-+91-9937148622 |
prerana_bgr@rediffmail.com |
Saturday 13th June 2026 |
R.N.I. Regd No. ODIODI/2010/46693
Breaking News
14-Nov-2024
ଆଗଲପୁର, (ବିନୋଦ ଦୀପ) ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ଆଗଲପୁର ଠାରେ ଶିଶୁ ଦିବସ ପାଳିତ ହୋଇଥିଲା l ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବୃନ୍ଦାବନ ଧାମ ପ୍ରବଚକ ଆଚାର୍ଯ୍ୟ ଶ୍ରୀ ବାଲମୁକୁନ୍ଦଜୀ ମହାରାଜ ଉପସ୍ଥିତ ରହି ଦୀପ ପ୍ରଜ୍ଜ୍ୱଳନ କରି ଶିଶୁ ମାନଙ୍କୁ ଶିଶୁ ଦିବସ ବିଷୟରେ ଓ ଶିଶୁ ଙ୍କ ଶୈକ୍ଷିକ ଉନ୍ନତି ବିଷୟରେ ବକ୍ତବ୍ୟ ରଖିଥିଲେ l ଆଗଲପୁରର ସମାଜସେବୀ ଶ୍ରୀଯୁକ୍ତ ଅଭୟଚରଣ ହୋତା ସମ୍ମାନିତ ଅତିଥି ଭାବେ ତଥା ପରିଚାଳନା ସମିତିର ଯୁଗ୍ମ ସମ୍ପାଦକ ଶ୍ରୀ ଘନଶ୍ୟାମ ସାହୁ ଓ କୋଷାଧ୍ୟକ୍ଷ ଶ୍ରୀ ନବକିଶୋର ମେହେର ଯୋଗ ଦେଇଥିଲେ l ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଅଶୋକ କୁମାର ଭୋଇ ଅତିଥି ପରିଚୟ ପ୍ରଦାନ କରିଥିଲେ l ଧନମତି ଗୁରୁମା ମଞ୍ଚ ପରିଚାଳନା କରିଥିବାବେଳେ ସମସ୍ତ ଗୁରୁଜୀ ଗୁରୁମା ପୂର୍ଣ୍ଣ ସହଯୋଗ କରିଥିଲେ l