଥା କଟାକଟିରେ ବିଡିଓଙ୍କ ଏତଲାକ୍ରମେ ପୁଲିସ୍ ଅଭିଯୁକ୍ତ ସାମ୍ବାଦିକଙ୍କୁ ଖୋଜୁଛି । ତେବେ ଏହି ପରିପ୍ରେକ୍ଷୀରେ ବଲାଙ୍ଗୀର ଜିଲ୍ଲାପାଳ ବନାମ ଡିଆଇପିଆରଓଙ୍କ ସାମ୍ବାଦିକତାଲିକା ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଓ ତାଲିକାଭୁକ୍ତ ସାମ୍ବାଦିକମାନେ ଉଏବ୍ ମିଡିଆ , ନିଉଜ୍ ପୋର୍ଟାଲ୍ ର ସାମ୍ବାଦିକଙ୍କ ସମେତ ତାଲିକାରେ ନାଁ' ନଥିବା ଜିଲ୍ଲାର ବିଶିଷ୍ଟ ସାମ୍ବାଦିକଙ୍କୁ ଚିଡେଇବା ଢଙ୍ଗରେ ଅଣସାମ୍ବାଦିକ ଆଖ୍ୟା ଦେଉଥିବାରୁ ସାମ୍ବାଦିକଙ୍କର ସଂଜ୍ଞା ତର୍ଜମା କରାଯିବାର ପ୍ରକୃଷ୍ଟ ସମୟ ଉପନୀତ ହୋଇଥିବାର ଅବକାଶ ଆସିଛି । 

ଉଲ୍ଲେଖନୀୟ ଯେ , ସାମ୍ବାଦିକ ସଂଘକୁ ଦଶନ୍ଧି ଦଶନ୍ଧି ଧରି ଅଣସାମ୍ବାଦିକ କ ବ୍ ଜା କରି ରଖି କୋଟି କୋଟି ଟଙ୍କାର ସମ୍ପତ୍ତି ଠୁଳ କରିବା ଲୋକଙ୍କ ଆଖିସାମ୍ନାରେ ଘଟିଛି ।  ବୋଧହୁଏ ଅଣସାମ୍ବାଦିକଙ୍କର ଏଭଳି ଅନ୍ୟାୟୋପାର୍ଜିତ ବିପୁଳ ଆଖିଦୃଶିଆ ସମ୍ପତ୍ତି ଠୁଳ ସାରା ରାଜ୍ୟରେ ସର୍ବାଧିକ ।  ବିଭିନ୍ନ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ଗତବର୍ଷମାନଙ୍କରେ ଏ ସମ୍ପର୍କରେ ତଥ୍ୟ ସହ ଘନ ଘନ ଖବର ପ୍ରକାଶ ପାଇବା ସହ ଏଥରୁ ସୃଷ୍ଟ ବିବାଦ ଥାନାକୁ ପହଞ୍ଚିଥିବା ସତ୍ତ୍ୱେ ପୁଲିସ୍ , ଦୁର୍ନୀତି ନିବାରଣ ବିଭାଗ , ଇଡି ବା ସରକାର ଆଖିବୁଜି ଦେଇଥିଲେ ।  ଏହା ସହିତ ସଂଘରେ ପ୍ରକୃତ ବରିଷ୍ଠ ଜନାଦୃତ ସାମ୍ବାଦିକଙ୍କୁ ପୁରାଇ ନଦେବା , ପୂର୍ବରୁ  ନାଁ' ରହିଥିଲେ ବି କାଟିଦିଆଯିବା , ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ଭାବରେ ସଂଘରେ ଆଉ ସଭ୍ୟ ଗ୍ରହଣ କରା ନଯିବା ପ୍ରସ୍ତାବ ପାସ୍ କରାଯାଇ  ଆବେଦନକୁ ଗ୍ରହଣ କରା ନଯିବା , ପ୍ରକୃତ ସାମ୍ବାଦିକଙ୍କୁ ସଂଘଭୁକ୍ତ କରାଯିବାର ସୁଯୋଗ ଦିଆ ନଯାଇ ଅନଭିଜ୍ଞ , ନାମମାତ୍ର , ଅଶିକ୍ଷିତ , ଅର୍ଦ୍ଧଶିକ୍ଷିତ ଓ ଚାହାବାଲା ପାନବାଲାମାନଙ୍କୁ ସଭ୍ୟ କରାଯାଇ ଅଣସାମ୍ବାଦିକ ସଂଘର ସଭାପତି ରହିଥିବା ଇତ୍ୟାଦି ଘଟିଛି ।  