-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
14-Nov-2024
ବିଗତ ଦିନର ବିଜେଡି ବିଧାୟକ ତଥା ବର୍ତ୍ତମାନର ବ୍ରହ୍ମପୁର ସାଂସଦ ଡଃ ପ୍ରଦୀପ ପାଣିଗ୍ରାହୀ ଟାଟା ମୋଟରରେ ଚାକିରି ନାଁରେ ଠକେଇ ମାମଲାରେ ଅଦାଲତ ରେ ହାଜର ହୋଇଛନ୍ତି ।ସାଂସଦ ଓ ବିଧାୟକଙ୍କ ମାମଲାର ବିଚରଣ ପାଇଁ ବ୍ରହ୍ମପୁର ସ୍ଥିତ ସ୍ବତନ୍ତ୍ର ଅଦାଲତରେ ସେ ହଜାର ହୋଇ ନିଜ ପକ୍ଷ ରଖିଥିଲେ । ପ୍ରକାଶଥାଉକି, ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ଗୋପାଳପୁର ବିଧାୟକ ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ନାମରେ ଠକେଇ ଅଭିଯୋଗ ଆସିଥିଲା । ପୂର୍ବତନ ଆଇଏଫଏସ ଅଭୟ ପାଠକ ଓ ତାଙ୍କ ପୁଅ ଆକାଶ ପାଠକ ସହ ମିଶି ଟାଟା ମୋଟର ରେ ଚାକିରି ଦେବାକୁ କହି ଡ. ପାଣିଗ୍ରାହୀ ସ୍ଥାନୀୟ ଅଞ୍ଚଳର ଏକାଧିକ ବେକାର ଯୁବକଙ୍କ
ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା। ଏହି ଭଳି ଅଭିଯୋଗ କୁ ନେଇ ଉପରୋକ୍ତ ତିନିଜଣଙ୍କ ସହିତ ତାଙ ଭାଇ ଦୀଲିପ ପାଣିଗ୍ରାହୀ ଓ ବ୍ୟକ୍ତିଗତ ସହାୟକ ଡଃ ସର୍ବେଶ୍ଵର ରାଓ ଅଭିଯୁକ୍ତ ଭାବେ ଜେଲ୍ ଯାଇ ଜାମିନ ରେ ଆସିଥିଲେ।ଏହା ମଧ୍ୟରେ ଡଃ ରାଓଙ୍କ ପରଲୋକ ହୋଇଯାଇଛି। ସେଥିପାଇଁ ଅଦାଲତ ତାଙ୍କ ନାମକୁ ରଦ୍ଦ କରିଥିବା ବେଳେ ଅଦାଲତ ନାର୍ଦେଶରେ ଡଃ ପାଣିଗ୍ରାହୀ ଙ୍କ ଭାଇ ଦୀଲିପ ଙ୍କୁ ମଧ୍ୟ ଏହି ଅଭିଯୋଗ ରୁ ମୁକ୍ତ କରିଛନ୍ତି।
ଅଦାଲତରେ ହାଜର ହୋଇ ଫେରିଲା ପରେ ସାଂସଦ ଡଃ ପାଣିଗ୍ରାହୀ ଗଣମାଧ୍ୟମ ଆଗରେ ବିବୃତି ରଖିଛନ୍ତି ଓ କହିଛନ୍ତି ଗତ ବିଜେଡି ସରକାର ମୋତେ ମିଥ୍ୟା ମକଦ୍ଦମାରେ ଜଡିତ କରି ଜେଲ୍ ପଠାଇଥିଲେ ଓ ଉକ୍ତ ସମସ୍ତ ମକଦ୍ଦମାର ବିଚାରଣା ଚାଲିଛି। ଏହି ପରିପ୍ରେକ୍ଷୀରେ ମୁଁ ଆଇନ୍ କୁ ସମ୍ମାନ ଦେଇ ସମସ୍ତ ବିଚାରଣା ର ସାମ୍ନା କରିବାକୁ ପାଇଁ ପ୍ରସ୍ତୁତ ଅଛି