-+91-9937148622 |

prerana_bgr@rediffmail.com |

  Tuesday 18th August 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଶ୍ରା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (17-Aug-2026)       ||      ଲୋକାର୍ପିତ କବିତା ସଂକଳନରେ ସୃଜନଶୀଳ ଚିନ୍ତାଧାରାର ପ୍ରତିଫଳନ♦️ କବି ରାଜକିଶୋର ପଣ୍ଡାଙ୍କ ରଚିତ ପୁସ୍ତକରେ ସ୍ଥାନ ପାଇଛି ୧୦୭ ଟି କବିତା    (17-Aug-2026)       ||      କବି ରାଜକିଶୋର ପଣ୍ଡା ରଚିତ ପୁସ୍ତକ ରେ ସ୍ଥାନ ପାଇଛି ୧୦୭ ଟି କବିତା    (17-Aug-2026)       ||      ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଐତିହାସିକ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର ସିଲଭର୍ ମିଟ୍   (17-Aug-2026)       ||      ଆଗକୁ ନୂଆଖାଇ ପାଟଣେଶ୍ୱରୀ ମନ୍ଦିର ଗମ୍ଭାର ଘର ମରାମତି କେବେ ?   (17-Aug-2026)       ||      ଦେଓଗାଁରେ ଓଷ୍ଟା ପକ୍ଷରୁ ସାମ୍ବିଧାନିକ ବୈଠକ   (17-Aug-2026)       ||      ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ପାଇଁ ଓଡିଶା ଦଳ ଘୋଷଣା   (17-Aug-2026)       ||      ସ୍ମାର୍ଟ ଜଳସେଚନ ଓ ଚାହିଦାଭିତ୍ତିକ ଜଳ ପରିଚାଳନା ଉପରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଏକଦିନିଆ କର୍ମଶାଳା   (17-Aug-2026)       ||      *କଳାହାଣ୍ଡି ଜିଲ୍ଲା ଆତ୍ମା ପକ୍ଷରୁ ଚାଷୀ ଙ୍କୁ ନେଇ ସୁବର୍ଣ୍ଣପୁର କ୍ଷେତ୍ର ପରିଦର୍ଶନ*- *ଚାଷୀ ଓ ବୈଜ୍ଞାନିକ ଙ୍କ ଭାବ ବିନିମୟ କାର୍ଯ୍ଯ କ୍ରମ*-   (17-Aug-2026)       ||      ଝରଣିପାଲି ଠାରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   (17-Aug-2026)       ||      *ଏବେ ବି ବଞ୍ଚିଛି ମାନବିକତା*- *ବୋଲବମ ଚାରିଟେବୁଲ ଟ୍ରଷ୍ଟ କୁ ବୁଦ୍ଧିଜୀବି ମହଲରେ ପ୍ରଶଂସା*-   (17-Aug-2026)       ||      ଜିଲ୍ଲାସ୍ତରୀୟ ଫୁଟବଲ ପ୍ରିମିଅର ଲିଗ୍ ଚରଦା ହାଇସ୍କୁଲ୍ ପଡ଼ିଆରେ ଉଦଘାଟିତ ।   (17-Aug-2026)       ||      ଶିକ୍ଷକ ଯୋଗାଇବାର ପ୍ରତିଶ୍ରୁତି ପରେ ସ୍କୁଲ ଗେଟରୁ ଖୋଲିଲା ତାଲା   (17-Aug-2026)       ||      ନିଖିଳ ଓଡ଼ିଶା ଆଶା କର୍ମୀ ସଂଘ, ବେଲପଡ଼ା ବ୍ଲକ ସଂଘର ସମ୍ମିଳନୀ ଅନଷ୍ଠିତ ଓ ନୂତନକର୍ମକର୍ତ୍ତାଙ୍କୁ ନେଇ କାର୍ଯକାରୀ କମିଟି ଗଠନ    (17-Aug-2026)       ||      ଡୁଙ୍ଗରିପାଲି ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୪୪ଟି ଦରଖାସ୍ତ ଗ୍ରହଣ   (17-Aug-2026)       ||      ମହନୀ ଉତ୍ସବ ପାଇଁ ସମ୍ବଲପୁରୀ ଲୋକନୃତ୍ୟ ପ୍ରତିଯୋଗିତା    (17-Aug-2026)       ||      ଗଣ୍ତାବାହାଲିଠାରେ ନୂଆଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ   (17-Aug-2026)       ||      ନାରୀସେବା ସଙ୍ଘ ପକ୍ଷରୁ ଦେଶର ୮୦ ତମ ସ୍ବାଧିନତା ଦିବସ ପାଳିତ    (17-Aug-2026)       ||      ନୂତନ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଦାୟିତ୍ୱ ଗ୍ରହଣ   (17-Aug-2026)       ||      ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଙ୍କ ପ୍ରେସମିଟ   (17-Aug-2026)       ||     

