-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
23-Nov-2024
ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର): ସେବା କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ସୁଷ୍ଟି କରିଥିବା ସେବା ଫାଉଣ୍ଡେସନ ଆଜି ଏକ ଉଦାହରଣ ସୃଷ୍ଟି କରିଛି ଚନ୍ଦଲିଗ୍ରାମ ରେ ଅସହାୟ ବୃଦ୍ଧା ସୁରୁଚି ପଟେଲ ବୟସ ୬୨ ବର୍ଷ ରୁ ଉଦ୍ଧହେବ ତାଙ୍କର ମର ଶରୀର ଗୋଟିଏ ଘର ଭିତରେ ପଡିରହିଥିଲା ଗ୍ରାମ ର କେହିବି ଆସୀନଥିଲେ ଏହି ବୃଦ୍ଧା ଙ୍କ ଶବ ସଂକାର କରିବାକୁ ଖବର ପାଇ ପହଁଚି ଥିଲେ ଡୁଙ୍ଗୁରିପାଲି ସେବା ଫାଉଣ୍ଡେସନ ପାଖରେ ନଥାଇ ମଧ୍ୟ ଫାଉଣ୍ଡେସନ
ସଦସ୍ୟ ମାନେ ଖବର ପାଇବା ମାତ୍ର ପହଂଚିଥିଲେ ସେବା ଫାଉଣ୍ଡେସନ ପ୍ରତିଷ୍ଠାତା ଭିଭୂଦତ୍ତ ବିଶ୍ୱାଳ ନିଜେ ବୁର୍ଲା ଡାକ୍ତର
ଖାନା ଥାଇ ମଧ୍ୟ ଫାଉଣ୍ଡେସନ ର ସଦସ୍ୟ ପଠାଇଥିଲେ ଚନ୍ଦଲି ଗ୍ରାମ କୁ ବାହାରି ପଡ଼ିଥିଲେ ସେବା ଫାଉଣ୍ଡେସନ ସାହସୀ ମେମ୍ବର ହେଲ ପ୍ରଜ୍ଞା ତ୍ରିପାଠୀ, ନିତା ପଟେଲ, ଦୀପକ ମିଶ୍ର ସୁଶାନ୍ତ ବାରିକ, ପିଣ୍ଟୁ ବାବୁ, ଚନ୍ଦଲି ଗ୍ରାମ କୁ ପହଂଚି କାଠ,ଯୋଗାଡ଼ କରି ଖଇ କଉଡ଼ି ସଂଗ୍ରହ କରି ଶବ କୁ ନିଜ କାନ୍ଦ ରେ ବୋହି କରି ନେଇ ଚନ୍ଦଲି ଗ୍ରାମ ର ସ୍ମସାନ ପୋଡିଥିଲେ, ସେବା ଫାଉଣ୍ଡେସନ ମହିଳା ସଦସ୍ୟ ଙ୍କ ଏଭଳି ସାହାସ କୁ ଦେଖି ସମସ୍ତେ ପ୍ରଂଶସା କରୁଛନ୍ତି