-+91-9937148622 |
prerana_bgr@rediffmail.com |
Tuesday 18th August 2026 |
R.N.I. Regd No. ODIODI/2010/46693
Breaking News
08-Jan-2021
ସମ୍ବଲପୁର,(ସଞ୍ଜିବ ପାଣିଗ୍ରାହୀଙ୍କ ରିପୋର୍ଟ ): ସମ୍ବଲପୁର ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା ର କୁଚିଣ୍ଡା ଉପଖଣ୍ଡ ଜମନକିରା ବ୍ଲକ ଷଣ୍ଢପଥର ଠାରେ ଚାଲିଥିବା ଜାତୀୟ ରାଜପଥ ଅବରୋଧ ଦୀର୍ଘ ୪୦ ଘଣ୍ଟା ପରେ ହଟିଛି I ଆନ୍ଦୋଳନ ର ଦ୍ଵିତୀୟ ଦିନ ଗୁରୁବାର ରାତ୍ରି ୧୧ ଟା ରେ ଆନ୍ଦୋଳନ ଶେଷ ହୋଇଛି I ବୁଧବାର ପ୍ରଥମେ ଜମନକିରା ତହସିଲଦାର ଓ ପରେ କୁଚିଣ୍ଡା ଉପଖଣ୍ଡ ର ଉପଜିଲ୍ଲାପାଳ ଷଣ୍ଢପଥର ଠାରେ ଆନ୍ଦୋଳନ ସ୍ଥଳକୁ ଆସି ଆନ୍ଦୋଳନକାରୀ ଙ୍କ ସହିତ ଆଲୋଚନା କରିଥିଲେ । ସରକାର ଉପରେ ବିଶ୍ୱାସ ରଖି ଆନ୍ଦୋଳନ କୁ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଥିଲେ । ହେଲେ ଆନ୍ଦୋଳନକାରୀ ମାନେ ନିଜ ଦାବି ରେ ଅଟଳ ରହିଥିଲେ । ଦାବି ପୂରଣ ନହେବା ଯାଏଁ ଅନିର୍ଦ୍ଧିଷ୍ଟକାଳ ଯାଏଁ ଆନ୍ଦୋଳନ ପ୍ରତ୍ୟାହୃତ ହେବ ନାହିଁ ବେIଲି ପ୍ରକାଶ କରିବା ସହିତ ଆନ୍ଦୋଳନ କୁ ବଳବତ୍ତର ରଖିଥିଲେ I ଗୁରୁବାର ଆନ୍ଦୋଳନ ର ଦ୍ୱିତୀୟ ଦିନରେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଆନ୍ଦୋଳନ ରେ ସାମିଲ ସୋଇଥିଲେ । ସନ୍ଧ୍ୟାରେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ସୁବୋଧ ମଲ୍ଲିକ ଓ ଜିଲ୍ଲା ଯୋଗାଣ ଅଧିକାରୀ ରାମ ଚନ୍ଦ୍ର ଟୁଡୁ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀ ଙ୍କ ସହ ପର୍ଯ୍ୟାୟ କ୍ରମେ ଆଲୋଚନା କରି ଲିଖିତ ପ୍ରତିଶୃତି ପରେ ରାସ୍ତା ରୋକ ପ୍ରତାହୃତ ହୋଇଛି I ଶୁକ୍ରବାର ଠାରୁ ମଣ୍ଡି ରେ ଥିବା ଧାନ ଉଠାଯିବ, ମୀଆଦ ଶେଷ ହୋଇଥିବା ଟୋକନ ଗୁଡିକୁ ପୁନଃ କାର୍ଯକାରୀ କରାଯିବା କୁ ସରକାର ଙ୍କୁ ପଠାଯିବା ସହିତ ଟୋକନ ପାଇ ନ ଥିବା ଚାଷୀ ଙ୍କୁ ନୁଆଁ ଟୋକନ ପ୍ରଦାନ କରାଯିବ ବୋଲି ଲିଖିତ ପ୍ରତିଶୃତି ଦିଆଯାଇଛି I ଆନ୍ଦୋଳନ ର ପ୍ରାରମ୍ଭ ରୁ ରେଙ୍ଗାଲି ବିଧାୟକ ନାଉରି ନାଏକ, ପୂର୍ବତନ କୁଚିଣ୍ଡା ବିଧାୟକ ରବି ନାରାୟଣ ନାଏକ, ସମ୍ବଲପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ, ବିଜେପି ଜିଲ୍ଲା ସଭାପତି ଗିରିଷ ପଟେଲ, ପୂର୍ବତନ ବିଧାୟକ ବୃନ୍ଦାବନ ମIଝି, ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ ବେହେରା, କ୍ଷେତ୍ରିୟ ପ୍ରବକ୍ତା ମାନସ ରଞ୍ଜନ ବକ୍ସି, ଦୁଷ୍ମନ୍ତ ନାଏକ, ଚନ୍ଦ୍ର ଶେଖର ପଣ୍ଡା, ସୁଶୀଲ କର, ଅମୋଘ ପାଣିଗ୍ରାହୀ, ପିଙ୍କୁ ପାଣି, ମହେଶ ରାଏ, ରମେଶ ସାହୁ, ମନୋଜ ମାଝୀ, ସୁନୀଲ ମୁଦୁଲି, ମନୋଜ ମହାକୁଡ଼, ପ୍ରଶାନ୍ତ ପଣ୍ଡା, ବିଜୟ ନାଏକ, ଜଗଦୀଶ ନାଏକ, ଅମରଜିତ ସେଠ, ପବନ ପଟେଲ, ଅରୁଣ ମହାକୁଡ଼, ରଞ୍ଜନ ଶର୍ମା, ବିରେନ୍ଦ୍ର ଚୌଧୁରୀ, ଶ୍ରୀକାନ୍ତ ପଟେଲ, ଲଳିତ ପୃଶେଠ ପ୍ରମୁଖ ସାମିଲ ହୋଇଥିଲେ I