HOME   ଜିଲ୍ଲା

ମାଙ୍କଡଚୁଆଁ ଆଦିବାସୀ ଯୁବକ ଆକ୍ରମଣ ଘଟଣା, ସରପଂଚ ତଥା ବିଜେଡି ଯୁବ ସଭାପତି ରାଜେନ୍ଦ୍ର ହୋତା ତୁରନ୍ତ ଗିରଫ କରାଯାଉ- ବଲାଙ୍ଗିର ଜିଲ୍ଲା ବିଜେଡି ଯୁବ ସଭାପତି ଜଣେ ଅଭ୍ୟାସଗତ ଅପରାଧି-କଂଗ୍ରେସ

08-Jan-2021



ବଲାଙ୍ଗିର,(ସନ୍ତୋଷ କୁମାର ଠାକୁର): ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଡଳ ସଦର ବ୍ଲକ ବରକାନି ପଂଚାୟତର ମାଙ୍କଡଚୁଆଁ ଗ୍ରାମରେ ଘଟିଥିବା ଆଦିବାସୀ ଯୁବକ ଶ୍ରୀକର ମିର୍ଦ୍ଧାଙ୍କୁ ଆକ୍ରମଣ ଘଟଣା ଦିର୍ଘ ଏକ ସପ୍ତାହ ବିତି ଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଅଭିଯୁକ୍ତମାନେ ଗିରଫ ହୋଇନାହାନ୍ତି । ଯେହେତୁ ଏହି ଘଟଣା ମୁଖ୍ୟ ଅଭିଯୁକ୍ତ ସରକାରୀ ଦଳରେ ଜଣେ ସରପଂଚ ତଥା ବର୍ତ୍ତମାନ ବଲାଙ୍ଗିର ବିଜେଡିର ଜିଲ୍ଲା ଯୁବ ସଭାପତି ପଦବୀରେ ଅଛନ୍ତି ତେଣୁ ପୋଲିସ ପାଖରେ ପୀଡିତମାନେ ସ୍ପଷ୍ଟ ଭାବେ ସରପଂଚ ଥିବା ଜିଲ୍ଲା ଯୁବ ସଭାପତି ରାଜେନ୍ଦ୍ର ହୋତାଙ୍କ ନାଁରେ ଅଭିଯୋଗ ଦାଖଲ କରିଥିଲେ ସୁଦ୍ଧା ପୋଲିସ ଆଜି ପର୍ଯ୍ୟନ୍ତ ତାଙ୍କୁ ହାତ ଲଗାଇ ପାରିନାହିଁ ବୋଲି ଆଜି ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ଜିଲ୍ଲା ସଭାପତି ଦିଲିପ ବେହେରା ସାମ୍ବାଦିକମାନଙ୍କୁ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜେନ୍ଦ୍ର ହୋତା ଜଣେ ଅଭ୍ୟାସଗତ ଅପରାଧି ଅଟନ୍ତି । କାରଣ ସେ ଗତ ପଂଚାୟତ ନିର୍ବାଚନରେ ନିଜେ ନିର୍ବାଚନ ଜିତି ସାରିଥିଲେ ମଧ୍ୟ ନିଜ ନିକଟତମ ପ୍ରତିଦ୍ୱନ୍ଦିଙ୍କୁ ଆକ୍ରମଣର ଭୟ ଦେଖାଇବା ସହ ତାଙ୍କର ଘର ଦ୍ୱାରରେ ନିଆଁ ଲଗାଇ ଏକ ଦଙ୍ଗା ଭଳିଆ ପରିସ୍ଥିତ ଉପୁଯାଇଥିଲେ । ସେ ଅଂଚଳର କିଛି ଅସମାଜିକ ଯୁବକମାନଙ୍କୁ ନେଇ ସେ ଏକ ଅପରାଧିକ ସମ୍ରାଜ୍ୟ ବିସ୍ତାର କରି ଦିର୍ଘ ବର୍ଷରୁ ଏକ ଭୟାତୁର ପରିସ୍ଥିତି ସୃଷ୍ଟି କରିଛନ୍ତି । ଏପରିକି ସେ ଏବଂ ତାଙ୍କ ପରିବାରର ଲୋକେ ମାଙ୍କଡଚୁଆଁର କିଛି ଆଦିବାସୀ ମହିଳା ମଞ୍ଜୁଲତା ମୁଣ୍ଡାଙ୍କୁ ଗତ ୧୦.୧୧.