ସବୁଠାରୁ ବିସ୍ମୟର ବିଷୟ ଯେ ସରକାର ସାମ୍ବାଦିକଙ୍କ ତାଲିକା ମାଗିବା ପରେ ଡିଆଇପିଆରଓ ଏଭଳି ସଂଘକୁ ସାମ୍ବାଦିକତାଲିକା ମାଗି ସେଇଆକୁ ସରକାରଙ୍କୁ ପଠାଇବା ଏବଂ ତାଙ୍କ ପାଖରେ ଥିବା ପୂର୍ବର ସାମ୍ବାଦିକ ତାଲିକାକୁ ମନଇଚ୍ଛା କାଟିଦେଇଥିବା ଇତ୍ୟାଦିର ସରକାର କେବେ ଜାଣିବାକୁ ଚାହିଁନାହାଁନ୍ତି  ! ତେଣୁ ବର୍ଷ ବର୍ଷ ତଳର ପୁରୁଣା ତ୍ରୁଟିପୂର୍ଣ୍ଣ ତାଲିକାକୁ ଜିଲ୍ଲାପାଳଙ୍କୁ ଦେଇ ଏବର ଡିଆଇପିଆରଓ ପ୍ରଶାସନ ବା ସରକାରଙ୍କୁ ବିଭ୍ରାନ୍ତ କରିବାର ଅପଚେଷ୍ଟା କରିଥିବା ଅଭିଯୋଗ ପ୍ରକାଶ ପାଇଛି । 

ଏହାସହ  ଜନସାଧାରଣଙ୍କ ପକ୍ଷରୁ ସାମ୍ବାଦିକଙ୍କୁ ପୁଲିସ୍ ର ରାତିଅଧିଆ ଗିରଫଦାରୀ ଓ ଦୁର୍ନୀତି ଅଭିଯୁକ୍ତ ଅଧିକାରୀଙ୍କୁ ସୁରକ୍ଷା ଦେବାରେ ପକ୍ଷପାତନୀତିର ଦୃଢ ବିରୋଧ ପ୍ରକାଶ ପାଇଛି । ନୂତନ ସରକାର ସାମ୍ବାଦିକର ସଂଜ୍ଞା ନିର୍ଣ୍ଣୟ କରି ଜନସାଧାରଣଙ୍କ ସମସ୍ୟା , ବିଭିନ୍ନ ଅଞ୍ଚଳର ତଥ୍ୟ ଓ ଖବର ସହ ନୂତନ ସରକାରଙ୍କ ଦୁର୍ନୀତି ବିରୋଧରେ ' ନୋ ଟଲରାନ୍ସ ନୀତି ' ର ସମର୍ଥନ କରି କର୍ତ୍ତବ୍ୟ ସମ୍ପାଦନ କରୁଥିବା ସବୁପ୍ରକାରର ସାମ୍ବାଦିକଙ୍କ ସୁରକ୍ଷା ପ୍ରତି ସହାନୁଭୂତିଶୀଳ ହେବାକୁ ସାମ୍ବାଦିକ , ବୁଦ୍ଧିଜିବୀ ଓ ଜନସାଧାରଣଙ୍କ ପକ୍ଷରୁ ସରକାରଙ୍କ ଠାରେ ଦାବି କରାଯାଇଛି । 

ଖୁବ୍ ଶୀଘ୍ର ଏହା ବିରୋଧରେ ରାଜ୍ୟର ଏକ ସୁପ୍ରତିଷ୍ଠିତ  ସାମ୍ବାଦିକସଂଘ ପକ୍ଷରୁ ରାଜ୍ୟ ଓ ଜିଲ୍ଲାସ୍ତରରେ ବଲାଙ୍ଗୀର ଜିଲ୍ଲାପାଳଙ୍କ ଏହି ତ୍ରୁଟିପୂର୍ଣ୍ଣ ସାମ୍ବାଦିକ ତାଲିକା ପ୍ରସାରଣ ବିରୋଧରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ସଜବାଜ ଚାଲିଥିବା ଜଣାପଡିଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସାଙ୍ଘାତିକ ଦୁର୍ନୀତି ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ R&B ବିଭାଗର ଏଇଇଙ୍କ ୧୦ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ   05-Oct-2026
  ଜିଲ୍ଲା  
ସାଙ୍ଘାତିକ ଦୁର୍ନୀତି ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ R&B ବିଭାଗର ଏଇଇଙ୍କ ୧୦ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ   05-Oct-2026
  ରାଜ୍ୟ  
ଇଣ୍ଡୋ-ନେପାଳ ଓପନ୍ ଇଣ୍ଟରନ୍ୟାସନାଲ କରାଟେ ଚାମ୍ପିୟନଶିପ୍‌ରେ ଟିଟିଲାଗଡ ଓମ ଭ୍ୟାଲି ସ୍କୁଲର ଅଥର୍ବ ପଟ୍ଟନାୟକଙ୍କ ଚମତ୍କାର ସଫଳତା   05-Oct-2026
  ଜିଲ୍ଲା  
ଇଣ୍ଡୋ-ନେପାଳ ଓପନ୍ ଇଣ୍ଟରନ୍ୟାସନାଲ କରାଟେ ଚାମ୍ପିୟନଶିପ୍‌ରେ ଟିଟିଲାଗଡ ଓମ ଭ୍ୟାଲି ସ୍କୁଲର ଅଥର୍ବ ପଟ୍ଟନାୟକଙ୍କ ଚମତ୍କାର ସଫଳତା   05-Oct-2026
  ଜିଲ୍ଲା  
ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ   05-Oct-2026
  ଜିଲ୍ଲା  
ଗୁଡ଼ିଆ ସମାଜର ପୁସ୍ତକ ଉନ୍ମୋଚିତ   05-Oct-2026
  ଜିଲ୍ଲା  
ବରଗଡ଼ ଜିଲ୍ଲା ଲେଖିକା ପରିଷଦ ପକ୍ଷରୁ ଗଙ୍ଗାଧର ଜୟନ୍ତୀ ଓ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ♦️ବରିଷ୍ଠ ସାମ୍ବାଦିକଙ୍କୁ ସମ୍ମାନିତ   05-Oct-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସମସ୍ୟା ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆଲୋଚନା   05-Oct-2026
  ଜିଲ୍ଲା  
ଦେଶସେବା ନିବୃତ ଯବାନ କୁ ଭିଟାମାଟି ଫେରିବା ପରେ ସ୍ୱାଗତ ସମ୍ବର୍ଦ୍ଧନା।   04-Oct-2026
  ଜିଲ୍ଲା  
ଆମପାଣି ଯୋନ ସ୍ତରୀୟ ଆଞ୍ଚଳିକ ଡମ୍ବ ସମାଜ ର ନୂଆଁଖାଇ ଭେଟଘାଟ   04-Oct-2026
  ଜିଲ୍ଲା  
ନଭେମ୍ବର ୨୮ରେ ବିନିକା ଗୋଜୁଲାଷ୍ଟମୀ ମହୋତ୍ସବ   04-Oct-2026
  ଜିଲ୍ଲା  
ସିଦ୍ଧାର୍ଥ ଜୁନିଅର କଲେଜରେ ଜିଲ୍ଲାସ୍ତରୀୟ ଏକ ଦିବସୀୟ ପ୍ରାଥମିକ ଚିକିତ୍ସା ସଚେତନତା ପ୍ରଶିକ୍ଷଣ ଶିବିର   04-Oct-2026

You Might Also Like