-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
14-Nov-2024
ସୋନପୁର (ମନୋରଞ୍ଜନ ତ୍ରିପାଠୀ )
ବିଶ୍ବ ର କଲ୍ୟାଣ ପାଇଁ ସୋନପୁର ମଝିପଡ଼ା ର ମହିଳା ମଣ୍ଡଳ ଦ୍ୱାରା ଶ୍ରୀ ରାମଜୀ ମନ୍ଦିରରେ ଆଜି ପବିତ୍ର କାର୍ତ୍ତିକ ଚତୁର୍ଦ୍ଦଶୀ ପୁଣ୍ୟ ତିଥି ରେ ପ୍ରଭୂ ଙ୍କୁ ୨୧ ହଜାର ଦୀପ ଦାନ କରାଯାଇଛି l ଏଥିରେ ପାଞ୍ଚ ଶହ ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ଭକ୍ତ ଙ୍କ ଭିଡ଼ ଦେଖିବା କୁ ମିଳିଥିଲା l ପ୍ରଭୁ ଙ୍କ ଭକ୍ତ ରଞ୍ଜିତ ସାହୁ (ବଡ ବାବୁ ) ଙ୍କ ଦ୍ବାରା ମଧ୍ୟାହ୍ନ ରେ ଏକ ସାମୂହିକ ଅନ୍ନ ପ୍ରାସାଦ ସେବନ ର ଆୟୋଜନ କରଯାଇଛି l ଏହି କାର୍ଯ୍ୟକ୍ରମ କୁ ମହିଳା ମଣ୍ଡଳ ର କଳ୍ପନା ଭୋଇ, କଳ୍ପନା ତ୍ରୀପାଠୀ, ସବିତା ବରାଇ, କଲ୍ୟାଣୀ ସ୍ବାଇଁ, ସୁଭଦ୍ରା ଦଳେଇ, ଲକ୍ଷ୍ମୀ ମଲ୍ଲିକ, ଅନୁଷୟା ତ୍ରୀପାଠୀ, ଯମୁନା ମଲ୍ଲିକ, ପ୍ରେମଶିଳା ପଣ୍ଡା, ମଞ୍ଜୁ ପାଣିଗ୍ରାହି, ଅଞ୍ଜଳୀ ଦାଶ, ଉଲ୍ଲା ସିନୀ ମିଶ୍ର, କୁସୁମ ମାଝୀ, ରିନା ସା, ପୂର୍ଣାମlସି ପାଢ଼ୀ, ସୁଜାତା ସାହୁ, ସୌଦାମିନୀ ପାଢ଼ୀ, ଭାଗ୍ୟ ସିନି ରଥ, ରୁନି ମହାପାତ୍ର, କଲ୍ୟାଣୀ ଦାଶ, ତପ ଦାଶ, ମଞ୍ଜୁ ନେଗି, ରିନା ରାଣୀ ଦନ୍ତା ପ୍ରମୁଖ ସକ୍ରିୟ ସଦସ୍ୟ ପରିଚାଳନା କରିଥିଲେ l