୨୦ରେ ମାଡ ମାରିବା ଅଭିଯୋଗ ମଧ୍ୟ ପୋଲିସ ପାଖରେ ଅଛି କିନ୍ତୁ ସ୍ଥାନୀୟ ବିଜେଡିର ନେତୃତ୍ୱ ନେଉଥିବା ରାଜ ପରିବାରଙ୍କ ଛତ୍ରଛାୟାରେ ଥିବା ରାଜେନ୍ଦ୍ର ହୋତାଙ୍କୁ ଗିରଫ କରିବା ପାଇଁ ପୋଲିସ ଡରୁଛି । ଏଠାରେ ସୂଚନାଯୋଗ୍ୟ ଯେ ଆଦିବାସୀ ପରିବାରଙ୍କ ଉପରେ ବାରମ୍ବାର ଆକ୍ରମଣ ନିର୍ଯ୍ୟାତନା ବଢିବା ତଥା ମାଙ୍କଡଚୁଆଁ ଆଦିବାସୀ ଯୁବକ ଶ୍ରୀକର ମିର୍ଦ୍ଧାଙ୍କ ଅଭିଯୋଗ ଅନୁଯାୟୀ ସରପଂଚ ରାଜେନ୍ଦ୍ର ହୋତାଙ୍କୁ ତୁରନ୍ତ ଗିରଫ ଦାବିରେ ଆଜି ବଲାଙ୍ଗିର ଜିଲ୍ଲା କଂଗ୍ରେସ ତରଫରୁ ସ୍ଥାନୀୟ ସଦରଥାନା ଘେରାଓ କରାଯାଇଥିଲା । ନଗର କଂଗ୍ରେସ ସଭାପତି ବୁଲୁ ଦାନୀଙ୍କ ନେତୃତ୍ୱ ତଥା ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରେମ ପ୍ରକାଶ ମିଶ୍ରଙ୍କ ଡାକରାରେ ଆଜିର ଏହି ଥାନା ଘେରାଓ ରେ ମାଙ୍କଡଚୁଆଁ ଗ୍ରାମର ପିଡିତ ମିର୍ଦ୍ଧା ପରିବାର ସହ ଶତାଧିକ ମହିଳା ଓ ପୁରୁଷ ପୋଲିସର ନିସ୍କ୍ରୟତା ବିରୁଦ୍ଧରେ ରଣ ହୁଙ୍କାର ଦେଇଥିଲେ । ଯଦି ତୁରନ୍ତ ଏ ଘଟଣାର ଅଭିଯୁକ୍ତ ସରପଂଚଙ୍କୁ ଗିରଫ କରାନଯାଏ ତେବେ ବଲାଙ୍ଗିରରେ କଂଗ୍ରେସ ଦଳ ଜିଲ୍ଲାର ସମସ୍ତ ଆଦିବାସୀ ଓ ଦଳିତ ସମାଜକୁ ଏକତ୍ରିତ କରି ସ୍ଥାନୀୟ ପୋଲିସ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଘେରାଓ କରିବ ବୋଲି ଚେତାବନୀ ଦେଇଛି । ଜିଲ୍ଲାରେ ଦିନକୁ ଦିନ ଆଦିବାସୀ ଦଳିତଙ୍କ ଉପରେ ଅତ୍ୟାଚାର ବଢିଚାଲିଛି ଏବଂ ଏ ସମସ୍ତ ଘଟଣାରେ ଅଭିଯୁକ୍ତମାନେ ସରକାରୀ ଦଳ କିମ୍ବା ସରକାରୀ ଦଳର ଛତ୍ରଛାୟାରେ କାମ କରୁଥିବା ଅସମାଜିକ ତତ୍ୱ ବୋଲି ବାରମ୍ବାର ପ୍ରମାଣ ଦେବା ସହ ପୋଲିସ ପ୍ରଶାସନ ନିରବ ରହୁଥିବାରୁ ଜିଲ୍ଲା କଂଗ୍ରେସ ନେତୃତ୍ୱ ଯେ ପର୍ଯ୍ୟନ୍ତ ଏ ଘଟଣାର ମୁଖ୍ୟ ଅଭିଯୁକ୍ତ ସରପଂଚକୁ ଗିରଫ କରି ତାର ପଦବୀରୁ ନିଳମ୍ବନ ନ କରାଯିବ ସେ ପର୍ଯ୍ୟନ୍ତ ଏ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି । ଆଜିର ଏହି ସମସ୍ତ କାର୍ଯ୍ୟକ୍ରମରେ ବ୍ଲକ ସଭାପତି ରାମ ପ୍ରସାଦ ମିଶ୍ର, ବଳଦେବ ସାହୁ, ସରପଂଚ ସତ୍ୟବାନ ସାହୁ, ବଲାଙ୍ଗିର ବିଧାୟକଙ୍କ ପ୍ରତିନିଧି କିଶୋର ସିଂ ନିନା, ଅଜୟ ବାଲି, ଅଙ୍କିତ ସାହୁ,  ଯୁବ କଂଗ୍ରେସ ଉପ-ସଭାପତି ଯଶୋବନ୍ତି ବଘାର, ସନ୍ତକ ବହିଦାର, ସଂଜୟ ମିଶ୍ର, ଜୟନାରାୟଣ ବେହେରା, ଅଭିନାଶ ପ୍ରସାଦ ସାଏ, ଯୁବନେତା କୁଳମଣି ସାହୁ, ମିଟୁ ସାହୁ, ଲୋପନ ମିଶ୍ର, ନାସିର ଖାନ, ଅଶ୍ୱିନୀ ରାଉତ, ରୋଶନ ମିଶ୍ର, ସୁଭ୍ରାଂଶୁ ମିଶ୍ର, ଅନ୍ତ ମଚଖଣ୍ଡ, ମହମ୍ମଦ ଆକବର, ପ୍ରକାଶ ସାହୁ, ସୌମ୍ୟଦୀପ ସରାଫ, ବେଟୁନ ସ୍ୱାଇଁ, ଅଖଣ୍ଡ ସେଠ, ଚୁନଚୁନି, ସୁଦର୍ଶନ ମିଶ୍ର, କୈଳାସ ମିଶ୍ର, ସୁନିଲ ପଟ୍ଟନାୟକ, ଜୟ ନାରାୟଣ ବହିଦାର, ସାନନ୍ଦ ମିଶ୍ର, ସାନ୍ତନୁ ଭାଟି, ପବିତ୍ର ନେପାକ ଓ ବୁଲୁ ବେହେରା ପ୍ରମୁଖ ସାମିଲ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଶ୍ରା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   17-Aug-2026
  ଜିଲ୍ଲା  
ଲୋକାର୍ପିତ କବିତା ସଂକଳନରେ ସୃଜନଶୀଳ ଚିନ୍ତାଧାରାର ପ୍ରତିଫଳନ♦️ କବି ରାଜକିଶୋର ପଣ୍ଡାଙ୍କ ରଚିତ ପୁସ୍ତକରେ ସ୍ଥାନ ପାଇଛି ୧୦୭ ଟି କବିତା   17-Aug-2026
  ଜିଲ୍ଲା  
କବି ରାଜକିଶୋର ପଣ୍ଡା ରଚିତ ପୁସ୍ତକ ରେ ସ୍ଥାନ ପାଇଛି ୧୦୭ ଟି କବିତା   17-Aug-2026
  ଜିଲ୍ଲା  
ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଐତିହାସିକ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର ସିଲଭର୍ ମିଟ୍   17-Aug-2026
  ଜିଲ୍ଲା  
ଆଗକୁ ନୂଆଖାଇ ପାଟଣେଶ୍ୱରୀ ମନ୍ଦିର ଗମ୍ଭାର ଘର ମରାମତି କେବେ ?   17-Aug-2026
  ଜିଲ୍ଲା  
ଦେଓଗାଁରେ ଓଷ୍ଟା ପକ୍ଷରୁ ସାମ୍ବିଧାନିକ ବୈଠକ   17-Aug-2026
  ଜିଲ୍ଲା  
ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ପାଇଁ ଓଡିଶା ଦଳ ଘୋଷଣା   17-Aug-2026
  ରାଜ୍ୟ  
ସ୍ମାର୍ଟ ଜଳସେଚନ ଓ ଚାହିଦାଭିତ୍ତିକ ଜଳ ପରିଚାଳନା ଉପରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଏକଦିନିଆ କର୍ମଶାଳା   17-Aug-2026
  ଜିଲ୍ଲା  
*କଳାହାଣ୍ଡି ଜିଲ୍ଲା ଆତ୍ମା ପକ୍ଷରୁ ଚାଷୀ ଙ୍କୁ ନେଇ ସୁବର୍ଣ୍ଣପୁର କ୍ଷେତ୍ର ପରିଦର୍ଶନ*- *ଚାଷୀ ଓ ବୈଜ୍ଞାନିକ ଙ୍କ ଭାବ ବିନିମୟ କାର୍ଯ୍ଯ କ୍ରମ*-   17-Aug-2026
  ଜିଲ୍ଲା  
ଝରଣିପାଲି ଠାରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   17-Aug-2026
  ଜିଲ୍ଲା  
*ଏବେ ବି ବଞ୍ଚିଛି ମାନବିକତା*- *ବୋଲବମ ଚାରିଟେବୁଲ ଟ୍ରଷ୍ଟ କୁ ବୁଦ୍ଧିଜୀବି ମହଲରେ ପ୍ରଶଂସା*-   17-Aug-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଫୁଟବଲ ପ୍ରିମିଅର ଲିଗ୍ ଚରଦା ହାଇସ୍କୁଲ୍ ପଡ଼ିଆରେ ଉଦଘାଟିତ ।   17-Aug-2026

You Might Also Like